କ୍ଷେତକୁ ନିଅଣ୍ଟ ସାର

ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ ନେବା ପାଇଁ ସେମାନଙ୍କ ନିକଟରେ ସାର ହିଁ ଏକମାତ୍ର ବିକଳ୍ପ ରହିଛି। କିନ୍ତୁ ଠିକଣା ସମୟରେ ତାହା ଯୋଗାଇବାରେ କୃଷି ବିଭାଗ ବିଫଳ ହୋଇଛି। ଚଳିତବର୍ଷ ଜିଲାର କୃଷି କ୍ଷେତକୁ ମୋଟ୍‌ ୫ ହଜାର ଟନ୍‌ ୟୁରିଆ ଦରକାର। ହେଲେ ବର୍ତ୍ତମାନ ସୁଦ୍ଧା ୩ ହଜାର ୭ ଶହ ଟନ୍‌ ଗଚ୍ଛିତ ଥିବାବେଳେ ୧୩ ଶହ ଟନ୍‌ ୟୁରିଆ ଅଭାବ ରହିଛି। ତେବେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଦୁଇ ଦିନ ଭିତରେ ୪ ଶହ ଟନ୍‌ ସାର ପହଞ୍ଚତ୍ବା ସେଠାକାର ଚାଷୀଙ୍କ ପାଇଁ ଆଶ୍ୱାସନ ହୋଇଥିବା କୁହାଯାଉଛି। ଆଗାମୀ ଦିନରେ ୫ ଶହ ଟନ୍‌ ୟୁରିଆ ଆସି ପହଞ୍ଚତ୍ବ ବୋଲି ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟରୁ ସୂଚନା ମିଳିଛି।
କୃଷି ବିଭାଗ ତଥ୍ୟ ମୁତାବକ, ଅନୁଗୋଳ ଜିଲାରେ ଚଳିତ ଖରିଫ ଋତୁରେ ମୋଟ୍‌ ୮୭ ହଜାର ୫୦ ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ୮୩ ହଜାର ୮୪୮ ହେକ୍ଟରରେ ଧାନ ଓ ଅବଶିଷ୍ଟ ଜମିରେ ଅଣଧାନ ଚାଷ କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚିଠି ସତ୍ତ୍ବେ ଆବଶ୍ୟକ ସାର ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଜିଲାର ମୋଟ୍‌ ୮ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ କିଛି କିଛି ସାର ମହଜୁଦ୍‌ ରହିଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ପ୍ରାୟତଃ ସମସ୍ୟା ଦୂର ହୋଇଛି। ତଥାପି ନିଅଣ୍ଟିଆ ସାର ପାଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଗୋଦାମ ଓ ଛେଣ୍ଡିପଦା ଗୋଦାମରେ ପ୍ରାୟ ଦେଢ଼ ଶହ ଟନ୍‌ ୟୁରିଆ ରହିଛି। ସରକାର ସେବା ସମବାୟ ସମିତି (ପ୍ୟାକ୍ସ) ଜରିଆରେ ଚାଷୀଙ୍କୁ ସାର ଯୋଗାଇ ଦେଉଥିବାରୁ ଅନୁଗୋଳ ଗୋଦାମ ଉପରେ ଅନୁଗୋଳ ବ୍ଲକର ୧୮ଟି ପ୍ୟାକ୍ସ, ତାଳଚେରର ୬ଟି ଓ ବଅଁରପାଳ ବ୍ଲକର ୧୩ଟି ପ୍ୟାକ୍ସ ନିର୍ଭରଶୀଳ। ସେହିପରି ଛେଣ୍ଡିପଦା ଗୋଦାମ ଛେଣ୍ଡିପଦା ବ୍ଲକର ୧୯ଟି ପ୍ୟାକ୍ସ ସହ କଣିହାଁର ୧୦ଟି ପ୍ୟାକ୍ସକୁ ସାର ଯୋଗାଉଛି। ଅଧିକାଂଶ ପ୍ୟାକ୍ସରେ ଆଦୌ ସାର ନ ଥିବାବେଳେ କିଛି ସ୍ଥାନରେ ମାତ୍ର ୨ରୁ ୩ ଟନ୍‌ ଲେଖାଏ ସାର ରହିଛି। ବର୍ତ୍ତମାନ ସ୍ଥିତିରେ ଜିଲା ପାଇଁ ଆଉ ଏକ ହଜାର ଟନ୍‌ ସାର ଆବଶ୍ୟକ ରହିଛି। ଅପରପକ୍ଷରେ ସରକାରୀସ୍ତରରେ ଏହି ନିଅଣ୍ଟିଆ ସ୍ଥିତିର ଫାଇଦା ଉଠାଇବାରେ ଲାଗିଛନ୍ତି କେତେଜଣ ବ୍ୟବସାୟୀ। ସରକାରୀ ସ୍ତରରେ ଯେଉଁ ସାର ୨୬୭ ଟଙ୍କାରେ ମିଳିବା କଥା ତାହା ଏବେ ଦୁଇଗୁଣ ଦରରେ ବିକ୍ର କରାଯାଉଛି। ଫଳରେ ସାର ଅଭାବର ଶିକାର ହୋଇଥିବା ଚାଷୀ ଏହାକୁ ଖୋଲା ବଜାରରୁ ଚଢ଼ା ଦରରେ କିଣି ଶୋଷଣର ଶିକାର ହେଉଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ଭୋଳାଶଙ୍କର ବେହେରା କହିଛନ୍ତି, ଅନୁଗୋଳରେ ସାର ର଼୍ୟାକ୍‌ ନ ଥିବାରୁ ସମସ୍ୟା ଉପୁଜୁଛି। ଏ ନେଇ ସମ୍ବଲପୁର ରେଳବାଇ ଡିଭିଜନାଲ୍‌ଙ୍କୁ ଚିଠି କରାଯାଇଛି। ର଼୍ୟାକ୍‌ ହୋଇଗଲା ପରେ ଅନୁଗୋଳ ଜିଲା ସମ୍ବଲପୁର ଓ କଟକ ର଼୍ୟାକ୍‌ ଉପରେ ନିର୍ଭର କରିବ ନାହିଁ। ଚଳିତ ବର୍ଷ କରୋନା ପାଇଁ ର଼୍ୟାକ୍‌ ନିର୍ମାଣରେ ବିଳମ୍ବ ହୋଇଛି। ଆସନ୍ତା ବର୍ଷକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ। କିଶୋରନଗର ଓ ଆଠମଲ୍ଲିକରେ ଥିବା ସାର ସମସ୍ୟା ଏବେ ଦୂର ହୋଇଛି। ଆଉ ୫ ଶହ ଟନ୍‌ ୟୁରିଆ ଦୁଇରୁ ତିନି ଦିନ ମଧ୍ୟରେ ସମ୍ବଲପୁର ର଼୍ୟାକ୍‌ରୁ ଆସି ଅନୁଗୋଳରେ ପହଞ୍ଚତ୍ବ। ଫଳରେ ସାର ସମସ୍ୟା ରହିବ ନାହିଁ ବୋଲି କୃଷି ଉପନିର୍ଦ୍ଦେଶକ ବେହେରା ପ୍ରକାଶ କରିଛନ୍ତି।

ର଼୍ୟାକ୍‌ ହେବ ବୋଲି ଶୁଣିଆସୁଛୁ
ଅନୁଗୋଳରେ ସାର ର଼୍ୟାକ୍‌ ହେବ ବୋଲି ବହୁ ବର୍ଷ ହେଲା ଶୁଣିଆସୁଛୁ। କିନ୍ତୁ କେବେ ଏହା ହେବ ଓ ଚାଷୀଙ୍କ ନିକଟରେ ଠିକଣା ସମୟରେ ସରକାର ସାର ପହଞ୍ଚାଇବେ ତାହା ପ୍ରଶ୍ନବାଚୀରେ ରହିଯାଉଛି। ସରକାର ତ୍ୱରିତ ପଦକ୍ଷେପ ନେବା ଦରକାର।
– ତଅଁଳୁ ସାହୁ, ଚାଷୀ

ତୁରନ୍ତ ସାର ଯୋଗାଯାଉ
ବର୍ଷା ଅଭାବ କାରଣରୁ ଚଳିତବର୍ଷ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ବାରମ୍ବାର ଲଘୁଚାପ ଚାଷ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ଏବେ ସାର ନ ମିଳିବା ଚାଷୀକୁଳଙ୍କୁ ଚିନ୍ତାରେ ପକାଉଛି। ତୁରନ୍ତ ଏହାର ସମାଧାନ କରାଯାଉ।
– ବିଜୟ ସାହୁ, ଚାଷୀ

ଚଢ଼ା ଦରରେ କିଣିବାକୁ ପଡ଼ୁଛି
ଚାଷୀଙ୍କୁ ସାର ଯୋଗାଣରେ ସରକାର ବିଫଳ ହେଉଥିବାରୁ ଦୁଇଗୁଣା ଦର ଦେଇ ଖୋଲା ବଜାରରୁ କିଣିବାକୁ ପଡ଼ୁଛି। ଠିକଣା ସମୟରେ କ୍ଷେତରେ ସାର ନ ପଡ଼ିଲେ ଧାନ ଗଛ ବଢ଼ିବ ନାହିଁ। ଏଥିପ୍ରତି ଜିଲା କୃଷି ବିଭାଗ ଧ୍ୟାନ ଦେବାକୁ ଦାବି ହେଉଛି।
– ମନୋଜ ପ୍ରଧାନ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?