ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ

ଭୁବନେଶ୍ୱର,୨୭।୭(ବ୍ୟୁରୋ):କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢ଼ାଇ ଦେଇଛି। କରୋନା ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡାକ୍ତରମାନଙ୍କୁ ଆଗଧାଡ଼ିର ଯୋଦ୍ଧା ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଏବେ ସରକାରଙ୍କ ସମସ୍ୟା ବଢ଼ାଇଛି। ଏଭଳି ଏକ ଅଭାବ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସରକାର ରାଜ୍ୟରେ ଡାକ୍ତରମାନଙ୍କ ଅବସର ବୟସ ୫୮ରୁ ୬୦ ବର୍ଷକୁ ବୃଦ୍ଧି କରିଥିବାବେଳେ ଏହାପରେ ୬୨କୁ ବଢାଇଥିଲେ। ନିକଟରେ ଦୁଇଦିନ ତଳେ ସରକାର ଡାକ୍ତରଙ୍କ ଅବସର ବୟସକୁ ଆଉ ୩ବର୍ଷ ବୃଦ୍ଧି କରି ୬୫ବର୍ଷ କରିଛନ୍ତି। ଏହାସହ ଅଧିକାଂଶ ସ୍ଥାନରେ ଚୁକ୍ତିଭିତ୍ତିରେ ଡାକ୍ତର, ଷ୍ଟାଫ୍‌ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଅଧିକାଂଶ ସରକାରୀ ଡାକ୍ତରଖାନାରେ ଡାକ୍ତର ଓ ବିଭାଗୀୟ କର୍ମଚାରୀଙ୍କ ଅଭାବ ଦେଖିବାକୁ ମିଳୁଛିି।
ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟା ୪କୋଟି ୨୦ଲକ୍ଷ। ଲୋକ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ୧୩୧୫ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୩୨୮ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ଅଛି। ହେଲେ ରାଜ୍ୟରେ ଅଦ୍ୟାବଧି ୧୨୮୭ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୩୭୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ସେହି ଅନୁସାରେ ରାଜ୍ୟରେ ୭୪୪୯ଜଣ ଡାକ୍ତରଙ୍କ ଆବଶ୍ୟକ ସ୍ଥଳେ ୬୨୧୮ ନିଯୁକ୍ତ ହୋଇଛନ୍ତି। ଇତିମଧ୍ୟରେ ଅଧିକାଂଶ ଅବସର ନେଇସାରିଥିବାବେଳେ ଆହୁରି କେତେଜଣ ଉଚ୍ଚଶିକ୍ଷା ନିମନ୍ତେ ଛୁଟିରେ ଅଛନ୍ତି। ସେହିପରି ଷ୍ଟାଫନର୍ସଙ୍କ ସଂଖ୍ୟା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ୨୨,୩୩୭ ଜଣ ଷ୍ଟାଫ ନର୍ସଙ୍କ ଆବଶ୍ୟକତା ଥିଲାବେଳେ ମାତ୍ର ୪୫୨୯ ଜଣ ଦାୟିତ୍ୱରେ ଅଛନ୍ତି। ସେହିପରି ୨୯୦୯ ଲାବରେଟୋରୀ ଆସିଷ୍ଟାଣ୍ଟଙ୍କ ବଦଳରେ ଅଛନ୍ତି ମାତ୍ର ୮୭୯। ମହିଳା ସ୍ବାସ୍ଥ୍ୟକର୍ମୀ ୧୧, ୭୨୭ଜଣଙ୍କ ପରିବର୍ତ୍ତେ ଅଛନ୍ତି ୮, ୫୮୨ଜଣ। ସେହିପରି ପୁରୁଷ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ୭, ୯୭୫ଜଣ ରହିଥିଲା ବେଳେ ମାତ୍ର ୩, ୨୯୦ଜଣ ଅଛନ୍ତି। ମହିଳା ଓ ପୁରୁଷ ଏମ୍‌ପିଏଚ୍‌ଏସ୍‌ଙ୍କ ସଂଖ୍ୟା ମଧ୍ୟ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌ ଥିବା ଜଣାପଡ଼ିଛି।
ସରକାର ଦେଇଥିବା ଆଉ ଏକ ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜର ସମୁଦାୟ ସିଟ୍‌ ସଂଖ୍ୟା ୧୫୫୦। ସେଥିମଧ୍ୟରୁ ବାର୍ଷିକ ପ୍ରାୟ ୯୯ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ ପ୍ରାୟ ହଜାରେ ଲୋକସଂଖ୍ୟାରେ ଜଣେ ଲେଖାଏ ଡାକ୍ତରଙ୍କ ଆବଶ୍ୟକତା ଅଛି। ଜନସଂଖ୍ୟା ଅନୁଯାୟୀ ରାଜ୍ୟରେ ପ୍ରାୟ ୪୩ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ପ୍ରାୟ ୨୪ହଜାର ରେଜିଷ୍ଟ୍ରୀଭୁକ୍ତ ଡାକ୍ତର ଅଛନ୍ତି। ସେହିଭଳି ରାଜ୍ୟରେ ସରକାରୀ ମେଡିକାଲ କଲେଜରେ ମୋଟ ୧୨୬୬ ମଞ୍ଜୁରୀପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀରେ ବର୍ତ୍ତମାନ ୯୪୨ଜଣ କାର୍ଯ୍ୟରତ ରହିଛନ୍ତି। ବାକି ୩୨୫ ପଦବୀ ଖାଲିପଡିଛି। ସେହିପରି ରାଜ୍ୟରେ କୌଣସି ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ନ ଥିବାବେଳେ ଏହାର ଆବଶ୍ୟକତା ଥିବା ସରକାର ସ୍ବୀକାର କରିଛନ୍ତି। ହେଲେ ଏଥିପାଇଁ କେବେ ବିଧେୟକ ଅଣାଯିବ ସେନେଇ କୌଣସି ପ୍ରସ୍ତାବ ନ ଥିବା ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ୨୦୧୯ରେ ଉତ୍ତର ରଖିଛନ୍ତି। ରାଜ୍ୟର ସବୁ ଜିଲାରେ ଯେତିକି ଡାକ୍ତରଙ୍କ ଆବଶ୍ୟକତା ଅଛି ସେହି ଅନୁଯାୟୀ ପଦବୀ ପୂରଣ ନାହିଁ। ରାଜ୍ୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୬୬୧୪ ଥିଲାବେଳେ ସେଥିରୁ ସ୍ଥାୟୀଭାବେ ୨୯୮୩ ଜଣ ଅଛନ୍ତି। ଆଡ୍‌ହକ୍‌ରେ ୧୧୯ଜଣ, ଠିକାରେ ୫୮୫ ଜଣ ଅଛନ୍ତି। ସେହିଭଳିି ଦେଖିଲେ ମୋଟ ୨୯୨୭ ପଦବୀ ଖାଲି ଅଛି। ଏହା ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀର ୪୪.୨୫ ପ୍ରତିଶତ ହେବ। ଅନ୍ୟପଟେ ରାଜ୍ୟ ସରକାର ଦେଇଥିବା ଆଉ ଏକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୮୨ଟି ନର୍ସିଂହୋମ୍‌ ପଞ୍ଜୀକୃତ ଥିବାବେଳେ ସେଥିରୁ ୮୯୮ଟି ଅଦ୍ୟାବଧି ଚାଲୁ ରହିଛି।
ରାଜ୍ୟରେ ଏବେ ମୋଟ ୭ ମେଡିକାଲ କଲେଜ, ଗୋଟିଏ ଡେଣ୍ଟାଲ କଲେଜ, ୪ ହୋମିଓପାଥିକ କଲେଜ, ୩ ଆୟୁର୍ବେଦିକ କଲେଜ ଅଛି। ଏହି ୧୫ କଲେଜରେ ମୋଟ ୫୧୬ ଶିକ୍ଷକ ପଦବୀ ଏବଂ ୨୭୦୫ ନନ୍‌ଟିଚିଂ ପଦବୀ ଖାଲି ରହିଛି। ଏଭଳି ସ୍ଥିତିରେ କରୋନା ମହାମାରୀଗ୍ରସ୍ତ ଜିଲାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅନ୍ୟ ଜିଲାରୁ ଡାକ୍ତର ଅଣାଯାଇ କାମ ଚଳାଯାଉଥିବା ବେଳେ ଯେଉଁ ଜିଲାରୁ ଡାକ୍ତର ଯାଉଛନ୍ତି ସେଠାରେ ବର୍ତ୍ତମାନ ଗୁରୁତର ଅସୁବିଧା ଉପୁଜିଥିବା ବିଭିନ୍ନ ଦଳର ପ୍ରତିନିଧିମାନେ ଅଭିଯୋଗ କଲେଣି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟରେ ଡାକ୍ତର ପଦବୀ ଖାଲି ରହିଥିବା କଥାକୁ ସ୍ବୀକାର କରିଛନ୍ତି। ସମ୍ପ୍ରତି କୋଭିଡ୍‌ ହସ୍ପିଟାଲରେ ଅନେକ ଡାକ୍ତରଙ୍କ ଆବଶ୍ୟକତା ରହିଛି। ତେଣୁ ସବୁ ଦିଗକୁ ଚିନ୍ତା କରି ଡାକ୍ତରଙ୍କ ଅବସର ବୟସ ସୀମାକୁ ବୃଦ୍ଧି କରାଯାଇଛି ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri