ଅସ୍ଥାୟୀ ଭାବେ ରାଜମହଲ ଛକକୁ ସ୍ଥାନାନ୍ତର ହେଲା ୧ ନଂ ପରିବା ହାଟ
ଭୁବନେଶ୍ୱର,୨୬।୩(ବ୍ୟୁରୋ): କରୋନା ଭୂତାଣୁକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ…
ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ଲାଗି ପ୍ରସ୍ତାବ
ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ରାଜ୍ୟରେ କରୋନା ଭୂତାଣୁ (କୋଭିଡ୍-୧୯)କୁ ରୋକିବା ଓ ସଂକ୍ରମିତ ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି।…
ଲକ୍ ଡାଉନ ନିୟମକୁ ଉଲ୍ଲଂଘନ: ୧୯ ଜଣଙ୍କ ନାଁରେ ମାମଲା
ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ନେଇ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି। ହେଲେ ଏହି ସମୟରେ କେତେକ ଲୋକଙ୍କର କୌଣସି କାମ ନ ଥିଲେ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି। ଲକ୍ଡାଉନ ନିୟମ ଉଲ୍ଲଂଘନ କରିଥିବାରୁ ବୁଧବାର ପୁରୀ…
ରୋଜଗାର ହରାଇଛନ୍ତି ୨୦ଲକ୍ଷ ନିର୍ମାଣ ଶ୍ରମିକ
ସମ୍ବଲପୁର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ୨୧ ଦିନର ଲକ୍ ଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ସମର୍ଥନ କରି ବିଭିନ୍ନ ପଦକ୍ଷେପ…
ଓଡ଼ିଶା ଫେରିଲେ ଆନ୍ଧ୍ରରେ ଫସିଥିବା ୪୫ ବିଇଡି ଛାତ୍ରୀଛାତ୍ର
ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଓଡ଼ିଶାରୁ ବିଇଡି ପରୀକ୍ଷା ଦେବା ପାଇଁ ଆସି ଆନ୍ଧ୍ରପ୍ରଦେଶରେ ପ୍ରାୟ ୪୫ଜଣ ଓଡ଼ିଆ ଛାତ୍ରୀଛାତ୍ର ଫସିଥିଲେ। ଏହି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ସୁବିଧାରେ ଓଡ଼ିଶା ଫେରାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶସମ୍ ଜିଲା ମିର୍ଜାପୁରମ୍କୁ…
୪୦ ଡିଗ୍ରୀ ଛୁଇଁବ ପାରଦ
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ ତାତି ବଢି ଚାଲିଛି। । ଆସନ୍ତା ସପ୍ତାହ ମଧ୍ୟରେ ପାରଦ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁବ। ବଲାଙ୍ଗୀର, ଟିଟିଲାଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଆଦି ଜିଲାରେ ସର୍ବୋଚ୍ଚ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଏପ୍ରିଲ…
ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଛି। ଏଭଳିସ୍ଥିତିରେ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଗତ ରବିବାରଠାରୁ ଲକ୍ଡାଉନ ଘୋଷଣା ହେବା ପରଠାରୁ ଅଧିକାଂଶ ଜନସାଧାରଣ ଘରେ ରହିବାକୁ ଉଚିତ…
୨୦୪୩ ଦାଦନ ଶ୍ରମିକ ହୋମ୍ କ୍ୱାରାଣ୍ଟାଇନ୍ରେ
ବଲାଙ୍ଗୀର ଅଫିସ,୨୬ା୩: ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲାର ବିଭିନ୍ନ ଗଁ।ରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଜୀବିକା ଅନ୍ବେଷଣରେ ଯାଇଥାନ୍ତି। ଜିଲା ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରୁ ଚଳିତବର୍ଷ ପ୍ରାୟ ୨୩…
ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ
ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ ମହିଳା। ଲକ୍ଡାଉନ ଯୋଗୁ ସେମାନେ ଏବେ ଫେରି ପାରୁ ନ…
ରାଜ୍ୟ ବାହାରେ ଥିବା ସରକାରୀ ରହଣି ସ୍ଥାନର ବୁକିଂ ସ୍ଥଗିତ
ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଦେଶର ବିଭିନ୍ନ ସହରରେ ଥିବା ଓଡ଼ିଶା ଭବନ, ଓଡ଼ିଶା ସଦନ, ଓଡ଼ିଶା ନିବାସ ଏବଂ ଉତ୍କଳ…
ସମଗ୍ର ରାଜ୍ୟରେ ଲକ୍ଡାଉନ୍ କଡ଼ାକଡ଼ି
ଭୁବନେଶ୍ୱର,୨୬ା୩ (ବ୍ୟୁରୋ): ଦେଶରେ କରୋନା ଭାଇରସର ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତା ୨୧ଦିନ ପର୍ଯ୍ୟନ୍ତ ଘରୁ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଜରୁରୀ କାର୍ଯ୍ୟ କିମ୍ବା…
ମାସକର ଖାଦ୍ୟ ମାଗଣାରେ ଦେବାକୁ ନିବେଦନ
କଟକ ଅଫିସ୍,୨୬ା୩: କରୋନାକୁ ଦୃଷ୍ଟିରେ ରଖି ୨୧ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି। ତେବେ ଏଥିଯୋଗୁ ଦିନମଜୁରିଆ, ଚୁକ୍ତିଭିିିତ୍ତିକ ଶ୍ରମିକ, ନିର୍ମାଣ ଶ୍ରମିକ, ପାଚିକା, ପରିଚାରିକା, ରିକ୍ସା ଚାଳକ, ଅଟୋ ଚାଳକ, ଉଠାଦୋକାନୀ, ଚାଷୀ ପ୍ରମୁଖଙ୍କ ନିତିଦିନିଆ…
Archives


