ଶ୍ରେଷ୍ଠ ୧୦୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୧୨।୬(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ‘ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ’ (ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ଏଥର ମଧ୍ୟ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ରହିଛି। ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ଏଥର ବି ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଆଗରେ ରହିଥିବା ବେଳେ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୩୮ରୁ ୩୨ତମ ସ୍ଥାନରେ ପହଞ୍ଚତ୍ଛି। ସେହିଭଳି ଗତବର୍ଷ ୪୧ତମ ସ୍ଥାନରେ ରହିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏଥର ୩ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ରହିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ମଧ୍ୟ ଭଲ ପ୍ରଦର୍ଶନ କରି ଚଳିତବର୍ଷ ୫୦ରୁ ୪୪ତମ ସ୍ଥାନକୁ ଉନ୍ନୀତ ହୋଇଛି। କିନ୍ତୁ ଆଇଆଇଟି ଭୁବନେଶ୍ବର ଏଥର ୬ଟି ସ୍ଥାନ ତଳକୁ ଖସିଛି। ଗତବର୍ଷ ୪୬ତମ ସ୍ଥାନରେ ଥିବା ଏହି ଅନୁଷ୍ଠାନ ଏଥର ୫୬ତମ ସ୍ଥାନରେ ରହିଛି। ଉପରୋକ୍ତ ୪ଟି ଶିକ୍ଷାନୁଷ୍ଠାନ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇନାହାନ୍ତି।
ଅନ୍ୟପକ୍ଷରେ ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ପ୍ରସ୍ତୁତ ହୋଇଥିବା ‘ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ’ ତାଲିକାରେ ଓଡ଼ିଶାରୁ ୩ଟି ବିଶ୍ୱବିଦ୍ୟାଳୟ ରହିଛି। ଶିକ୍ଷା ଓ ଅନୁସନ୍ଧାନ ଏଥର ୨୦ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୨୪ତମ ସ୍ଥାନରେ ରହିଛି। ଏହି ଦୁଇ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଥିବା ବେଳେ ପ୍ରଥମଥର ପାଇଁ ଓଡ଼ିଶାର ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ-୧୦୦ ତାଲିକାର ୯୬ତମ ସ୍ଥାନରେ ରହିଛି। ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟି ଏହି ତାଲିକାରେ ୧୦୧ରୁ ୧୫୦ତମ ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ର଼୍ୟାଙ୍କ ମଧ୍ୟରେ ରହିଛନ୍ତି। ଇଞ୍ଜିନିୟରିଂ ବର୍ଗରେ ଦେଶର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାରୁ ୫ଟି ଶିକ୍ଷାନୁଷ୍ଠାନ ରହିଛି। ଏନ୍‌ଆଇଟି ରାଉରକେଲା ୧୬ତମ ସ୍ଥାନ ବଜାୟ ରଖିଥିବା ବେଳେ ଆଇଆଇଟି ଭୁବନେଶ୍ବର ୨୨, ସୋଆ ୨୪, କିଟ୍‌ ୪୨, ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂ ୯୩ତମ ସ୍ଥାନରେ ରହିଛି। ଭିଏସ୍‌ଏସ୍‌ୟୁଟି ୧୧୯ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ୧୭୯ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟ ବିଭାଗରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ୧୦୦ ତାଲିକାରେ ରହିଛନ୍ତି। ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍‌ବି ୩୧ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୩୨, ଆଇଏମ୍‌ଆଇ ଭୁବନେଶ୍ୱର ୬୩, ଆଇଆଇଏମ୍‌ ସମ୍ବଲପୁର ୭୬ରୁ ୧୦୦ ର଼୍ୟାଙ୍କ ମଧ୍ୟରେ ରହିଛି। ସେହିପରି ମେଡିକାଲ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ ୨୩ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୩୨ତମ ସ୍ଥାନରେ ରହିଛି। ଡେଣ୍ଟାଲ ବିଭାଗରେ ଦେଶର ଶ୍ରେଷ୍ଠ ୩୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୧୨ ଓ କିଟ୍‌ ୧୭ତମ ସ୍ଥାନରେ ରହିଛି। ଲ’ ତଥା ଆଇନ୍‌ ଶିକ୍ଷାକ୍ଷେତ୍ରରେ କିଟ୍‌ ବିଶ୍ବବିଦ୍ୟାଳୟ ପୂର୍ବବର୍ଷ ଭଳି ଏଥର ମଧ୍ୟ ଦ୍ୱାଦଶ ସ୍ଥାନରେ ରହିଛି। ଫାର୍ମାସୀ ଓ ଆର୍କିଟେକ୍‌ ବିଭାଗରେ ଓଡ଼ିଶାରୁ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ରେ ସ୍ଥାନ ପାଇନାହାନ୍ତି।
ସର୍ବଭାରତୀୟ ସ୍ତରରେ ଆଇଆଇଟି ମାଡ୍ରାସ ପୁଣିଥରେ ସବୁବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଓଭରଅଲ୍‌ ର଼୍ୟାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଆଇଆଇଟି ଦିଲ୍ଲୀ ଓ ତୃତୀୟରେ ଆଇଆଇଟି ବମ୍ବେ ରହିଛି। ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ସ୍ଥାନରେ ଆଇଆଇଏସ୍‌ସି ବେଙ୍ଗାଲୁରୁ ରହିଥିବା ବେଳେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଦ୍ୱିତୀୟ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୩ୟ ସ୍ଥାନରେ ରହିଛି। ଶ୍ରେଷ୍ଠ ମହାବିଦ୍ୟାଳୟ ର଼୍ୟାଙ୍କିଙ୍ଗର ପ୍ରଥମ ୩ଟି ଯାକ ସ୍ଥାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri