ଏମ୍‌ସରେ ପଦବୀ ଖାଲି, ବହୁ ମେଶିନ ଅଚଳ

ଭୁବନେଶ୍ୱର,୭।୮ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ)କୁ ପ୍ରତିଦିନ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅଧିକାଂଶ ଜରୁରିକାଳୀନ ଚିକିତ୍ସା ଆଶାରେ ଏହି କେନ୍ଦ୍ରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଆସିଥାନ୍ତି। ହେଲେ ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ନ ଥିବାରୁ ଉତ୍ତମ ଚିକିତ୍ସା ବଦଳରେ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି।
ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ମିଳିଥିବା ଉକ୍ତ ତଥ୍ୟ ଅନୁସାରେ, ଏମ୍‌ସରେ ପ୍ରାୟ ଅଧା ପଦବୀ ଖାଲି ପଡିଛି। ଜରୁରିକାଳୀନ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ବହୁ ଉପକରଣ ଓ ଜୀବନ ରକ୍ଷାକାରୀ ମେଶିନ ସ୍ଥାପନ କରାଯିବାଠାରୁ ଅଚଳ ହୋଇ ରହିଛି। ୨୦୧୭-୧୮ ମଧ୍ୟରେ ପ୍ରାୟ ୬ ଲକ୍ଷ ୫୪ ହଜାର ୭୦୩ ରୋଗୀ ଏମ୍‌ସକୁ ଆସିଛନ୍ତି। ୨୦୧୮-୧୯ ଏହାଠାରୁ ଦୁଇଗୁଣ ଅଧିକ ଅର୍ଥାତ୍‌ ରେକର୍ଡ ସଂଖ୍ୟା ରୋଗୀ ଆସିଥିବାବେଳେ ୨୦ହଜାର ୧୭୯ ଗୁରୁତର ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ହେଲେ ମୋଟ ଅନୁମୋଦିତ ୩୦୫ ଡାକ୍ତରୀ ପଦବୀ ମଧ୍ୟରୁ ୩୭.୩୭ ପ୍ରତିଶତ ବା ୧୧୪ଟି ଖାଲି ପଡ଼ିଛି। ସେହିପରି ନିୟମିତ, ଚୁକ୍ତିଭିତ୍ତିକ ଓ ଡେପୁଟେଶନ ପୋଷ୍ଟ ସହିତ ପ୍ରାୟ ୪୯ ପ୍ରତିଶତ ଅନ୍ୟାନ୍ୟ ପଦବୀ ଯଥା ଝାଡୁଦାର ଓ ପାରାମେଡିକାଲ ପଦବୀ ଖାଲି ପଡିଛି। ମୋଟ ୩ହଜାର ୭୭୬ ଅନୁମୋଦିତ ପଦବୀରୁ ୧ହଜାର ୮୬୪ରେ ନିଯୁକ୍ତି ନ ଥିବାରୁ ଚିକିତ୍ସା ସେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ହୃଦ୍‌ଘାତ ରୋଗୀଙ୍କୁ ମରଣମୁହଁରୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଡେଫିବ୍ରିଲାଟର ଭଳି କେତେକ ଜୀବନ ରକ୍ଷାକାରୀ ମେଶିନ ଦୀର୍ଘଦିନ ହେବ ଅଚଳ ହୋଇପଡିଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି।
ଏ ସମ୍ପର୍କରେ ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳୀ କୁହନ୍ତି, ଖାଲି ଥିବା ପଦବୀ ପୂରଣ ପାଇଁ ବିଜ୍ଞାପନ ଦିଆଯାଉଛି। କିନ୍ତୁ ଅଧିକାଂଶ ସଂରକ୍ଷିତ ଥିବାରୁ କମ୍‌ ସଂଖ୍ୟକ ଆବେଦନ ହେଉଛି। ତଥାପି ଖୁବ୍‌ଶୀଘ୍ର ପୂରଣ ପାଇଁ ଚେଷ୍ଟା କରୁଛୁ। ଅନ୍ୟପକ୍ଷରେ କିଛି ମେଶିନ ଖରାପ ରହିଛି। ହେଲେ ଆମ ପାଖରେ ବହୁତ ଅତିରିକ୍ତ ମେଶିନ ରହିଥିବାରୁ ଚିକିତ୍ସାରେ ଏହାର ପ୍ରଭାବ ପଡୁନି। ଖରାପ ମେଶିନ ସଜାଡିବାକୁ ମଧ୍ୟ ଟେଣ୍ଡର ଦେଇଛୁ। ଆଶା କରୁଛୁ, ଆଗାମୀ ଦିନରେ ସବୁକିଛି ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri