ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର,୧ା୭(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବେଳକୁ ବେଳ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଲକ୍‌ଡାଉନ-୫ ପରେ ରାଜ୍ୟ ସରକାର ଜୁନ୍‌ ୧ତାରିଖରୁ କଟକଣା କୋହଳ କରିଥିଲେ। ଅନ୍‌ଲକ୍‌-୧ର ଅବଧି ଜୁନ୍‌ ୩୦ରେ ଶେଷ ହେଉଛି। ସୋମବାର କେନ୍ଦ୍ର ସରକାର ଜୁଲାଇ ପହିଲାରୁ ୩୧ପର୍ଯ୍ୟନ୍ତ କେତେକ ନିର୍ଦ୍ଦେଶନାମା ସହ ଅନ୍‌ଲକ୍‌-୨ ଘୋଷଣା କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ମଧ୍ୟ ମଙ୍ଗଳବାର ଅନ୍‌ଲକ୍‌-୨ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି।
୫୦ରୁ ଅଧିକ କୋଭିଡ୍‌ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲାକୁ ଜୋନ୍‌-୧ରେ ରଖାଯାଇଛି। ସେହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା। ଅନ୍‌ଲକ୍‌-୧ରେ ଥିବା  କେନ୍ଦ୍ରାପଡ଼ାଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ପୂର୍ବ ଭଳି ସପ୍ତାହ ଶେଷ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ତେବେ ସଂକ୍ରମିତ ଅଞ୍ଚଳରୁ ଯାନବାହନ ଚଳାଚଳ ଉପରେ ସ୍ଥାନୀୟ କର୍ତ୍ତୃପକ୍ଷ କଟକଣା ଜାରି କରିପାରିବେ। ପ୍ରବାସୀଙ୍କ ପାଇଁ କ୍ୱାରାଣ୍ଟାଇନ୍‌ ଅବଧି ୧୪ ଦିନ ମଧ୍ୟରେ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ପ୍ରଶାସନ ଏହି ନିୟମ ପାଳନ କରିବେ। ପରିସ୍ଥିତିରେ ସୁଧାର ଆସି ନ ଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶିକ୍ଷାଦାନ ବନ୍ଦ ରହିବ। ମାତ୍ର କାର୍ଯ୍ୟାଳୟ ଖୋଲାରହିବା ସହ ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଚାଲୁରହିବ। ରାତ୍ରିକାଳୀନ କର୍ଫ୍ୟୁରେ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କରାଯାଇଥିଲା। ଜୁଲାଇ ପହିଲାରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ। ତେବେ ଏହି ସମୟରେ ସମସ୍ତ ଜରୁରୀ ସେବା ପ୍ରଦାନକାରୀ ଯାନବାହନ ଓ କର୍ମଚାରୀଙ୍କୁ କଟକଣାରୁ ବାଦ୍‌ ଦିଆଯାଇଛି। ଅନ୍‌ଲକ୍‌-୨ରେ ଶପିଂମଲ୍‌ଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶପିଂମଲ୍‌ଗୁଡ଼ିକ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଖୋଲାଯାଇପାରିବ। ରେଷ୍ଟୁରାଣ୍ଟ ଓ ଢାବା ଖୋଲାରହିବ। କେବଳ ଖାଦ୍ୟ ପାର୍ସଲ ଦିଆଯାଇ ପାରିବ ବୋଲି ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେହିପରି ସିନେମା ହଲ୍‌, ଥିଏଟର, ଜିମ୍‌ ପୂର୍ବଭଳି ବନ୍ଦ ରହିବ। ଧାର୍ମିକ ସ୍ଥଳ ଖୋଲିବ ନାହିଁ। ସାମାଜିକ, ରାଜନୈତିକ ସମାଗମକୁ ମଧ୍ୟ ବାରଣ କରାଯାଇଛି। କ୍ରୀଡ଼ା କିମ୍ବା ଅନ୍ୟ କୌଣସି ପ୍ରକାର ସମାବେଶକୁ ଜୁଲାଇ ୩୧ଯାଏ ନିଷେଧ କରାଯାଇଛି। କୋଭିଡ୍‌ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କୋଭିଡ୍‌ କମିଟି ଗଠନ ହେବ। ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ଖୋଲାଯିବ। କୋଭିଡ୍‌ କେୟାର ହୋମ୍‌ ଦାୟିତ୍ୱରେ ସରପଞ୍ଚମାନେ ରହିବେ। କ୍ୱାରାଣ୍ଟାଇନ ନିୟମ ଶତପ୍ରତିଶତ ପାଳନ କରିବା ପାଇଁ ସରପଞ୍ଚ ଓ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଏହି ମହାମାରୀ ବିଷୟରେ ଅଧିକ ସଚେତନ କରାଯିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ହେବ। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ ସହନଶୀଳତା (ଜିରୋ ଟଲରାନ୍‌ସ) ନୀତି ଅବଲମ୍ବନ କରାଯିବ। କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନ କରୁ ନ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପେଟ୍ରୋଲ ପମ୍ପ, ଛାପା ଗଣମାଧ୍ୟମ କଟକଣା ମୁକ୍ତ ରହିବେ। ଶିଳ୍ପ ଓ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ କଟକଣା ମୁକ୍ତ କରାଯାଇଛି। ରାଜ୍ୟରେ କ୍ୱାରାଣ୍ଟାଇନ ସେଣ୍ଟର ସଂଖ୍ୟା କମାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶ୍ୟକ କାର୍ଯ୍ୟକଳାପଗୁଡ଼ିକୁ କଟକଣା ମୁକ୍ତ କରାଯାଇଛି। ନିର୍ମାଣ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ ଚାଲୁରହିବ। ରାଜ୍ୟକୁ ସଂକ୍ରମିତ ଅଞ୍ଚଳରୁ ଯେପରି ଅଧିକ ବିମାନ କିମ୍ବା ଟ୍ରେନ୍‌ ନ ଆସିବ ସେ ଦିଗରେ ପଦକ୍ଷେପ ନିଆଯିବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। କରୋନା ମୁକାବିଲା ସହ ଅର୍ଥନୈତିକ ବ୍ୟବସ୍ଥାକୁ ସମ୍ଭାଳିବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri