ସମସ୍ୟା ନେଇ ଗଞ୍ଜାମ ଜିଲାପାଳଙ୍କ ମୋବାଇଲକୁ କରିପାରିବେ ମେସେଜ

ଗଞ୍ଜାମ, ୮।୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଦିନରେ ୭କୁ ବୃଦ୍ଧି ହୋଇଛି l ଏ ନେଇ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଆଇଏଏସ୍‌ କୋରାଲା ପାଟୱା ଏନ୍‌ଏସି ଆସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କ ସହ ଆଲୋଚନା କରିଛନ୍ତି l ଏଥିସହ କୋଭିଡ-୧୯ ମନିଟରିଂ ନିମନ୍ତେ ୧୨ଟି ୱାର୍ଡର ଯୁବକଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଛି l ସେମାନେ ନିଜ ନିଜ ୱାର୍ଡ ସମସ୍ୟା ଏନ୍‌ଏସି ଇଓଙ୍କୁ କିମ୍ବା ସିଧା ସଳଖ ଜିଲାପାଳଙ୍କ ମୋବାଇଲକୁ ମେସେଜ କରିବେ ବୋଲି କୁହାଯାଇଛି। ପରେ କୋଭିଡ-୧୯ ନିୟମ ବିଷୟରେ ଗଞ୍ଜାମ ଏନ୍‌ଏସି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ବିଜେଡି ଯୁବ ନେତା ରାକେଶ ରଞ୍ଜନ ଦାସଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁଧୀର କୁମାର ପାଢ଼ୀ, ଜିତୁ ପଣ୍ଡା, ମନୋଜ ପ୍ରଧାନ, ବିଜୁ ଯୁବବାହିନୀ ସଦସ୍ୟ ରତ୍ନାକର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଲ୍ଲିଶ୍ରୀ ମେଳାରେ ଅତିଥି ଚୟନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୬।୫: ଫୁଲବାଣୀ କରୋନେଶନ ପଡିଆରେ ଗତ ୧୩ ତାରିଖରୁ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଆରମ୍ଭରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମେଳାକୁ ନେଇ ଲୋକଙ୍କ ମଧ୍ୟରେ...

ଉଲ୍ଲଂଘନ ହେଉଛି କଟକଣା: ଶ୍ରୀମନ୍ଦିରରେ ପାନଛେପ ଦେଖି ୫-ଟି ସଚିବ କ୍ଷୁବ୍ଧ

ପୁରୀ ଅଫିସ, ୧୬।୨: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍‌ଖା ଉପରେ କଟକଣା ରହିଛି। କେହି ଏସବୁ ଖାଇ କିମ୍ବା ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଢେଙ୍କାନାଳ ଅଫିସ, ୨୬।୬ ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳର ବହୁଚର୍ଚ୍ଚିତ ଚିକୁନ ବିଶ୍ୱାଳ (୩୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ...

ଅବକାଶ କାଳୀନ ହୋମଓ୍ବର୍କ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ସୁନ୍ଦରଗଡ୧।୫(ଡିଏନଏ):  ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଗ୍ରୀଷ୍ମ ଅବକାଶ କାଳୀନ ହୋମଓ୍ବର୍କ କାର୍ଯ୍ୟକ୍ରମ ସୋମବାର ଠାରୁ...

ମାସେ ମଧ୍ୟରେ କାର୍ଯ୍ୟକାରୀ ପାଇଁ ପୌର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୩୦ା୯: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ପଞ୍ଚାୟତ ଓ ୩ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ସାମିଲ ନେଇ ହାଇକୋର୍ଟ ଅଦାଲତ ଅବମାନନା...

ଲୁଟି ନେଲେ ସୁନାଗହଣା, ନଗଦ ୧.୧ଲକ୍ଷ

ଭୋଗରାଇ, ୨୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ନୁଟୁରା ଗ୍ରାମର ସୁଦାମ ଦଣ୍ଡପାଟଙ୍କ ଘରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।...

କରୋନା ପ୍ରତିହତ ପାଇଁ ସହରରେ ସାନିଟାଇଜର ସ୍ପ୍ରେ କଲା ଏନ୍‌ଏସି

ବିଜେପୁର, ୩୧।୩(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ୟକ୍ତିଗତ ସଚେତନତା ହିଁ ଏକମାତ୍ର ବିକଳ୍ପ। ତେଣୁ ସରକାର ଲକ୍‌ଡାଉନ ଘୋଷଣା କରି ସାମାଜିକ ଦୂରତ୍ୱ...

ଯାତ୍ରା ଦେଖି ଫେରୁଥିବା ବେଳେ ଝାମ୍ପି ନେଲେ ମୋବାଇଲ: ୨ ଗିରଫ

ରାଇରଙ୍ଗପୁର,୧୬।୩(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କୁସୁମି ବ୍ଳକର ମୟୂଦର ପଞ୍ଚାୟତ ବାଲିଆଢିପା-ସୁଲାଇପାଟ ରାସ୍ତାରେ ୨ସାଙ୍ଗଙ୍କ ମୋବାଇଲ ଫୋନ ଲୁଟ୍‌ ଘଟଣାରେ ପୋଲିସ...

Advertisement
Archives

Model This Week