Posted inରାଜ୍ୟ

ଓଡ଼ିଶାରେ ସ୍ବାସ୍ଥ୍ୟସେବା…

ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ପରିପ୍ରେକ୍ଷୀରେ ଡାକ୍ତରମାନଙ୍କର ଭୂମିକା ଓ ଗୁରୁତ୍ୱ ସବୁ ବିଭାଗ ଶୀର୍ଷରେ ପହଞ୍ଚତ୍ଛି। ‘ଜାନ୍‌ ହେ ଜହାନ୍‌ ହେ’ ଅର୍ଥାତ୍‌ ଜୀବନ ଅଛି ତ ସବୁ ଅଛି ଜୀବନ ନାହିଁ ତ କିଛି ନାହିଁ ଅନୁଯାୟୀ ବର୍ତ୍ତମାନ ମଣିଷମାନଙ୍କର ଜୀବନରକ୍ଷା ସବୁଠାରୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆମ ରାଜ୍ୟରେ ଏବେ ୨୨,୦୦୦ ପାଖାପାଖି ରେଜେଷ୍ଟ୍ରିଭୁକ୍ତ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ୍‌ ୧୮,୦୦୦ ଡାକ୍ତର ଡାକ୍ତରୀ ସେବା ପାଇଁ ଉପଲବ୍ଧ। ୮୦୦୦ରୁ ଅଧିକ ଡାକ୍ତର ସରକାରୀ ଡାକ୍ତର ପଦବୀରେ ରହିଥିବା ବେଳେ ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ରେ କେତେକ ଡାକ୍ତର କାମ କରିଥାଆନ୍ତି। କେତେକ ଡାକ୍ତର ଚୁକ୍ତିଭିତ୍ତିକ ଚାକିରି ସରକାରୀ କ୍ଷେତ୍ରରେ କରିଥିବା ବେଳେ କେତେକ ଘରୋଇ ସ୍ବାସ୍ଥ୍ୟ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଯୋଗ ଦେଇଥାଆନ୍ତି।
ସାଧାରଣତଃ ତିନି ପ୍ରକାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଯଥା- କ୍ଲିନିକାଲ ଅର୍ଥାତ୍‌ ରୋଗୀ ଚିକିତ୍ସା ସହ ପ୍ରତ୍ୟକ୍ଷ ଭାବରେ ଜଡିତ, ପାରା କ୍ଲିନିକାଲ୍‌ ଅର୍ଥାତ୍‌, ରୋଗୀ ଚିକିତ୍ସା ସହିତ ପରୋକ୍ଷ ଭାବେ ଜଡିତ ଏବଂ ନନ୍‌ କ୍ଲିନିକାଲ୍‌ ଅର୍ଥାତ୍‌, କେବଳ ମୌଳିକ ଶିକ୍ଷା ଓ ଗବେଷଣା ସହ ଜଡିତ। ସେହିପରି ସାଧାରଣ ଚିକିତ୍ସକ ବିଭିନ୍ନ ବିଷୟରେ ବିଶେଷଜ୍ଞ (ସ୍ପେଶାଲିଷ୍ଟ) ଏବଂ ତା’ପରେ ଅତି ବିଶେଷଜ୍ଞ (ସୁପର ସ୍ପେଶାଲିଷ୍ଟ) ଅଛନ୍ତି। ପାଞ୍ଚ ବର୍ଷ ଏମବିବିଏସ ଓ ଗୋଟିଏ ବର୍ଷ ହାଉସସର୍ଜନଶିପ୍‌ ପରେ ପି.ଜି. ପାଇଁ ଆହୁରି ତିନି ବର୍ଷ, ସୁପର ପି.ଜି. ପାଇଁ ଆହୁରି ତିନିବର୍ଷ ଓ ତା’ପରେ ସିନିୟର ରେସିଡେନ୍ସି ପାଇଁ ଆଉ ତିନି ବର୍ଷ ଅର୍ଥାତ୍‌, ଯଦି ଜଣେ ଗୋଟିଏ ଥରେ ସବୁ ଏନ୍‌ଟ୍ରାନ୍ସ (ଚାରିଗୋଟିଯାକ) କୃତକାର୍ଯ୍ୟ ହୁଏ ତା’ହେଲେ ତାକୁ ସ୍ବୟଂସମ୍ପନ୍ନ ଡାକ୍ତର ହେବା ପାଇଁ କେବଳ ଡାକ୍ତରୀ ପାଠ ୧୭-୧୮ବର୍ଷ ପଢ଼ିବାକୁ ପଡିବ। ଅର୍ଥାତ୍‌, ଏହି ପିଲା ମାଟ୍ରିକ/ସିବିଏସ୍‌ଇ/ଆଇସିଏସ୍‌ଇ/ ବି.ଏ./ଏମ.ଏ. ଇତ୍ୟାଦି ପଢ଼ୁଥିବା ଅବଧିଠାରୁ ମଧ୍ୟ ଲମ୍ବା। ଅଷ୍ଟାଦଶ ଶତାବ୍ଦୀ ବେଳେ ଓଡ଼ିଶାରେ ମରହଟ୍ଟାମାନଙ୍କର ରାଜତ୍ୱ ସମୟରେ ବର୍ତ୍ତମାନ ହୋଇଥିବା ଏସସିବି ମେଡିକାଲ କଲେଜ ପରିସରରେ ଏକ ଫାଷ୍ଟ-ଏଡ୍‌ ସେଣ୍ଟର ବା ଡିସ୍‌ପେନ୍‌ସାରି କାର୍ଯ୍ୟ କରୁଥିଲା। ଏହାର ମୁଖ୍ୟ ଉଦ୍ଦ୍ୟେଶ ଥିଲା ପୁରୀକୁ ଦୂର ଦୂରାନ୍ତରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା। ରଥଯାତ୍ରା ସମୟରେ କଲେରା ପ୍ରାଦୁର୍ଭାବ ବେଳେ ଏହା ଅଧିକ କାମ କରୁଥିଲା।
ଏହା ୧୮୦୩ ମସିହା ପର୍ଯ୍ୟନ୍ତ ଯେତେବେଳେ ଓଡିଶା ଶାସନ ବ୍ରିଟିଶମାନଙ୍କ ହାତକୁ ଗଲା ସେତେବେଳେ ଭଲ ରୂପେ କାର୍ଯ୍ୟକ୍ଷମ ହେଲା ଓ ଇଂରେଜ ଅଧିକାରୀମାନେ ଏହାର ବହୁ ପ୍ରଶଂସା କରିଥିଲେ। ସେମାନେ ‘ଅନ୍ନଛତ୍ର’ ଫଣ୍ଡରୁ ୧୮୭୫ ମସିହାରେ ଏହାର ଉନ୍ନତୀକରଣ କଲେ ଓ ‘ଓଡିଶା ମେଡିକାଲ ସ୍କୁଲ’ ସ୍ଥାପିତ ହେଲା। ଏଥିରେ ୨୦ ଜଣ ଏଲ.ଏମ୍‌.ପି. ଛାତ୍ର ନାମ ଲେଖାଇ ପଢ଼ିଲେ। ଓଡ଼ିଶା-ବିହାର ମେଡିକାଲ ଏକ୍‌ଜାମିନେଶନ ବୋର୍ଡ ଏହି ଡିପ୍ଲୋମା ମଞ୍ଜୁରୀ କଲା।
୧୯୪୪ରେ ଏହା ମେଡିକାଲ କଲେଜ ନାମରେ ନାମିତ ହେଲା ଓ କଟକର ସିଭିଲ୍‌ ସର୍ଜନ ଏହାର ପ୍ରିନ୍ସିପାଲ ଦାୟିତ୍ୱରେ ରହିଲେ। ପରେ ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ରଦେବ, ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ୍‌ ଶୁଭନ୍‌ ଖାନ୍‌, ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖଙ୍କ ଉଦ୍ୟମରେ ଜୁନ୍‌ ୧, ୧୯୪୪ରେ ୨୨ ଜଣ ଛାତ୍ର ଏମ.ବି.ବି.ଏସ.ରେ ନାମ ଲେଖାଇଲେ। ସେମାନଙ୍କ ଫାଇନାଲ ଏମ.ବି.ବି.ଏସ. ପରୀକ୍ଷା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ୧୯୪୮ରେ ହୋଇଥିଲା। ୧୯୫୨ରେ ଏହାକୁ ଭାରତୀୟ ଚିକିତ୍ସା ପରିଷଦ (ଏମ୍‌ସିଏଫ୍‌) ମଞ୍ଜୁରୀ ପ୍ରଦାନ କରିଥିଲା। ଏହି ମଞ୍ଜୁରୀ ପିଛିଲା ଭାବେ ୧୯୫୧ରୁ ଦିଆଯାଇଥିଲା। ଏହାପରେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବଙ୍କ ଆର୍ଥତ୍କ ଏବଂ ସାମଗ୍ରିକ ସାହାଯ୍ୟ ପାଇଁ ତାଙ୍କ ନାମରେ ନାମିତ ହେଲା। ପି.ଜି. ପାଇଁ ୧୯୬୦ରେ ଓ ସୁପର ପି.ଜି. ପାଇଁ ୧୯୮୧ରେ ଏମ.ସି.ଆଇ. ଅନୁମତି ମିଳିଥିଲା।

– ଡା. ରାମଚନ୍ଦ୍ର ରାଉତ
ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଗୁଇନ୍ଦା ଓ ପରିସଂଖ୍ୟାନ, ଓଡିଶା
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?