‘ଶ୍ରୀମନ୍ଦିରରେ ଅନ୍‌ଲାଇନ ଦର୍ଶନ ପାଇଁ ବିଚାରବିମର୍ଶ’

ପୁରୀ ଅଫିସ,୭ା୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ଗ୍ରହଣ କରାଯିବ। ଏନେଇ ବିଚାର ବିମର୍ଶ ଚାଲିଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି। ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷରେ ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏହି ବ୍ୟବସ୍ଥା ଲାଗୁ ହେଲେ ଦୃଢ଼ ବିରୋଧ କରାଯିବ ବୋଲି କେତେକ ଭକ୍ତ ମତ ରଖିଛନ୍ତି।
ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ତାରିଖରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ଠାକୁରଙ୍କ ନୀତିକାନ୍ତି କରୁଛନ୍ତି। କୌଣସି ଭକ୍ତଙ୍କୁ ଭିତରକୁ ଛଡ଼ାଯାଉନି। ଇତିମଧ୍ୟରେ ସାଢେ ୪ମାସରୁ ଊର୍ଦ୍ଧ୍ୱ ବିତିଗଲାଣି, ହେଲେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ମହାମାରୀ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରି ଛିଡ଼ା କରିଛି। ତେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ଏହାର ପ୍ରଭାବ ପୁରୀ ଅର୍ଥନୀତି ଉପରେ ପଡ଼ିଛି। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି ବେଳାଭୂମିର ଉଠାଦୋକାନୀ ବି ପ୍ରଭାବିତ ହୋଇଛନ୍ତି। ତେଣୁ ଧୀରେ ଧୀରେ ଅର୍ଥନୀତିକୁ ସୁଦୃଢ଼ କରାଇବା ପାଇଁ ପ୍ରଶାସନ ଚିନ୍ତା କରୁଛି। ଯେଉଁମାନେ ହୋଟେଲରେ ବୁକିଂ କରିଥିବେ ସେମାନେ ପୁରୀକୁ ଆସିପାରିବେ ବୋଲି ପ୍ରଶାସନ ଅନୁମତି ଦେଲାଣି। ଅନ୍ୟପକ୍ଷରେ ସାଢେ ୪ମାସରୁ ଊର୍ଦ୍ଧ୍ୱ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତଙ୍କ ମନ ବି ବ୍ୟଥିତ ହୋଇପଡ଼ିଲାଣି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।
ଗୁରୁବାର ଗଣମାଧ୍ୟମକୁ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ସୂଚନା ଦେଇ କହିଛନ୍ତି, ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ଭକ୍ତ। ଅନ୍‌ଲାଇନ ଜରିଆରେ ଦର୍ଶନ ବ୍ୟବସ୍ଥା ପାଇଁ ବିଚାର ବିମର୍ଶ କରାଯାଉଛି। ଏନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି। ଶୀଘ୍ର ଚୂଡ଼ାନ୍ତ ହେବ। ପ୍ରଥମେ ପୁରୀବାସୀ ଏବଂ ପରେ ଅନ୍ୟମାନଙ୍କୁ ଦର୍ଶନ ସୁବିଧା ମିଳିବ। ପରିଚୟପତ୍ର ଏବଂ ତଥ୍ୟ ଦେଇ ଅନ୍‌ଲାଇନରେ ପଞ୍ଜୀକୃତ କରିପାରିବେ। କେଉଁଦିନ ଏବଂ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ ତାହା ପୂର୍ବରୁ ଜଣାଇ ଦିଆଯିବ ବୋଲି ଦାସମହାପାତ୍ର କହିଛନ୍ତି। ତେବେ ଏହାକୁ ନେଇ ଭକ୍ତଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଶ୍ରଦ୍ଧାଳୁ ଦିଲୀପ ବରାଳ କହିଛନ୍ତି, ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଗଲେ ବହୁ ଭକ୍ତ ଦର୍ଶନରୁ ବଞ୍ଚତ୍ତ ହେବେ। ବିଶେଷକରି ପରିଣତ ବୟସରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଥିବା ବେସାହାରା ଲୋକଟିଏ ପାଖରେ ଆଉ ସୁଯୋଗ ରହିବ ନାହିଁ। କେବଳ ମହାପ୍ରଭୁ ବଡ଼ବଡିଆଙ୍କ ଠାକୁର ବୋଲି ପ୍ରମାଣିତ ହେବ। ତେଣୁ ଏଭଳି ବ୍ୟବସ୍ଥା ଶ୍ରୀମନ୍ଦିର କ୍ଷେତ୍ରରେ ଲାଗୁ ନ ହେଉ ବୋଲି ବରାଳ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍‌ଲାଇନ ଦର୍ଶନ ସମ୍ପର୍କରେ କୌଣସି ନିଷ୍ପତ୍ତି କିମ୍ବା ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ପରିଚାଳନା କମିଟି ବୈଠକରେ ମଧ୍ୟ ଏସଂକ୍ରାନ୍ତରେ ଆଲୋଚନା କରାଯାଇ ନାହିଁ। ଏହା ଦାସମହାପାତ୍ରଙ୍କ ବ୍ୟକ୍ତିଗତ ମତ ହୋଇପାରିଥାଏ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri