ଆଶାର ଉତ୍ସ

ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଯାହାକୁ ସାଇବର କଣ୍ଡ୍ରିଆ ବୋଲି କୁହାଯାଏ।

ଜଣେ ଯୁଗାନ୍ତକାରୀ ଡାକ୍ତର ଭାବେ ପ୍ରସିଦ୍ଧ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ଦିବସ ଅନୁସାରେ ଜୁଲାଇ ୧କୁ ଭାରତରେ ଡାକ୍ତରଙ୍କ ଦିବସ ରୂପେ ପାଳନ କରାଯାଏ। ଏହି ଦିବସରେ ସାଧାରଣ ନାଗରିକମାନେ ସେମାନଙ୍କ ଜୀବନରେ ଡାକ୍ତରମାନଙ୍କ ଥିବା ଭୂମିକା ବିଷୟରେ ଅବଗତ ହୋଇ ନିଜର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଆବଶ୍ୟକ। ଡାକ୍ତରମାନେ ମଧ୍ୟ କିପରି ନିଜର ସେବା ମନୋଭାବ ଦ୍ୱାରା ଲୋକମାନଙ୍କ ମଧ୍ୟରେ ହଜିଥିବା ବିଶ୍ୱାସ ଫେରାଇ ଆଣିପାରିବେ ସେଥିପାଇଁ ଅନୁଚିନ୍ତା ଜରୁରୀ।
ସ୍ବାସ୍ଥ୍ୟ ହେଉଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା କି ଦେଶର ଅର୍ଥନେତିକ ପ୍ରଗତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆମ ଦେଶରେ ସମାଜର ସବୁବର୍ଗର ଲୋକଙ୍କ ପାଖରେ ଯେଭଳି ଉତ୍ତମ ସ୍ବାସ୍ଥ୍ୟସେବା ପହଞ୍ଚିପାରିବ ସେଥିପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେବା ଦରକାର। ବିଶେଷ କରି ମହିଳା ଏବଂ ବରିଷ୍ଠ ନାଗରିକମାନେ ଯେଭଳି ଭଲ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ।
ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି, ଯାହାକୁ ସାଇବର କଣ୍ଡ୍ରିଆ ବୋଲି କୁହାଯାଏ। ଚିକିତ୍ସା ବିଜ୍ଞାନରେ କୌଣସି ଜ୍ଞାନ ନ ଥାଇ ଇଣ୍ଟରନେଟ ଆଧାରରେ ରୋଗୀ ବେଳେବେଳେ ନିଜର ଚିକିତ୍ସା ଆରମ୍ଭ କରିଥାଏ। ରୋଗ ସମ୍ପର୍କରେ ଡାକ୍ତର ନିଜର ମତାମତ ରଖିବା ପୂର୍ବରୁ ଏହାକୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି। ବହୁ ସମୟରେ ଇଣ୍ଟରନେଟ ଦେଖି ପାର୍ଶ୍ୱପ୍ରତିକ୍ରିୟା ପାଇଁ ଭୟ କରି ରୋଗୀ ଉପଯୁକ୍ତ ଔଷଧ ନେବାରେ ଅବହେଳା କରି ରୋଗକୁ ଜଟିଳ କରିଥାଏ। ଏହାକୁ ଇଣ୍ଟରନେଟ୍‌ ଡ୍ରାଇଭର ଇନ୍‌ଫର୍‌ମେସନ୍‌ ଅବ୍‌ଷ୍ଟ୍ରାକ୍ଟିଙ୍ଗ ଟ୍ରିଟମେଣ୍ଟ ବୋଲି କୁହାଯାଏ। ଚିକିତ୍ସା ନିମନ୍ତେ ଆଜି ଡାକ୍ତରମାନଙ୍କୁ ବହୁ ଅଯଥା ଚାପର ବଶବର୍ତ୍ତୀ ହୋଇ କାମ କରିବାକୁ ପଡୁଛି, ଯଦିଓ ଉତ୍ତମମାନର ସ୍ବାସ୍ଥ୍ୟସେବା ଯୋଗାଇବାରେ ସେମାନେ କିଛି ମାତ୍ରାରେ ସଫଳ ହେଉଛନ୍ତି।
ସୂଚନାଯୋଗ୍ୟ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌କୁ ଆମେ ସୁପର ସ୍ପେଶିଆଲିଟି ଟରସିଆରି କେୟାର ହସ୍ପିଟାଲ୍‌ ଭାବେ ପରିଗଣିତ କରିବା ପାଇଁ ଚାହୁଁଛୁ, ଯେଉଁଠାରେ କି ସବୁବର୍ଗର ଲୋକମାନେ ଚିକିତ୍ସା ସୁବିଧା ପାଇପାରିବେ। ଆମେ ଜାତୀୟ ଏବଂ ରାଜ୍ୟ ସ୍ବାସ୍ଥ୍ୟ ନୀତି ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରୁଛୁ। ଆମ ହସ୍ପିଟାଲ୍‌ରେ କାର୍ଡିଆକ୍‌ ସାଇନ୍ସ, ନ୍ୟୁରୋ ସାଇନ୍ସ, ନ୍ୟୁରୋ ସର୍ଜରି, ଅର୍ଥୋପେଡିକ୍ସ, ଅଙ୍କୋଲୋଜି ଏବଂ ଅନ୍ୟ ଶାଖାଗୁଡ଼ିକୁ ନେଇ ଆମେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଆଗରେ ରହିବାକୁ ପ୍ରଚେଷ୍ଟା ଜାରି ରଖିବୁ।
ସମାଜରେ ଦ୍ୱିତୀୟ ଭଗବାନ ଭାବେ ପରିଚିତ ଡାକ୍ତରଙ୍କ ପୂର୍ବ ପ୍ରତିଷ୍ଠା ଓ ଗରିମା ପୁଣି ଫେରିଆସୁ। ଡାକ୍ତରୀ ପେସାକୁ ଏକ ସାଧୁତା ଓ ତ୍ୟାଗର ପ୍ରତୀକ ଭାବେ ଗ୍ରହଣ କରି ଅଧିକରୁ ଅଧିକ ମେଧାବୀ ଯୁବପିଢ଼ି ଏହାକୁ କର୍ମପନ୍ଥା ଭାବେ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରନ୍ତୁ। ଯୁଗ ଯୁଗ ଧରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଢ଼ିବାରେ ଡାକ୍ତରମାନଙ୍କ ଥିବା ଭୂମିକା ଯୋଗୁ ସେମାନଙ୍କୁ ସମାଜର ସବୁଠାରୁ ସମ୍ମାନାସ୍ପଦ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣନା କରାଯାଇଛି।
ଆମେ ଆମ ଚିକିତ୍ସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ, ଯେଉଁମାନେ କି ଦିନରାତି ଏକ କରି ଅଧ୍ୟୟନ କରିଥିଲେ ଏବଂ ୨୪ ଘଣ୍ଟା ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ନିଜକୁ ନିୟୋଜିତ କରିଛନ୍ତି। ଆମ ଡାକ୍ତରମାନଙ୍କ ନିଃସ୍ବାର୍ଥପର ସେବା ହିଁ ଆମର ସବୁଠାରୁ ବଡ଼ ଶକ୍ତି ଏବଂ ଭବିଷ୍ୟତ ନିମନ୍ତେ ଆଶାର ଉତ୍ସ।
– ଡା. ଚିର ରଞ୍ଜନ ଖାଡଙ୍ଗା
କନ୍‌ସଲ୍‌ଟାଂଟ-ରେଡିଏସନ୍‌ ଅଙ୍କୋଲୋଜି, ଅଙ୍କୋସାଇନ୍‌ସେସ୍‌ ବିଭାଗ, ସମ୍‌ ଅଲ୍ଟିମେଟ୍‌
ମେଡିକେୟାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟର ଗନ୍ତାଘର ରତ୍ନାଗିରି

ଦକ୍ଷିଣ-ପଶ୍ଚିମ ମହାରାଷ୍ଟ୍ରର ଏକ ଆକର୍ଷଣୀୟ ସହର ହେଉଛି ରତ୍ନାଗିରି। ଆଲ୍‌ଫୋନ୍‌ସୋ ନାମକ ଏକ ଆମ୍ବ ଚାଷ ପାଇଁ ଏହି ସ୍ଥାନର ରହିଛି ବେଶ୍‌ ଖ୍ୟାତି। ପାହାଡପର୍ବତ,...

ସଫେଇ କର୍ମଚାରୀଙ୍କ ବଦାନ୍ୟତା

ହାଇଦ୍ରାବାଦ: ଅନ୍ୟକୁ ଦାନ କରିବା କି ସାହାଯ୍ୟ ସହଯୋଗ କରିବା ପାଇଁ ପାଖରେ ପ୍ରଚୁର ଅର୍ଥର ଆବଶ୍ୟକତା ନ ଥାଏ। ବିଶାଳ ହୃଦୟ ଥିବା ଲୋକେ...

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର...

ଟ୍ରାଫିକ୍‌ ଆଇଆଇସିଙ୍କ ବିରୋଧରେ ମାମଲା

ଯାଜପୁର ଅଫିସ,୨୨ା୧୨: ଟ୍ରାଫିକ ନିୟମ ଖିଲାପ କରି ନ ଥିବା ସତ୍ତ୍ବେ ଜଣେ ଆଇନଜୀବୀଙ୍କ ନାମରେ ଅନ୍‌ଲାଇନ ଚାଲାଣ କଟାଯିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା...

ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ଘରେ ଗୁରୁବାର ଇଡି ଚଢ଼ାଉ କରିଛି। ଏଥିସହିତ ଅର୍ଚ୍ଚନାଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱରଙ୍କ କାର୍‌ ଶୋ’ରୁମ୍‌ ଏବଂ ବାଲିପାଟଣାସ୍ଥିତ...

ଗୁରୁତର ଭାବେ ହ୍ରାସପାଉଛି ଭୂତଳ ଜଳସ୍ତର: ସଙ୍କଟ ଟାଳିବ ବର୍ଷାଜଳ ସଂରକ୍ଷଣ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟରେ ଭୂତଳ ଜଳ ସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ...

ଧରାପଡ଼ିଲେ ନକଲି ବର

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୨୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଚାଉଳଶୁଖା ଗଁାର ଜଣେ ଝିଅକୁ ବିବାହ କରିବାକୁ ଆସି ଜଣେ ନକଲି ବର ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ...

ଗଙ୍ଗାଧର ମେହେର ପ୍ରତିଷ୍ଠାନର ନୂଅଁ।ଖାଇ ଭେଟ୍‌ଘାଟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଇନ୍‌ଟାକର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନୂଅଁାଖାଇ ଭେଟ୍‌ଘାଟ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇନ୍‌ଟାକର...

Advertisement
Archives

Model This Week