ଆଶାର ଉତ୍ସ

ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଯାହାକୁ ସାଇବର କଣ୍ଡ୍ରିଆ ବୋଲି କୁହାଯାଏ।

ଜଣେ ଯୁଗାନ୍ତକାରୀ ଡାକ୍ତର ଭାବେ ପ୍ରସିଦ୍ଧ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ଦିବସ ଅନୁସାରେ ଜୁଲାଇ ୧କୁ ଭାରତରେ ଡାକ୍ତରଙ୍କ ଦିବସ ରୂପେ ପାଳନ କରାଯାଏ। ଏହି ଦିବସରେ ସାଧାରଣ ନାଗରିକମାନେ ସେମାନଙ୍କ ଜୀବନରେ ଡାକ୍ତରମାନଙ୍କ ଥିବା ଭୂମିକା ବିଷୟରେ ଅବଗତ ହୋଇ ନିଜର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଆବଶ୍ୟକ। ଡାକ୍ତରମାନେ ମଧ୍ୟ କିପରି ନିଜର ସେବା ମନୋଭାବ ଦ୍ୱାରା ଲୋକମାନଙ୍କ ମଧ୍ୟରେ ହଜିଥିବା ବିଶ୍ୱାସ ଫେରାଇ ଆଣିପାରିବେ ସେଥିପାଇଁ ଅନୁଚିନ୍ତା ଜରୁରୀ।
ସ୍ବାସ୍ଥ୍ୟ ହେଉଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା କି ଦେଶର ଅର୍ଥନେତିକ ପ୍ରଗତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆମ ଦେଶରେ ସମାଜର ସବୁବର୍ଗର ଲୋକଙ୍କ ପାଖରେ ଯେଭଳି ଉତ୍ତମ ସ୍ବାସ୍ଥ୍ୟସେବା ପହଞ୍ଚିପାରିବ ସେଥିପାଇଁ ଆମେ ପ୍ରତିଜ୍ଞାବଦ୍ଧ ହେବା ଦରକାର। ବିଶେଷ କରି ମହିଳା ଏବଂ ବରିଷ୍ଠ ନାଗରିକମାନେ ଯେଭଳି ଭଲ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ।
ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି, ଯାହାକୁ ସାଇବର କଣ୍ଡ୍ରିଆ ବୋଲି କୁହାଯାଏ। ଚିକିତ୍ସା ବିଜ୍ଞାନରେ କୌଣସି ଜ୍ଞାନ ନ ଥାଇ ଇଣ୍ଟରନେଟ ଆଧାରରେ ରୋଗୀ ବେଳେବେଳେ ନିଜର ଚିକିତ୍ସା ଆରମ୍ଭ କରିଥାଏ। ରୋଗ ସମ୍ପର୍କରେ ଡାକ୍ତର ନିଜର ମତାମତ ରଖିବା ପୂର୍ବରୁ ଏହାକୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି। ବହୁ ସମୟରେ ଇଣ୍ଟରନେଟ ଦେଖି ପାର୍ଶ୍ୱପ୍ରତିକ୍ରିୟା ପାଇଁ ଭୟ କରି ରୋଗୀ ଉପଯୁକ୍ତ ଔଷଧ ନେବାରେ ଅବହେଳା କରି ରୋଗକୁ ଜଟିଳ କରିଥାଏ। ଏହାକୁ ଇଣ୍ଟରନେଟ୍‌ ଡ୍ରାଇଭର ଇନ୍‌ଫର୍‌ମେସନ୍‌ ଅବ୍‌ଷ୍ଟ୍ରାକ୍ଟିଙ୍ଗ ଟ୍ରିଟମେଣ୍ଟ ବୋଲି କୁହାଯାଏ। ଚିକିତ୍ସା ନିମନ୍ତେ ଆଜି ଡାକ୍ତରମାନଙ୍କୁ ବହୁ ଅଯଥା ଚାପର ବଶବର୍ତ୍ତୀ ହୋଇ କାମ କରିବାକୁ ପଡୁଛି, ଯଦିଓ ଉତ୍ତମମାନର ସ୍ବାସ୍ଥ୍ୟସେବା ଯୋଗାଇବାରେ ସେମାନେ କିଛି ମାତ୍ରାରେ ସଫଳ ହେଉଛନ୍ତି।
ସୂଚନାଯୋଗ୍ୟ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌କୁ ଆମେ ସୁପର ସ୍ପେଶିଆଲିଟି ଟରସିଆରି କେୟାର ହସ୍ପିଟାଲ୍‌ ଭାବେ ପରିଗଣିତ କରିବା ପାଇଁ ଚାହୁଁଛୁ, ଯେଉଁଠାରେ କି ସବୁବର୍ଗର ଲୋକମାନେ ଚିକିତ୍ସା ସୁବିଧା ପାଇପାରିବେ। ଆମେ ଜାତୀୟ ଏବଂ ରାଜ୍ୟ ସ୍ବାସ୍ଥ୍ୟ ନୀତି ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରୁଛୁ। ଆମ ହସ୍ପିଟାଲ୍‌ରେ କାର୍ଡିଆକ୍‌ ସାଇନ୍ସ, ନ୍ୟୁରୋ ସାଇନ୍ସ, ନ୍ୟୁରୋ ସର୍ଜରି, ଅର୍ଥୋପେଡିକ୍ସ, ଅଙ୍କୋଲୋଜି ଏବଂ ଅନ୍ୟ ଶାଖାଗୁଡ଼ିକୁ ନେଇ ଆମେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଆଗରେ ରହିବାକୁ ପ୍ରଚେଷ୍ଟା ଜାରି ରଖିବୁ।
ସମାଜରେ ଦ୍ୱିତୀୟ ଭଗବାନ ଭାବେ ପରିଚିତ ଡାକ୍ତରଙ୍କ ପୂର୍ବ ପ୍ରତିଷ୍ଠା ଓ ଗରିମା ପୁଣି ଫେରିଆସୁ। ଡାକ୍ତରୀ ପେସାକୁ ଏକ ସାଧୁତା ଓ ତ୍ୟାଗର ପ୍ରତୀକ ଭାବେ ଗ୍ରହଣ କରି ଅଧିକରୁ ଅଧିକ ମେଧାବୀ ଯୁବପିଢ଼ି ଏହାକୁ କର୍ମପନ୍ଥା ଭାବେ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରନ୍ତୁ। ଯୁଗ ଯୁଗ ଧରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଢ଼ିବାରେ ଡାକ୍ତରମାନଙ୍କ ଥିବା ଭୂମିକା ଯୋଗୁ ସେମାନଙ୍କୁ ସମାଜର ସବୁଠାରୁ ସମ୍ମାନାସ୍ପଦ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣନା କରାଯାଇଛି।
ଆମେ ଆମ ଚିକିତ୍ସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ, ଯେଉଁମାନେ କି ଦିନରାତି ଏକ କରି ଅଧ୍ୟୟନ କରିଥିଲେ ଏବଂ ୨୪ ଘଣ୍ଟା ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ନିଜକୁ ନିୟୋଜିତ କରିଛନ୍ତି। ଆମ ଡାକ୍ତରମାନଙ୍କ ନିଃସ୍ବାର୍ଥପର ସେବା ହିଁ ଆମର ସବୁଠାରୁ ବଡ଼ ଶକ୍ତି ଏବଂ ଭବିଷ୍ୟତ ନିମନ୍ତେ ଆଶାର ଉତ୍ସ।
– ଡା. ଚିର ରଞ୍ଜନ ଖାଡଙ୍ଗା
କନ୍‌ସଲ୍‌ଟାଂଟ-ରେଡିଏସନ୍‌ ଅଙ୍କୋଲୋଜି, ଅଙ୍କୋସାଇନ୍‌ସେସ୍‌ ବିଭାଗ, ସମ୍‌ ଅଲ୍ଟିମେଟ୍‌
ମେଡିକେୟାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?