ଅଶ୍ଳୀଳ ଭିଡିଓ ପଠାଇବା ଘଟଣା: ପାଲଟା ଅଭିଯୋଗ ଆଣିଲେ ଓଏଏସ୍‌ ଅଫିସର

ଭୁବନେଶ୍ୱର, ୮ା୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଅଡୁଆରେ ପଡ଼ିଛନ୍ତି ଜଣେ ଓଏଏସ୍‌ ଅଫିସର। ସମ୍ପୃକ୍ତ ମହିଳା କର୍ମଚାରୀ ତାଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ. ୩୪/୨୦ ଆଇପିସି ଦଫା ୩୫୪ (ଡି), ୨୯୪, ୫୦୬, ୫୦୭, ୫୦୯ ଏବଂ ଆଇଟି ଆକ୍ଟ ୬୭ ଓ ୬୭(ଏ)ରେ ମାମଲା ରୁଜୁ କରିଛି। ସମ୍ପୃକ୍ତ ଅଫିସରଙ୍କୁ ଥାନାରେ ହାଜର ହୋଇ ବୟାନ ରଖିବାକୁ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ନୋଟିସ କରାଯାଇଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ମଙ୍ଗଳବାର ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ଅଫିସର ଜଣଙ୍କ ମଧ୍ୟ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନାମରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଫିସର ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଯୁବତୀ ଜଣଙ୍କ ଚାକିରି କରୁଥିବା ଠିକା ସଂସ୍ଥା ଅଧୀନରେ ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରୋଗ୍ରାମିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ଚାକିରି ପାଇଁ ପ୍ରୋଗ୍ରାମିଂ ମ୍ୟାନେଜର ଦେଇଥିବା ଡକ୍ୟୁମେଣ୍ଟ ସବୁ ଜାଲ୍‌ ରହିଥିଲା। ଏହା ଜାଣିବା ପରେ ସେ ସମ୍ପୃକ୍ତ ଉକ୍ତ ପ୍ରୋଗ୍ରାମିଂ ମ୍ୟାନେଜରଙ୍କୁ ୨ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ତେଣୁ ତାଙ୍କୁ କାର୍ଯ୍ୟରୁ ବିଦା କରିଦେଇଥିଲେ। ସେ ଯୁବତୀଙ୍କୁ ଅଶ୍ଲୀଳ ମେସେଜ ଏବଂ ଭିଡିଓ ପଠାଇ ନାହାନ୍ତି। ତାଙ୍କୁ ଫସାଇବା ପାଇଁ ଯୁବତୀ ଏବଂ ତାଙ୍କ ବନ୍ଧୁ ମିଶି ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ତାଙ୍କ ମୋବାଇଲ୍‌ କେହି ବ୍ୟବହାର କରି ଏଭଳି ଭିଡିଓ ପଠାଇଛନ୍ତି। ଏହାର ଫରେନ୍‌ସିକ୍‌ ଯାଞ୍ଚ କଲେ ପ୍ରକୃତ ଘଟଣା ପଦାକୁ ଆସିବ। ସେପଟେ ପ୍ରୋଗ୍ରାମିଂ ମ୍ୟାନେଜର କହିଛନ୍ତି, କର୍ମକ୍ଷେତ୍ରରେ ନିର୍ଯାତନା ପାଉଥିବାରୁ ସେ ନିଜେ ଉକ୍ତ ଠିକା ସଂସ୍ଥାରୁ ୨ ତାରିଖ ପୂର୍ବରୁ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ଚିଟଫଣ୍ଡ ସଂସ୍ଥାର ମାଲିକ

ବ୍ରହ୍ମପୁର ଅଫିସ,୧୧ା୨: ଟାଉନ ଥାନା ପୋଲିସ ୱାରେଣ୍ଟ ବଳରେ ଏକ ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର...

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆସିଲା ଗାଇଡ୍‌ଲାଇନ୍‌

କଟକ ଅଫିସ,୧୬।୧୧: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କଟକରେ କଟକଣା ଜାରି ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ।...

ଆରଆଇଙ୍କୁ ଗୋଡ଼ାଇ ପିଟିଲେ ପଥର ମାଫିଆ

ନୀଳଗିରି,୨୫ା୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବାଘମରା ଗାଁରେ ସୋମବାର ସଜନାଗଡ଼ ଆର୍‌ଆଇ ସନ୍ତୋଷ କୁମାର ବେହେରାଙ୍କୁ ପଥର ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ମାଡ଼...

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ ଅଫିସ, ୫।୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରି ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ଠ ବିଚାରପତି...

ଭତାକେ ନେଇ ପଁଚେତ୍‌ରେ ତାଲା ପକାଲେ ହିତାଧିକାରୀ

ପୁରୁଣାକଟକ, ୧୪ା୯ (ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଂଙ୍କୁଲେଇ ପଁଚେତ୍‌କେ ଶୁକୁରବାର ହିତାଧିକାରୀମାନେ ଭତା ନେବାକେ ଆସି ହଇରାନ ହରକତ ହେଲାରୁ ପଁଚେତ୍‌ରେ ତାଲା...

ରୋଗୀ-ଡାକ୍ତର ହାତାହାତି

ଭବାନୀପାଟଣା,୧୪ା୩(ସ୍ବ.ପ୍ର.): ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଏପରି ଅଦ୍ଭୁତ...

ଓଡ଼ିଶାରୁ ୩୯ ମୃତ, ବାଲେଶ୍ୱରରୁ ସର୍ବାଧିକ ୧୪

ଭୁବନେଶ୍ବର, ୭।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡ଼ିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫...

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ, ୭ା୪- ସୋମବାର ସକାଳୁ ତୃତୀୟ ଦିନରେ ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ...

Advertisement
Archives

Model This Week