ରାଜ୍ୟ

ଭୁବନେଶ୍ୱର, ଭଦ୍ରକ ୪୮ ଘଣ୍ଟା ସଟ୍‌ ଡାଉନ୍‌: ଔଷଧ ଦୋକାନକୁ ଛାଡ଼ି ବନ୍ଦ ରହିବ ଅନ୍ୟ ସମସ୍ତ ଦୋକାନ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱର, ଭଦ୍ରକ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଗ୍ରୋସରୀ, ଫଳ, ପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ବନ୍ଦ ରହିବ। ଔଷଧ ଦୋକାନ ଖୋଲିଲେ ମଧ୍ୟ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଆଜି ସନ୍ଧ୍ୟା ୮ଟାରୁ ୪୮ ଘଣ୍ଟା ଯାଏ ଭୁବନେଶ୍ୱର, ଭଦ୍ରକ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ରାଜଧାନୀରେ ୫ମ କରୋନା ରୋଗୀ ସଂକ୍ରମିତ ହେବାର କାରଣ ଜଣାପଡ଼ୁନଥିବାରୁ ଆଗାମୀ ୪୮ଘଣ୍ଟା ପାଇଁ ଭୁବନେଶ୍ୱରକୁ ସଟ୍‌ ଡାଉନ୍‌ କରାଯିବ। ସେହିଭଳି ଭଦ୍ରକରେ ମଧ୍ୟ ଜଣେ କରୋନା…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୪(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କ୍ୟାପିଟାଲ ହସ୍ପିଟାଲରୁ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଯୁବକ…

ରେଭେନ୍‌ଶାରେ ଅନ୍‌ଲାଇନରେ ପାଠପଢ଼ା

କଟକ ଅଫିସ,୩।୪: ଅନ୍‌ଲାଇନରେ ଚାଲିଛି ପାଠପଢା। ଅଧ୍ୟାପକମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଛାତ୍ରୀଛାତ୍ରଙ୍କର କ୍ଲାସ ନେଉଛନ୍ତି। ସାରା ଦେଶରେ ଲକ୍‌ଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ…

୫ ପ୍ରତିଶତ ଲୋକ ଲକ୍‌ଡାଉନ୍‌ ନିୟମ ମାନୁନାହାନ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍‌ଡାଉନ୍‌ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଲକ୍‌ଡାଉନ୍‌ର ପ୍ରଥମ ସପ୍ତାହରେ ହୋଇଥିବା ଭୁଲ୍‌ର ପୁନରାବୃତ୍ତି ନ କରି ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଘରେ ରହି…

ପୂର୍ବତଟ ରେଳପଥର ୨୬୧ କୋଚ୍‌ ହେବ ଆଇସୋଲେଶନ ସେଣ୍ଟର

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳପଥ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନଠାରୁ ଆରମ୍ଭ କରି ଅସହାୟଙ୍କୁ ଖାଦ୍ୟ ଯୋଗାଇବା ସହ ମାସ୍କ ଓ ସାନିଟାଇଜର ଯୋଗାଣ ଉପରେ ଗୁରୁତ୍ୱ ଦେଇଛି।…

ଓଡ଼ିଆଙ୍କ ସମସ୍ୟା ବୁଝିବାକୁ କର୍ନାଟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଲକ୍‌ ଡାଉନ କାରଣରୁ କର୍ନାଟକ ଓ ମହାରାଷ୍ଟ୍ରରେ ଓଡିଆ ଲୋକମାନେ ଅଟକି ରହିଥିବାବେଳେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରୁପ୍ପା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ଆହୁରି ୩ ସଂସ୍ଥାରେ ପରୀକ୍ଷା ପାଇଁ ଅନୁମତି ମାଗିଲା ରାଜ୍ୟ: ୫୦,୦୦୦ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୩।୪(ବ୍ୟୁରୋ): ବ୍ୟାପକ ପରିମାଣରେ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷା ଦ୍ୱାରା ରାଜ୍ୟରେ କରୋନା ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ପଦକ୍ଷେପ ନେଉଛି। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏମ୍ସ, ଆର୍‌ଏମ୍‌ଆର୍‌ସି…

କରୋନା ମୁକାବିଲା: ସ୍ଥାନାନ୍ତର ହେଲେ ୯୮୯ କଏଦୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ଓଡିଶା କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୯୦ ଜେଲରେ ୧୮ ହଜାର ୧୨ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଥିବାବେଳେ ଏବେ ୧୭ ହଜାର ୫୧୯ ଜଣ କଏଦୀ…

ଶିଳ୍ପୀ, ବୁଣାକାରଙ୍କ ଉପରେ ଚଡ଼କ: ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଓଡିଶା ଶିଳ୍ପୀ ମହାସଂଘର ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଲାଗି ବହୁ ଲୋକ ରୋଜଗାର ହରାଇଥିବାବେଳେ ଅନେକ ବେଉସା ବୁଡିଯାଇଛି। ୨୧ଦିନିଆ ଲକ୍‌ଡାଉନ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ନିଦ ହଜାଇ ଦେଇଛି। ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଓ ଏହାପରଠାରୁ ଲକ୍‌ଡାଉନ୍‌ ଯୋଗୁ ହସ୍ତତନ୍ତ ଓ ହସ୍ତକଳାର…

କରୋନା ମୁକାବିଲା ପାଇଁ ଏକାଠି ହେବାକୁ ଆହ୍ବାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୪(ବ୍ୟୁରୋ): ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ…

୩ ମାସର ଭଡ଼ା ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ସଂକ୍ରମଣ ଦ୍ୱାରା ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ଉଭୟ ସଙ୍ଗଠିତ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସବୁ ବର୍ଗର ଲୋକ ଆର୍ଥିକ ଭାବେ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି। ଏହି ସମୟରେ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri