ରୋଗୀଙ୍କୁ ଘୃଣା କରି ପୁଷ୍ପ ବୃଷ୍ଟି

ଭୁବନେଶ୍ୱର,୨୭।୭ (ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମତିଙ୍କ ଚିକିତ୍ସା ନିମନ୍ତେ କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। ୫୦୦ ସାଧାରଣ ଶଯ୍ୟା ସହ ୪୫ ଆଇସିୟୁ ଶଯ୍ୟାକୁ ନେଇ ଭୁବନେଶ୍ୱର କିମ୍ସ ଦେଶର ପ୍ରଥମ କୋଭିଡ୍‌ ହସ୍ପିଟାଲ ଭାବେ ଗୌରବ ହାସଲ କରିଥିଲା। ଗତ ଏପ୍ରିଲ ୨ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ସହ ଏପ୍ରିଲ ୫ରେ କରୋନା ପଜିଟିଭ୍‌ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। କିମ୍ସ ହସ୍ପିଟାଲର ଉନ୍ନତମାନର ସେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଶଂସା ମଧ୍ୟ କରିଥିଲେ। ଏଥିସହ କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଥିବା ଯୋଦ୍ଧାଙ୍କ ଉପରେ ଭାରତ ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି ମଧ୍ୟ କରାଯାଇଥିଲା। ହେଲେ ଏଠାକାର ବର୍ତ୍ତମାନର ସ୍ଥିତି କିନ୍ତୁ ଭିନ୍ନ। କୋଭିଡ୍‌-୧୯ ଭଳି ସଙ୍କଟପୂର୍ଣ୍ଣ ସମୟରେ କିମ୍ସ ହସ୍ପିଟାଲକୁ ଆସୁଥିବା ରୋଗୀମାନେ କିଭଳି ହଇରାଣ ହେଉଛନ୍ତି, ତାହା କେବେଳ ଜଣେ ଅନୁଭବୀ ହିଁ କହିପାରିବ। କରୋନା ଆଳରେ ଏଠାକୁ ଅନ୍ୟ ରୋଗରେ ପୀଡ଼ିତ ଗୁରୁତର ରୋଗୀଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ବାଧ୍ୟ କରାଯାଉଛି। ଏପରି କି ରିପୋର୍ଟ ନ ଆସିବା ଯାଏ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉ ନାହିଁ। ହାର୍ଟ, କିଡ୍‌ନୀ ରୋଗୀଙ୍କଠୁ ଆରମ୍ଭ କରି ଗର୍ଭବତୀ ମହିଳା ଓ ହାଡ ଭାଙ୍ଗି ଯାଇଥିବା ଲୋକଙ୍କୁ ତୁରନ୍ତ ସେବା ଦେବା ପରିବର୍ତ୍ତେ ସେମାନଙ୍କୁ କୋଭିଡ୍‌-୧୯ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସନ୍ଦିଗ୍ଧ ଓ୍ବାର୍ଡରେ ରଖାଯାଉଛି। ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଆଶ୍ଚର୍ଯର ବିଷୟ ହେଉଛି, କିମ୍ସକୁ କୋଭିଡ୍‌ ହସ୍ପିଟାଲର ମାନ୍ୟତା ମିଳିଥିବା ସତ୍ତ୍ୱେ କୌଣସି ରୋଗୀଙ୍କୁ ନିଜ ବ୍ୟବସ୍ଥାରେ କୋଭିଡ୍‌ ପରhକ୍ଷା କରିବା ପାଇଁ ଏହି ହସ୍ପିଟାଲ ରାଜି ହେଉ ନ ଥିବା କଥା ରୋଗୀ ବଖାଣୁଛନ୍ତି। ଯେଉଁ ରୋଗୀମାନେ ଏନେଇ ପ୍ରତିବାଦ କିମ୍ବା ବିରୋଧର ସ୍ବର ଉତ୍ତୋଳନ କରୁଛନ୍ତି ତାଙ୍କୁ ହସ୍ପିଟାଲରୁ ବିଦା କରି ଦିଆଯାଉଛି। ଏପରିକି କିମ୍ସରେ କାର୍ଯ୍ୟରତ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମଧ୍ୟ ସମ୍ପୃକ୍ତ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବାକୁ ଅନୁମିତ ଦିଆଯାଉ ନାହିଁ। ଯାହାଫଳରେ ଅନେକେ ବାଧ୍ୟ ହୋଇ ଅନ୍ୟ ହସ୍ପିଟାଲକୁ ଯିବା ଦେଖିବାକୁ ମିଳୁଛି। ଏଭଳି କିଛି ଘଟଣା ଅନୁସନ୍ଧାନରୁ ଜଣାପଡ଼ିଛି।
ଜରୁରୀ କାମରେ ରାଉରକେଲା ଯାଇଥିବା ପ୍ରତିଭା ମହାପାତ୍ର(୭୫) ହଠାତ୍‌ ଛାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୮ ତାରିଖରେ ଭୁବେନଶ୍ୱର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପୂର୍ବରୁ କିମ୍‌ସରେ ହୃଦ୍‌ ରୋଗରେ ଚିକିତ୍ସିତ ମଧ୍ୟ ହେଉଥିଲେ। ହେଲେ କୋଭିଡ୍‌-୧୯ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ପୂର୍ବରୁ ଚେକଅପ୍‌ କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବା ଚିକତ୍ସା କରିପାରିବେ ନାହିଁ ବୋଲି କହିଥିଲେ। ଫଳରେ ତାଙ୍କୁ ସନ୍ଦିଗ୍ଧ ଓ୍ବାର୍ଡରେ ରଖାଯାଇ ରକ୍ତ ନମୁନା ନିଆଯାଇଥିଲା। ହେଲେ ୪ ଦିନ ପର୍ଯ୍ୟନ୍ତ ରିପୋର୍ଟ ଆସିଲା ନାହିଁ। ପ୍ରତିଭାଙ୍କ ଯନ୍ତ୍ରଣା ବୃଦ୍ଧି ପାଇବା ସତ୍ତ୍ୱେ ତାଙ୍କୁ ଚିକିତ୍ସା କରାଗଲା ନାହିଁ। ଶେଷରେ ପରିବାର ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପ୍ରତିଭାଙ୍କୁ ଭୁବନେଶ୍ୱରର ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଭର୍ତ୍ତି ହେବାର ୨ଦିନ ମଧ୍ୟରେ ରକ୍ତ ନମୁନା ପରୀକ୍ଷା କରାଯାଇ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ଆଶ୍ଚର୍ଯ୍ୟଜନକ କଥା ପ୍ରତିଭାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଗଲା ଯେ କୋଭିଡ୍‌ ପରୀକ୍ଷା ପାଇଁ ନିଆଯାଇଥିବା ରକ୍ତ ନମୁନା ଶୁଖିଯାଇଛି। ପୁନର୍ବାର ହସ୍ପିଟାଲ ଆସି ରକ୍ତ ନମୁନା ଦିଅ। ଏଥିରୁ କିମ୍ସ ହସ୍ପିଟାଲର ରୋଗୀ ସେବା ପ୍ରତି ଆନ୍ତରିକତାର ଅଭାବ ସ୍ପଷ୍ଟ ଜଣାପଡିଥିଲା।
ଅନୁରୂପ ଭାବେ ଗତ ୬ ମାସ ଧରି କିମ୍ସର ଗାଇନାକୋଲୋଜି ବିଭାଗରେ ଚେକ୍‌ଅପ କରାଉଥିବା ଜଣେ ଗର୍ଭବତୀ ମହିଳାଙ୍କର ଗତ ୨୦ ଜୁଲାଇ ସନ୍ଧ୍ୟାରେ ପ୍ରସବ ବେଦନା ନେଇ କିମ୍ସ ହସ୍ପିଟାଲରେ ପହଞ୍ଚିଥିଲେ। ସମାନ ଭାବେ ତାଙ୍କୁ ମଧ୍ୟ ଚିକତ୍ସା ନିମନ୍ତେ କୋଭିଡ୍‌ ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ସହ ଥିବା ପରିବାର ଲୋକେ ପଚାରିଲେ, ଏହା ଏକ କୋଭିଡ ହସ୍ପିଟାଲ ହୋଇଥିବା ସତ୍ତ୍ୱେ ଅନ୍ୟତ୍ର ଯିବାର ପ୍ରୟୋଜନ କାହିଁକି ଉଠୁଛି। ହେଲେ ଏହି ଅନୁରୋଧକୁ ଶୁଣିବାକୁ କେହି ପ୍ରସ୍ତୁତ ହେଲେ ନାହିଁ। ଉକ୍ତ ଗର୍ଭବତୀଙ୍କୁ ସେଠାରୁ ନିଆଯାଇ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା। ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାର ମହିଳାଙ୍କ ଘଟଣାରେ ଗୁରୁତ୍ୱକୁ ଅନୁଭବ କରି ତତ୍‌କ୍ଷଣାତ୍‌ କୋଭିଡ୍‌ ପରୀକ୍ଷା ସହ ଭର୍ତ୍ତି କରି ତାଙ୍କର ପ୍ରସବ କରାଯାଇଥିଲା। ସମ୍ପୂର୍ଣ୍ଣ ସରକାରୀ ଆର୍ଥିକ ସହାୟତା ସହ କୋଭିଡ୍‌ ହସ୍ପିଟାଲ ମାନ୍ୟତା ପାଇଥିଲେ ମଧ୍ୟ ରୋଗୀ ସେବା ପ୍ରତି କିମ୍ସର ବେଖାତିର ଓ ଖାମଖିଆଲ ମନୋଭାବ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ।
ଏଭଳି ଅବ୍ୟବସ୍ଥା ସମ୍ପର୍କରେ କିମ୍ସ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନାର ପ୍ରକୋପ ବ୍ୟାପୁଥିବାରୁ ସମସ୍ତ ରୋଗୀଙ୍କୁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏନେଇ ଅନେକ ସମସ୍ୟା ଦେଖାଯାଉଥିଲେ ମଧ୍ୟ ବିନା ଯାଞ୍ଚରେ ଚିକିତ୍ସା ସମ୍ଭବପର ହେଉ ନାହିଁ। ପୂର୍ବରୁ ହାଇଟେକ୍ନୋଲୋଜି ମେଶିନ ନ ଥିବା ସହ ଟେଷ୍ଟର ପରିମାଣ ଅଧିକ ଥିଲା, ଫଳରେ ପରୀକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜୁଥିଲା ଓ ସମୟ ମଧ୍ୟ ଲାଗୁଥିଲା। ହେଲେ ବର୍ତ୍ତମାନ ଗୋଟିଏ ଟେଷ୍ଟ ପାଇଁ ସ୍ବଳ୍ପ ସମୟ ଲାଗୁଥିବା ବେଳେ ପରୀକ୍ଷା ସଂଖ୍ୟା ମଧ୍ୟ ଅଧିକ ହେଉଛି। ଯାହାକି ଆଗକୁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବା ସହ ସମସ୍ତେ କିପରି ଚିକତ୍ସା ପାଇପାରିବେ ସେନେଇ ବ୍ୟବସ୍ଥା ହେଉଛି। କାହାକୁ ଜାଣିଶୁଣି ହଇରାଣ କରାଯାଉ ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?