ଆଜିଠୁ ଆଉଏକ ଲଘୁଚାପ: ୩ଦିନ ପ୍ରବଳ ବର୍ଷା, ଉଜାଡ଼ିବ ଚାଷ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କରୋନା ମହାମାରୀ ଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କ୍ରମାଗତ ଲଘୁଚାପ ବର୍ଷା ଚାଷ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଲଗାତର ୩ଟି ଲଘୁଚାପ ଯୋଗୁ ରାଜ୍ୟରେ ଅଧିକାଂଶ ଜିଲାରେ ଚାଷ ଜମି ଜଳମଗ୍ନ ରହିଛି। ଏପରିସ୍ଥିତିରେ ସୋମବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏହାର ପ୍ରଭାବରେ ୨୭ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ତଳି ଅଞ୍ଚଳ ବୁଡ଼ିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ସତ ହେଲେ ଅଧିକାଂଶ ଜିଲାରେ ଧାନ ଚାଷ ଧୋଇଯିବା ସମ୍ଭାବନା ରହିଛି। ଏନେଇ ସତର୍କ କରାଯିବା ପରେ ଚାଷୀକୂଳରେ ଚିନ୍ତା ବଢ଼ିଛି।
ଜୁନ୍‌ ୧୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କରିବା ପରେ କିଛି ପରିମାଣ ବର୍ଷା ହୋଇଥିଲା। ଏଥିଯୋଗୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଜୁଲାଇରେ ମୌସୁମୀ ସମ୍ପୂର୍ଣ୍ଣ ଉଭାନ୍‌ ହୋଇଯାଇଥିଲା। ଫଳରେ ଅନେକ ଜିଲାରେ ମରୁଡ଼ି ଆଶଙ୍କା ଦେଖାଦେଇଥିଲା। ସ୍ବତନ୍ତ୍ର ରିଲିଫ କମିଶନର (ଏଚ୍‌ଆର୍‌ସି) କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ରେ ସ୍ବାଭାବିକ ବୃଷ୍ଟିପାତଠାରୁ ୯.୩% ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇରେ ୩୪.୯% କମ୍‌ ରହିଥିଲା। ତେବେ ଲଘୁଚାପ ଯୋଗୁ ଅଗଷ୍ଟରେ ଏ ପର୍ଯ୍ୟନ୍ତ ୪୫.୨%ରୁ ଅଧିକ ବର୍ଷା ହୋଇଛି। ୧୭ ଜିଲାରେ ସାଧାରଣ ବୃଷ୍ଟିପାତଠାରୁ ୧୯% ଅଧିକ ବର୍ଷା ହୋଇଥିବାବେଳେ ୪ ଜିଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି। ୬ ଜିଲାରେ ସ୍ବାଭାବିକ ବୃଷ୍ଟିପାତଠାରୁ ୧୦୫ରୁ ୧୭୬% ଅଧିକ ହୋଇଛି। କେବଳ ନୂଆପଡ଼ା ଜିଲାରେ ୩୧.୯% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଚାଷ ପାଇଁ ଅନୁକୂଳ ପାଗ ରହିଛି। ଇତିମଧ୍ୟରେ ଚାଷୀମାନେ ରୁଆ ବେଉଷଣ କାର୍ଯ୍ୟ ଶେଷ କରିଦେଇଛନ୍ତି। ତେବେ ବର୍ଷା ଓ ବନ୍ୟା ଚାଷ ପରିସ୍ଥିତିକୁ ଆହୁରି ବିଗାଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସମ୍ଭାବ୍ୟ ଲଘୁଚାପ ଯୋଗୁ ଆସନ୍ତା ୨୪ ତାରିଖ ରାତିରୁ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ପୁରୀ ଏବଂ ଅନୁଗୋଳ ଜିଲାରେ ପ୍ରବଳ ବର୍ଷିବ। ୨୫ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ତଳିଆ ଅଞ୍ଚଳରେ ପାଣି ଜମିବା ସହିତ କିଛି ଜାଗାରେ ବନ୍ୟା ପରିସ୍ଥିତି ଦେଖାଯିବ। ଏଥିସହିତ କଚ୍ଚାଘର ଭାଙ୍ଗିବ ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଥିବାରୁ ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି। ସେହିପରି ୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ଅନୁଗୋଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ୨୭ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ସମସ୍ତ ଜିଲାର ଜିଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାଗୁଡ଼ିକରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହିତ ଲଘୁଚାପ ବର୍ଷାଜନିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଶେଷ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri