Posted inରାଜ୍ୟ

ଶହୀଦ ଡାକ୍ତରଙ୍କୁ ସଲାମ

ନିଜ ଦେଶର ମଙ୍ଗଳ ପାଇଁ ଯେ ଜୀବନ ଦିଏ ତାହାଙ୍କୁ ଶହୀଦ୍‌ କୁହାଯାଏ। ଜଣେ ନିଜର ବିଚାରଧାରା ପାଇଁ କୌଣସି ବିରୋଧୀ କିମ୍ବା ଶତ୍ରୁ ଦ୍ୱାରା ନିହତ ହେଲେ ସେହି ଦେଶ, ଜାତି, ଧର୍ମ ଓ ସମାଜ ‘ଶହୀଦ’ର ମର୍ଯ୍ୟାଦା ଦେଇଥାଏ। ଅନେକ ବୈଜ୍ଞାନିକ ଓ ଚିକିତ୍ସା ବିଜ୍ଞାନୀ ବିଶ୍ୱର ମଙ୍ଗଳ ପାଇଁ ଜୀବନ ଦେଇ ଅମର ହୋଇଛନ୍ତି। କିନ୍ତୁ ଶହୀଦର ମର୍ଯ୍ୟାଦା ପିନ୍ଧି ନାହିଁ। ବିଜ୍ଞାନର ପ୍ରଗତି ଫଳରେ ମଣିଷର ସୁଖ, ସ୍ବାଛନ୍ଦ୍ୟ, ସୁସ୍ଥତା, ସ୍ବପ୍ନ ଓ ସମୃଦ୍ଧିର ପ୍ରଗତି ହୋଇଛି। ଅନେକ ଡାକ୍ତର ଓ ବୈଜ୍ଞାନିକ ଏଥିପାଇଁ ଅକଥନୀୟ ଅତ୍ୟାଚାର, ନିର୍ଯାତନା ଓ ଲାଞ୍ଛନା ସହ୍ୟ କରି ଜେଲ୍‌ ଯାଇଛନ୍ତି, ବିଷପାନ କରିଛନ୍ତି ଓ ଜଳନ୍ତା ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କର ବଳିଦାନ ମାନବ ସମାଜ ପାଇଁ ଅମର ହୋଇ ରହିଛି।
କରୋନା ଯୁଦ୍ଧର ପ୍ରଥମ ଶହୀଦ୍‌ ଚାଇନାର ଉହାନ୍‌ ସହରର ଡାକ୍ତର ଲି ୱେନ୍ଲିୟାଙ୍ଗ୍‌। କୋଭିଡ୍‌-୧୯ ଭୂତାଣୁର ସୃଷ୍ଟି ଓ ସଂକ୍ରମଣ ବିଷୟରେ ପ୍ରଥମେ ଡାକ୍ତର ଲିୱେନ୍ଳିୟାଙ୍ଗ୍‌ ଜାଣି ତାଙ୍କର ଡାକ୍ତର ବନ୍ଧୁମାନଙ୍କୁ ଜଣାଇଲେ। ଏଥିରେ ପ୍ରଶାସନ କ୍ଷୁବ୍ଧ ହୋଇ ତାଙ୍କୁ ଜେଲ୍‌ ଦଣ୍ଡ ଦେଲେ। ଅପରପକ୍ଷେ ସେ ନିଜେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ। ଏହି ତଥ୍ୟକୁ ଗୁଜବ କହି ଲୁଚାଇବାକୁ ଚେଷ୍ଟା କରିବା ଫଳରେ ଏହା ବିଶ୍ୱ ମହାମାରୀରେ ପରିଣତ ହେଲା।
ସୂଚନାଯୋଗ୍ୟ ବହୁ ପୁରାତନ ‘ହିପୋକ୍ରାଟିକ୍‌ ଶପଥ’ ରୋଗୀ ଚିକିତ୍ସା ପ୍ରାରମ୍ଭରୁ ଡାକ୍ତରମାନେ ନେଇଥାନ୍ତି। ସେମାନେ ଈଶ୍ୱରଙ୍କୁ ସାକ୍ଷୀ ରଖି ଶପଥ କରନ୍ତି ଯେ, ରୋଗୀ ସେବା ମୋର ପରମ ଧର୍ମ ହେବ। ମୋର ଶକ୍ତି ଓ ବିଚାରକୁ ନେଇ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା କରିବି ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ନମ୍ରତା ଓ ଶ୍ରଦ୍ଧାର ସହିତ ପାଳନ କରିବା ପାଇଁ ଈଶ୍ୱର ପ୍ରେରଣା ଦିଅନ୍ତୁ। ନିଷ୍ଠାପର ଡାକ୍ତର ସର୍ବଦା ରୋଗୀର କଷ୍ଟ, ଯନ୍ତ୍ରଣା ଓ ଦୁଃଖ ଅପନୋଜଦନ କରି ବିଶ୍ୱାସଭାଜନ ହୁଅନ୍ତି। ମାନବ ସେବା ହିଁ ମାଧବ ସେବା। ଏହା କିନ୍ତୁ ସତ୍ୟ ଯେ- ସ୍ବାସ୍ଥ୍ୟ ସେବା ହେଉଛି ବିପଦପୂର୍ଣ୍ଣ। ଏଥିରେ ଅନେକ ଉନ୍ନତି ସମ୍ଭବ ହୋଇଛି। ଅନେକ ସଂକ୍ରାମକ ରୋଗ, କୀଟବାହକ ରୋଗ ଓ ଭୟାନକ କ୍ୟାନ୍‌ସର ଅପସରି ଗଲାଣି। ବଞ୍ଚିବାର ବୟସ ସୀମା ଦ୍ୱିଗୁଣିତ ହେଲାଣି। ଏହା ସବୁ ଡାକ୍ତରଙ୍କର ଅବଦାନ। ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ସାର୍ବଦେଶିକ ହୋଇ ବିଶ୍ୱରେ ଭୟାନକ ରୂପ ନେଇଛି। ଏଥିପାଇଁ ଫଳପ୍ରଦ ଔଷଧ ଓ ଟିକା ନାହିଁ। କେବଳ ଉପଯୁକ୍ତ ରୋଗୀ ଲୋକ ଓ ଭୂତାଣୁଠାରୁ ଦୂରେଇ ରହିବା ବାଞ୍ଛନୀୟ। ଏହି ପରିସ୍ଥିତିରେ ରୋଗୀ ଡାକ୍ତରଠାରୁ ସାନ୍ତ୍ୱନା, ଶ୍ରଦ୍ଧା ଓ ସେବା ଆଶା କରେ। ତା’ର ପ୍ରତିବଦଳରେ ପ୍ରତିଦାନ ଦେବା ସମ୍ଭବ ନୁହେଁ। ସେହି ପ୍ରତିଦାନ ହେଉଛି ଚିକିତ୍ସା କରୁଥିବା ଡାକ୍ତରଙ୍କର ଅମାପ, ଅକ୍ଷୟ ଓ ଅତୁଳନୀୟ ଧର୍ମ।
ମାଆ ଆମକୁ ଜନ୍ମ ଦିଅନ୍ତି; କିନ୍ତୁ ଡାକ୍ତର ପୁନର୍ଜନ୍ମ ଦିଅନ୍ତି। ଡାକ୍ତରମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ ରୋଗୀ ସେବା କରନ୍ତି। କରୋନା ଯୁଦ୍ଧରେ ଯୋଦ୍ଧାଭାବେ ପରିଗଣିତ କେତେକ ଡାକ୍ତର ଶହୀଦ୍‌ ହେଲେଣି। ଆଜି ଦିନରେ ଜନସାଧାରଣଙ୍କୁ ଅନୁରୋଧ ଡାକ୍ତରଙ୍କର ବହୁମୂଲ୍ୟ ଅବଦାନ ପାଇଁ ସ୍ନେହ ଓ ଶ୍ରଦ୍ଧା ସୁମନ ଅର୍ପଣ କରନ୍ତୁ।
– ଡା. ଦ୍ୱିଜେଶ କୁମାର ପଣ୍ଡା
୧୨, ଆଚାର୍ଯ୍ୟ ବିହାର,ଭୁବନେଶ୍ୱର
ମୋ:୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?