୨୦୨୦ ରଥଯାତ୍ରାର ହେବ ଡକ୍ୟୁମେଣ୍ଟେଶନ

ପୁରୀ ଅଫିସ,୮ା୭: ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଯାତ୍ରା। ରଥ ନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ନିଷ୍ପତ୍ତିରେ ସମ୍ଭବ ହେବା, ସମସ୍ତେ ଏକଜୁଟ ହୋଇ ସେବା କରିବା ତାହା ନିଶ୍ଚିତ ସମସ୍ତଙ୍କ ପାଇଁ ଅନୁକରଣୀୟ। ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ୨୦୨୦ ରଥଯାତ୍ରାର ଡକ୍ୟୁମେଣ୍ଟେଶନ କରାଯିବ। ଏଥିରେ ଆଲେଖ୍ୟ ସହ ଫଟୋ, ଭିଡିଓ ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ନୀଳାଦ୍ରି ଭକ୍ତ ନିବାସ ପରିସରରେ ମଙ୍ଗଳବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ, ଏଥିରେ ରଥଯାତ୍ରାର ସମୀକ୍ଷା କରାଯାଇଛି। ସେବାୟତମାନେ ଶୃଙ୍ଖଳାରେ ରଥ ଟାଣିବା ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଭକ୍ତମାନେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ, କର୍ମଚାରୀଙ୍କର ଆସନ୍ତା ୧୧, ୧୨, ୧୩ ଓ ୧୪ ତାରିଖରେ ପୁଣିଥରେ କୋଭିଡ୍‌ ଟେଷ୍ଟ କରାଯାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ଦିଆଯିବ। ସେବାୟତଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସହାୟତା ଲାଗି ସେବକ କଲ୍ୟାଣ ସବ୍‌ କମିଟି ବୈଠକ ବସି ପଦକ୍ଷେପ ନିଆଯିବ। ଏହାସହ ଏଥର ରଥଯାତ୍ରାରେ ଅଣସେବାୟତ ପ୍ରବେଶର ତଦନ୍ତ ହେବ। ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ବର୍ଷଠାରୁ ରଥ ଉପରକୁ କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଗଜପତି ମହାରାଜା କହିଛନ୍ତି, ଏଥର ରଥଯାତ୍ରା ମହାପ୍ରଭୁ ହିଁ କରାଇଲେ। ବିନା ଭକ୍ତରେ ରଥଯାତ୍ରା ହେଲା, ସେବକମାନେ ରଥ ଟାଣି ଏକ ଅପୂର୍ବ ଦୃଶ୍ୟ ମଧ୍ୟ ଦେଖାଇଲେ। ତେଣୁ ନିର୍ଦ୍ଦେଶ ମାନିଥିବା ଅଗଣ୍ୟ ଭକ୍ତ ଓ ସେବକମାନଙ୍କୁ ଧନ୍ୟବାଦ ଦିଆଗଲା। ଅକ୍ଷୟ ତୃତୀୟାଠାରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦିଗ୍‌ଦର୍ଶନ ଏବଂ ଆଶୀର୍ବାଦ ପ୍ରାପ୍ୟ ହେଲା। ତେଣୁ ଗୁରୁଜୀଙ୍କୁ ସମସ୍ତେ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇଛନ୍ତି। ଆଗକୁ ମହାପ୍ରଭୁଙ୍କ ଦୈନିକ ସେବାପୂଜା, ନୀତିକାନ୍ତି କିପରି ଠିକ୍‌ ଭାବେ କରାଯିବ ସେନେଇ ଆଲୋଚନା ହୋଇଛି। ସେବକଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଯଦି ସେବକମାନେ ଖୁସିରେ ରହି ସେବା ପୂଜା କଲେ ମହାପ୍ରଭୁ ଖୁସି ହେବେ। ନାଗାର୍ଜୁନ ବେଶ ନେଇ କୌଣସି ଆଲୋଚନା ହୋଇ ନଥିବାବେଳେ ସମୟ ପୂର୍ବରୁ ଆଲୋଚନା ହେବ ବୋଲି ଗଜପତି ମହାରାଜା କହିଛନ୍ତି। ବୈଠକରେ ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ କମିଟି ସଦସ୍ୟ, ଅନ୍ୟାନ୍ୟ ଅଧିକାରୀ ଏବଂ ଛତିଶା ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?