ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ ସୀମିତ ନୁହେଁ। ଏଥିରେ ଏମିତି କେତେଜଣ ମହିଳା ଅଛନ୍ତି ଯେଉଁମାନେ ଘରର ଚାରିକାନ୍ଥ ଭିତରେ ରହି ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରି ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି। ହସ୍ତତନ୍ତର ସୂକ୍ଷ୍ମକଳାକୁ ନେଇ ଜାତୀୟ, ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ସେମିତି କେତେଜଣ ମହିଳାଙ୍କୁ ଭେଟିଥିଲେ ଆମ ପ୍ରତିନିଧି। ସେମାନଙ୍କ ମନର କଥାକୁ ନେଇ ପ୍ରେମାନନ୍ଦ ଖମାରୀଙ୍କ ଏକ ସ୍ବତନ୍ତ୍ର ଉପସ୍ଥାପନା…

ବାନ୍ଧକଳା ପ୍ରତି ପ୍ରୋତ୍ସାହନ ଲୋଡ଼ା
ବାନ୍ଧକଳା ଆମକୁ ବାନ୍ଧି ରଖିଛି। ଏହି କଳାରେ ବହୁ ଉନ୍ନତି ଆସିଛି। କିନ୍ତୁ ବୁଣାକାରମାନେ ଆଜି ବି ଅବହେଳିତି। ସମ୍ମାନ ମିଳୁଛି ସତ କିନ୍ତୁ ସମସ୍ତ ବୁଣାକାରଙ୍କ ପେଟ ପୂରୁନି। ଏବେ କରୋନା ପାଇଁ ବୁଣାକାରମାନେ ଦୁଃଖକଷ୍ଟରେ ଅଛନ୍ତି। ଜୀବନ, ଜୀବିକା ଉଜୁଡ଼ି ଯାଇଛି। ପର୍ଯ୍ୟାପ୍ତ ବଜାର ସୁବିଧା ସହିତ ସୂତା, ରଙ୍ଗ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବା ଦରକାର। ଏହା ସହିତ ବୁଣାକାରଙ୍କୁ ସରକାରୀ ସହାୟତା ମିଳିବାର ଆବଶ୍ୟକତା ରହିଛି। ମୁଁ ଜାତୀୟ, ରାଜ୍ୟସ୍ତରୀୟ ପୁରସ୍କାର ପାଇଛି। ଷ୍ଟେଟବ୍ୟାଙ୍କ ପକ୍ଷରୁ ମନୋନୀତି ହୋଇ ସର୍ବଭାରତୀୟସ୍ତରରେ ଜଣେ ସଫଳ ଉଦ୍ୟୋଗୀଭାବେ ସମ୍ବର୍ଦ୍ଧିତ ହୋଇଛି। ହେଲେ ବୁଣାକାରଙ୍କୁ ସମ୍ମାନ ସହିତ ସହାୟତା ମିଳୁ ବୋଲି ମୁଁ ଦାବି କରୁଛି।
– ସୁକାନ୍ତି ମେହେର, ବରପାଲି

ାଢ଼ିରେ ସୀମିତ ନୁହେଁ ବାନ୍ଧକଳା
ପିଲାଟି ବେଳୁ ମା’ବାପାଙ୍କ ବାନ୍ଧକଳା ଦେଖି ଆସୁଥିଲି। ପାଠ ପଢ଼ୁଥିଲେ ମଧ୍ୟ ୧୦ବର୍ଷ ବୟସରୁ ସେହି କାମ ଶିଖିବା ଆରମ୍ଭ କଲି। ବାହାଘର ପରେ ସ୍ବାମୀ ବାନ୍ଧକଳା ପ୍ରତି ଆହୁରି ଉତ୍ସାହିତ କଲେ। ତାଙ୍କ ପ୍ରେରଣାରୁ ବିଭିନ୍ନ ଡିଜାଇନ୍‌ର ବାନ୍ଧକଳା ଶିଖିଲି। ବାନ୍ଧକଳା କହିଲେ ଲୋକେ ସାଧାରଣତଃ ଶାଢ଼ିକୁ ବୁଝିଥାନ୍ତି। ଏବେ ତାହା ଆଉ ଶାଢ଼ିରେ ସୀମିତ ନାହିଁ। ବାନ୍ଧକଳାରେ ମାସ୍କ, ରାଖୀ, ଟାଇ, ଟୋପି, ଟେବୁଲ କ୍ଲଥ, ଡୋର୍‌ ସ୍କ୍ରିନ, ବେଡ୍‌ଶିଟ୍‌, ରୁମାଲ ଆଦି ତିଆରି ହେଉଛି। ୨୦୧୩ରେ ମୋ ତିଆରି ସୁଦଶାବ୍ରତ ଶାଢ଼ି (ଝୋଟି ଡିଜାଇନ୍‌) ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ୨୦୧୫ ଜାତୀୟ ହସ୍ତତନ୍ତ ଦିବସରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଁ ସେହି ପୁରସ୍କାର ଗ୍ରହଣ କରିଥିଲି।
– ସସ୍ମିତା ମେହେର, ବରଗଡ଼
ପରମ୍ପରା ବଜାୟ ରହିଛି
ସମୟ ବଦଳୁଛି। ବାନ୍ଧକଳାରେ ଡିଜାଇନ୍‌ ବି ବଦଳି ଚାଲିଛି। କିନ୍ତୁ ପରମ୍ପରାଗତ ଡିଜାଇନ ପଛରେ ପଡ଼ି ନାହିଁ। ସବୁବେଳେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମେ ଗୁରୁତ୍ୱ ଦେଇ ଆସୁଛୁ। ଆମେ ଯେଉଁ ଶାଢ଼ି ତିଆରି କରୁଛୁ, ସେଥିରେ କଳା ସଂସ୍କୃତି ଆଦି ମଧ୍ୟ ପ୍ରତିଫଳିତ ହେଉଛି। କେବଳ ସେତିକି ନୁହେଁ, ଲୋକଙ୍କ ଚାହିଦା ଅନୁଯାୟୀ, ବିଭିନ୍ନ ସମୟରେ ପ୍ରସ୍ତୁତ ଶାଢ଼ିରେ ଚିତ୍ରକଳା, ସାହିତ୍ୟ ଆଦି ଶିକ୍ଷଣୀୟ ତଥ୍ୟ ମଧ୍ୟ ପ୍ରସ୍ଫୁଟିତ ହେଉଛି। ଦିନକୁ ଦିନ ବାନ୍ଧକଳାର ଉନ୍ନତି ଘଟୁଛି। ୨୦୦୬ରେ ମୁଁ ପ୍ରସ୍ତୁତ କରିଥିବା ପାଟଶାଢ଼ି ‘ମହାଲକ୍ଷ୍ମୀ’ ପାଇଁ ନ୍ୟାଶନାଲ ଆୱାର୍ଡ ପାଇଥିଲି।
– ଶାନ୍ତିଲତା ମେହେର, ବରପାଲି
ବ୍ୟବହାର ହେଉଛି ପ୍ରାକୃତିକ ରଙ୍ଗ
ଏବେ ଆଧୁନିକ ଚାକଚକ୍ୟକୁ ଦେଖି ଶାଢ଼ି ପ୍ରସ୍ତୁତ କରାଯାଉଛି। ଫଳରେ ପୂର୍ବପୁରୁଷମାନେ ବାନ୍ଧକଳାରେ ଯେଉଁ ଶାଢ଼ି ତିଆରି କରୁଥିଲେ, ତାହା ଧୀରେ ଧୀରେ ହଜିବାକୁ ବସିଛି। ମାତ୍ର ଆମେ ସମ୍ପୂର୍ଣ୍ଣଭାବେ ପ୍ରାଚୀନତାର ପୁନରୁଦ୍ଧାରକୁ ଗୁରୁତ୍ୱ ଦେଇଆସୁଛୁ। ବିନାଗ୍ରାଫ୍‌ରେ ଡିଜାଇନ୍‌ ତିଆରି କରୁଛୁ। ପୂର୍ବପୁରୁଷଙ୍କ ପ୍ରସ୍ତୁତ ଶାଢ଼ି ଭଳି ହାତୀ, ସିଂହ, ହରିଣ(ହେର୍ଣ୍ଣା), ହଂସ, ଲହମାଛ, ଲହପୁଚ୍‌କି ଆଦି କଳା ଆମ ଶାଢ଼ିରେ ରହୁଛି। ସେହିପରି ମୁଗଛାଲି(ଚୋପା), କୁମ୍ଭାର ମାଟି, ଗୋରସ, ଅର୍ଜୁନ ଗଛ ଛାଲିରୁ ଶାଢ଼ି ପାଇଁ ପ୍ରାକୃତିକ ରଙ୍ଗ ତିଆରି କରୁଛୁ। ଏଥିରୁ ଆମର ଆଗାମୀ ପିଢ଼ି ପୂର୍ବପୁରୁଷଙ୍କ କାରିଗରି ଉପରେ ନିଶ୍ଚୟ କିଛି ଜାଣିପାରିବେ। ଆମ ପ୍ରସ୍ତୁତ ପାରମ୍ପରିକ ସାରାବନ୍ଧ ଶାଢ଼ି ୨୦୧୬ରେ ନ୍ୟାଶନାଲ ଆୱାର୍ଡ ପାଇଥିଲା। ସେହି ପୁରସ୍କାର ଆମେ ଜୟପୁରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଗ୍ରହଣ କରିଥିଲୁ।
– ଦେବକୀ ମେହେର, କପାବାରି


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?