ସଙ୍କଟରେ ବଜେଟ ହୋଟେଲ ଶିଳ୍ପ: ନିଯୁକ୍ତି ହରାଇଲେଣି ୨୦ ହଜାର କର୍ମଚାରୀ

ଭୁବନେଶ୍ୱର,୨୭।୭(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ ଟ୍ରାଭେଲ ଓ ହସ୍ପିଟାଲିଟି ଶିଳ୍ପ ବିଶେଷଭାବେ କ୍ଷତିଗସ୍ତ ହୋଇଛି। ୩ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଶିଳ୍ପରେ ତାଲା ଝୁଲୁଥିବାବେଳେ ଗତ ପ୍ରାୟ ମାସେ ହେବ ରାଜ୍ୟ ସରକାର ୩୦% ଅକୁପାନ୍ସିରେ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଏହାପରେ ମଧ୍ୟ ହୋଟେଲ ଶିଳ୍ପ ସଙ୍କଟ ମଧ୍ୟଦେଇ ଗତିକରୁଛି। ବିଶେଷକରି ରାଜ୍ୟରେ ଥିବା ବଜେଟ ହୋଟେଲ ଏବଂ ଗେଷ୍ଟ୍‌ ହାଉସ୍‌ଗୁଡ଼ିକ କରୋନା ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମାଲିକମାନେ କୋଟି କୋଟି ଟଙ୍କାର କ୍ଷତି ସହିଥିବାବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। କେବଳ ଭୁବନେଶ୍ୱରରୁ ୫ ହଜାର କର୍ମଚାରୀ ଛଟେଇ ହୋଇଥିବା ରାଜ୍ୟ ବଜେଟ ହୋଟେଲ ଆଣ୍ଡ୍‌ ଗେଷ୍ଟ୍‌ହାଉସ୍‌ ଓନର୍ସ ଆସୋସିଏଶନ ତଥ୍ୟରୁ ଜଣାପଡିଛି।
ଆସୋସିଏଶନ କହିଛି ଯେ, ରାଜ୍ୟ ସରକାର ହୋଟେଲ ଖୋଲିବା ପାଇଁ ଯେଉଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ତାହା କେବଳ ତାରକା ହୋଟେଲ ପାଇଁ ଉପଯୁକ୍ତ। ବଡ଼ ବଡ଼ ହୋଟେଲଗୁଡ଼ିକରେ ଅଧିକ ସଂଖ୍ୟକ ରୁମ୍‌ ଥିବାରୁ ୩୦% ଖୋଲିବା ଦ୍ୱାରା ସେମାନେ କ୍ଷତି ସହିବେ ନାହିଁ। ମାତ୍ର ବଜେଟ୍‌ ହୋଟେଲଗୁଡ଼ିକ ୧୦ରୁ ୨୦ଟି ରୁମ୍‌ ଥିବା ଛୋଟ ଛୋଟ ୟୁନିଟ୍‌ ହୋଇଥିବାରୁ ୩୦% ଅନୁସାରେ ଖୋଲିଲେ ମାତ୍ର ୨ରୁ ୪ଟି ରୁମ୍‌କୁ ନେଇ ବ୍ୟବସାୟ କରିବା ସମ୍ଭବ ନୁହେଁ। ମିଳୁଥିବା ଅର୍ଥରେ ଘରଭଡ଼ା ମଧ୍ୟ ଦେଇହେଉ ନାହିଁ। ତେଣୁ ୩୦%ରେ ଖୋଲିବା ଅପେକ୍ଷା ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଅଧିକାଂଶ ହୋଟେଲ ମାଲିକ ଉଚିତ ମଣୁଛନ୍ତି। ବାଧ୍ୟହୋଇ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଓଡ଼ିଶାରେ ଏବେ ପଞ୍ଜୀକୃତ ପ୍ରାୟ ୫ ହଜାର ବଜେଟ ହୋଟେଲ ଥିବାବେଳେ ଅଣପଞ୍ଜୀକୃତକୁ ମିଶାଇଲେ ୭୫୦୦ ହୋଟେଲ ଓ ଗେଷ୍ଟ୍‌ହାଉସ୍‌ ରହିଛି। ଏଥିରୁ ଲକ୍ଷାଧିକ ଲୋକ ରୋଜଗାର ପାଉଥିଲେ। ବିଶେଷକରି ପଛୁଆ ତଥା ଆଭ୍ୟନ୍ତରୀଣ ଅଞ୍ଚଳର ବହୁ ଗରିବ ପିଲା ଏହି ରୋଜଗାରରେ ନିଜ ସହ ପରିବାର ଚଳାଉଥିଲେ। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏହି ପିଲାମାନେ ଏବେ ବେରୋଜଗାର ହୋଇ ଘରେ ବସିଛନ୍ତି।
ଆସୋସିଏଶନ ସଭାପତି ମନୋଜ କୁମାର ବିଶ୍ୱାଳ କହିଛନ୍ତି, ବଜେଟ ହୋଟେଲଗୁଡ଼ିକ ସାଧାରଣତଃ ଲିଜ୍‌ ବିଲ୍ଡିଂରେ ଚାଲିଥାଏ। ଆମ ବ୍ୟବସାୟ ବନ୍ଦ ଥିଲେ ମଧ୍ୟ ଘରମାଲିକମାନେ ଭଡ଼ା କାଟୁନାହାନ୍ତି। ଏପଟେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁକରଣ କରି ଯଦି ଆମେ ହୋଟେଲ ଚଲାଉଛୁ ତା’ହେଲେ ସାନିଟେଶନ ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ବଳିଯାଉଛି। ସେହିଭଳି ବାରମ୍ବାର ଦୌଡ଼ିଲେ ବି ବିଏମ୍‌ସି ଟ୍ରେଡ୍‌ ଲାଇସେନ୍ସ ଦେଉନି। କର୍ମଚାରୀ ନାହାନ୍ତି କହି ଆମକୁ ଭୁଆଁ ବୁଲାଉଛନ୍ତି। ଏନେଇ ଆମେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ବଜେଟ ହୋଟେଲଗୁଡ଼ିକୁ ସମ୍ପୂର୍ଣ୍ଣଭାବେ ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ। ଘରଭଡ଼ା କିଛି ସମୟ ପାଇଁ ନ ମାଗିବାକୁ ଘରମାଲିକଙ୍କୁ କୁହାଯାଉ। ନଚେତ୍‌ ଏଭଳି ପରିସ୍ଥିତି ଲାଗିରହିଲେ ଆହୁରି ଅଧିକ କର୍ମନିଯୁକ୍ତି ପ୍ରଭାବିତ ହେବ ବୋଲି ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri