ରାଜ୍ୟ

ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା

ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛନ୍ତି। ଜିଲାରେ ଚିହ୍ନଟ ୨ କରୋନା ସଂକ୍ରମିତ ୩ ଦିନ ତଳେ ସୁରଟରୁ…

ରାଜସ୍ଥାନ କୋଟାରୁ ଝାରସୁଗୁଡ଼ାରେ ପହଞ୍ଚିଲେ ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ଝାରସୁଗୁଡା ଅଫିସ,୩।୫- କରୋନା କଟକଣା ଯୋଗୁ ଝାରସୁଗୁଡା ଜିଲାର ୭୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ରାଜସ୍ଥାନ କୋଟାରେ ଫସି ରହିଥିଲେ। ସେମାନେ ୩ଟି ବସ୍‌ ଯୋଗେ ରବିବାର ଝାରସୁଗୁଡାରେ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍କ୍ରିନିଂ କରାଯାଇଥିବା ବେଳେ କ୍ୱାରାଣ୍ଟାଇନରେ…

ଶୁଖିନି ଫନୀର କ୍ଷତ: ଅସଜଡ଼ା ଶିକ୍ଷାନୁଷ୍ଠାନ, ସଂଘର୍ଷ କରୁଛି ହୋଟେଲ ଶିଳ୍ପ; ପୁରୁଣା ରୂପକୁ ଫେରୁଛି ବାଲୁଖଣ୍ଡ

ପୁରୀ ଅଫିସ,୩।୫: ବାତ୍ୟା ଫନୀକୁ ବିତିଗଲା ବର୍ଷେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ୧୪ ଜିଲା ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଅଧିକ କ୍ଷୟକ୍ଷତି ହୋଇଥିଲା। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର…

ପ୍ରବାସୀଙ୍କ ସୁରକ୍ଷା ପାଇଁ ରଣନୀତି: ଷ୍ଟେଶନ, ସଙ୍ଗରୋଧ କେନ୍ଦ୍ରରେ ଅଧିକ ପୋଲିସ ମୁତୟନ ହେବେ

କଟକ ଅଫିସ,୩।୫: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବା ଆରମ୍ଭ ହୋଇଗଲାଣି। ସ୍ବତନ୍ତ୍ର ଟ୍ରେନ୍‌ ଏବଂ ବସ୍‌ରେ ସେମାନେ ଓଡ଼ିଶା ଫେରୁଛନ୍ତି। ଏହାକୁ ନେଇ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ ପୋଲିସ। ଶନିବାର ରାଜ୍ୟର ବରିଷ୍ଠ ପୋଲିସ…

ରାଜ୍ୟର ୧୪ ସହରରେ କମିଛି ପ୍ରଦୂଷଣ: ଭୁବନେଶ୍ୱର, ବ୍ରହ୍ମପୁରରେ ସର୍ବାଧିକ ୬୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ରାଜ୍ୟର ୧୪ ସହରରେ ଏବେ ବାୟୁ ପ୍ରଦୂଷଣ ମାତ୍ରା କମିଛି। କେତେକ ସହରର ବାୟୁର ଗୁଣବତ୍ତା ଭଲ ରହିଥିବାବେଳେ ଆଉ କେତେକ ସହରରେ ସନ୍ତୋଷଜନକ ସ୍ଥିତିରେ…

୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ। ୫ ଜଣ ବିଚାରପତି ମାମଲାଗୁଡିକର ଶୁଣାଣି କରିବେ। ଜଣକିଆ ଖଣ୍ଡପୀଠରେ ସମସ୍ତ ଶୁଣାଣି ହେବ।…

ସେସୁର ମୋବାଇଲ ଆପ୍‌ ‘ସେସୁ କନେକ୍ଟ’ ଉନ୍ମୋଚିତ: ଘରେ ବସି ଡିଜିଟାଲ ମୋଡରେ ବିଲ ପଇଠ କରି ପାରିବେ ଉପଭୋକ୍ତା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସରକାର ୩ ପର୍ଯ୍ୟାୟରେ ଲକ୍‌ଡାଉନ ଅବଧି ମେ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତିି। ମାର୍ଚ୍ଚରୁ ମିଟର ରିଡିଂ କିମ୍ବା ବିଦ୍ୟୁତ୍‌ ବିଲ୍‌ ଉପଭୋକ୍ତାଙ୍କୁ ଦିଆଯାଉ ନାହିଁ। ଫଳରେ ଉପଭୋକ୍ତାମାନେ ସେମାନଙ୍କର ବିଲ୍‌ ପ୍ରଦାନ…

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ନିର୍ଦ୍ଦେଶାବଳୀ: ପୋର୍ଟାଲରେ ନାମ ପଞ୍ଜୀକରଣ ଜରୁରୀ

ଭୁବନେଶ୍ୱର,୩।୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଏବଂ ଲୋକମାନେ ଓଡ଼ିଶାକୁ ଫେରିବା ଆରମ୍ଭ କରିଛନ୍ତିି। ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଲା

ପୁରୀ ଅଫିସ,୩।୫: କରୋନା କଟକଣା ଭିତରେ କେମିତି ହେବ ରଥଯାତ୍ରା? ଏବର୍ଷ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କ ରଥ ଗଡ଼ିବ ନା ରୁକୁଣା ରଥ ପରି ବନ୍ଦ ହୋଇଯିବ? ମହାମାରୀ କରୋନାର ଭୟାବହତାକୁ ଦେଖି ଗତ କିଛିଦିନ ହେଲା ରଥଯାତ୍ରାକୁ ନେଇ ଏମିତି…

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ରଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ…

ସୀମା ଚେକ୍‌ ପଏଣ୍ଟରେ ସମନ୍ବିତ ପରିଚାଳନା, ଏସ୍‌ଓପି ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆ ମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ସମନ୍ବିତ ଢଙ୍ଗରେ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। ବିଶେଷ ଭାବେ ରାଜ୍ୟ ସୀମାରେ କରାଯାଇଥିବା ଚେକ୍‌…

‘ଫନୀ’କୁ ବର୍ଷେ: ଉଜାଡ଼ି ଦେଇଥିଲା ୧୪ ଜିଲା

ଭୁବନେଶ୍ୱର,୩।୫(ବ୍ୟୁରୋ): ୨୦୧୯ ମେ ୩ ତାରିଖ ଶୁକ୍ରବାର। ଓଡ଼ିଶା ଉପକୂଳକୁ ମାଡ଼ିଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନୀ’। ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଘଣ୍ଟାକୁ ୧୭୫ରୁ ୧୮୫ କି.ମି. ବେଗରେ ପବନ ସୁ ସୁ ଗର୍ଜନ କରି ତାଣ୍ଡବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri