ଭଙ୍ଗାଘରେ ଦିନ କାଟୁଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା

ପୁରୀ ଅଫିସ,୨୭।୭:ସେ ହେଉଛନ୍ତି ବିଶ୍ୱକର୍ମା। ତାଳଧ୍ୱଜ ରଥର ମୁଖ୍ୟ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଭବ୍ୟ ରଥ। ତାଙ୍କ ହାତ ତିଆରି ରଥକୁ ବିଶ୍ୱବାସୀ ଦେଖି ଓଡ଼ିଆ ଜାତିର କଳା କାରିଗରିକୁ ବାହାବା ଦେଉଛନ୍ତି। ହେଲେ ଏହି ପରଦା ପଛର ନାୟକ କିନ୍ତୁ ଭଙ୍ଗା ଦଦରା ଘରେ ରହୁଛନ୍ତି। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ମହାପ୍ରଭୁଙ୍କ ପାଇଁ ଆକର୍ଷଣୀୟ ରଥ ତିଆରି କରୁଥିଲେ ମଧ୍ୟ ନିଜ ସଂସାର ରଥକୁ କିନ୍ତୁ ଗଢିବା ଲାଗି ତାଙ୍କର ଆଉ ଜୁ ପାଉନି। ଆର୍ଥିକ ଅନଟନ ଭିତରେ ପେଷି ହେଉଥିବାବେଳେ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସେ ହେଉଛନ୍ତି ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର। କେବଳ ନରସିଂହ ନୁହନ୍ତି ଏମିତି ଅନେକ ସେବକ ଆଜି ଦୁର୍ଦ୍ଦିନରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା ଦେଖିବାକୁ କେହି ନାହିଁ। ସେବକମାନଙ୍କ ବିକାଶ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏ ନେଇ ସର୍ଭେ ମଧ୍ୟ ହୋଇଥିଲା। ହେଲେ ସର୍ଭେ ରିପୋର୍ଟ ସରକାରୀ ନାଲିଫିତା ତଳେ ଚପି ରହିଗଲା। ଫଳରେ ଏହି ଯୋଜନା ନରସିଂହଙ୍କ ଭଳି ଅନେକଙ୍କ ପାଇଁ ସ୍ବପ୍ନ ପାଲଟିଛି।
ପୁରୀ ଗୁଡ଼ିଆ ସାହିରେ ନରସିଂହଙ୍କ ଘର। ପରିବାର କହିଲେ ସ୍ତ୍ରୀ, ପୁଅ, ବୋହୂ ଓ ନାତିନାତୁଣୀ। ନିଜ ଯାଦୁକରୀ ସ୍ପର୍ଶରେ ତାଳଧ୍ୱଜ ରଥକୁ ଜୀବନ୍ତ କରନ୍ତି ନରସିଂହ। ହେଲେ ନିଜେ ଭଙ୍ଗା ଦଦରା ଘରେ ରହୁଛନ୍ତି। ଦିନରେ ଖରା ଓ ରାତିରେ ତାରା ଦେଖାଯାଉଥିବା ଅଣଓସାରିଆ ଘର ଯେ ଜଣେ ବିଶ୍ୱକର୍ମାଙ୍କର ତାହା ବିଶ୍ୱାସ ନ ହେଲେ ବି ସତ। ଗତବର୍ଷ ପ୍ରଳୟଙ୍କରୀ ବାତ୍ୟା ଫନୀ ତାଙ୍କ ପାଇଁ ଏମିତି ଦୁଃସ୍ଥିତି ଆଣିଥିଲା। ଭାଙ୍ଗି ଯାଇଥିଲା ଘର। ଫଳରେ ଏହି ଘରେ ୧୫ ମାସ ହେଲାଣି ମୁଣ୍ଡ ଗୁଞ୍ଜିଛନ୍ତି ନରସିଂହଙ୍କ ୬ ପ୍ରାଣୀ କୁଟୁମ୍ବ। ଘର ସଜାଡ଼ିବା ଲାଗି ତାଙ୍କ ପାଖରେ ବଳ କି ସମ୍ବଳ ନାହିଁ। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିଲେନି। ତେଣୁ ଆଉ ଦୌଡ଼ିି ନ ପାରି ଚୁପ୍‌ ହୋଇଯାଇଛନ୍ତି ନରସିଂହ। ରଥ ନିର୍ମାଣରେ ଯାହା ଟଙ୍କା ପାଇଥିଲେ ତାହା ତେଲ ଲୁଣ ସଂସାରକୁ ନିଅଣ୍ଟ। ଏବେ ପୁଣି କରୋନା ଯୋଗୁ ଛୋଟ ମୋଟ କାମ ବି ବନ୍ଦ ରହିଛି। ତେଣୁ ନିଜ ଦୁଃଖକଷ୍ଟକୁ ମନରେ ଚାପି ନରସିଂହ ଦିନ କାଟୁଛନ୍ତି।
ସେହିପରି ତାଳଧ୍ୱଜ ରଥର ରୂପକାର ସେବକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ସମାନ ଅବସ୍ଥା। ପାଳ ହରଚଣ୍ଡୀ ସାହିରେ ରହୁଥିବା ପୂର୍ଣ୍ଣଚନ୍ଦ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡିଏ ନାହିଁ। ବାତ୍ୟା ଫନୀରେ ବି ତାଙ୍କ ଘର ଭାଙ୍ଗିଯାଇଥିଲା। ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇପଡ଼ିଲେ। ପରିଣତ ବୟସରେ ପହଞ୍ଚତ୍ଥିବା ପୂର୍ଣ୍ଣଚନ୍ଦ୍ର କହିଛନ୍ତି, ‘ଘର କେବେ ସଜଡ଼ା ହେବ ସେ କଥା ମହାପ୍ରଭୁଙ୍କ ଉପରେ ଛାଡ଼ି ଦେଇଛି।’ ତେବେ ନରସିଂହ କି ପୂର୍ଣ୍ଣଚନ୍ଦ୍ର ନୁହନ୍ତି ମହାପ୍ରଭୁଙ୍କ ସେବା କରୁଥିବା ଅନେକ ସେବକ ଏମିତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗରିବ ସେବକଙ୍କ ପାଇଁ ସେବକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ତେବେ ଏହି ଯୋଜନା କାହା ପାଇଁ ଓ କିଏ ଏହାର ଫାଇଦା ନେଉଛନ୍ତି ତାହା ଏବେ ପ୍ରଶ୍ନ ପାଲଟିଛି। ମହାପ୍ରଭୁଙ୍କ ସେବା ସହ ଜଡ଼ିତ ସେବାୟତମାନଙ୍କ ଚଳଣି କିପରି? ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି କିପରି ରହିଛି। ଶିକ୍ଷା କ୍ଷେତ୍ରରେ ସେମାନେ କେଉଁଭଳି ସୁବିଧା ପାଉଛନ୍ତି। ଏସବୁ ବିଷୟରେ ଜାଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୪-୧୫ରେ ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ଏହି ସର୍ଭେ ହେଲା ସିନା କିନ୍ତୁ ଦୁର୍ଦ୍ଦିନରେ ଥିବା ସେବାୟତଙ୍କ ଭାଗ୍ୟ ବଦଳିଲା ନାହିଁ। କାରଣ ସେହି ସର୍ଭେ ରିପୋର୍ଟ ସେମିତି ସରକାରୀ ଫାଇଲରେ ବନ୍ଧା ରହିଲା। ଏବେ ପୁଣିଥରେ ସେବାୟତଙ୍କ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଅବଗତ ହେବା ଲାଗି ସର୍ଭେ କରାଯିବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର ନରସିଂହଙ୍କ ଘରକୁ ଯାଇ ବାସ୍ତବ ସ୍ଥିତି ପରଖିଛନ୍ତି। ନିଶ୍ଚିତ ତାଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ମାଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?