କ୍ଷେତକୁ ନିଅଣ୍ଟ ସାର

ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ ନେବା ପାଇଁ ସେମାନଙ୍କ ନିକଟରେ ସାର ହିଁ ଏକମାତ୍ର ବିକଳ୍ପ ରହିଛି। କିନ୍ତୁ ଠିକଣା ସମୟରେ ତାହା ଯୋଗାଇବାରେ କୃଷି ବିଭାଗ ବିଫଳ ହୋଇଛି। ଚଳିତବର୍ଷ ଜିଲାର କୃଷି କ୍ଷେତକୁ ମୋଟ୍‌ ୫ ହଜାର ଟନ୍‌ ୟୁରିଆ ଦରକାର। ହେଲେ ବର୍ତ୍ତମାନ ସୁଦ୍ଧା ୩ ହଜାର ୭ ଶହ ଟନ୍‌ ଗଚ୍ଛିତ ଥିବାବେଳେ ୧୩ ଶହ ଟନ୍‌ ୟୁରିଆ ଅଭାବ ରହିଛି। ତେବେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଦୁଇ ଦିନ ଭିତରେ ୪ ଶହ ଟନ୍‌ ସାର ପହଞ୍ଚତ୍ବା ସେଠାକାର ଚାଷୀଙ୍କ ପାଇଁ ଆଶ୍ୱାସନ ହୋଇଥିବା କୁହାଯାଉଛି। ଆଗାମୀ ଦିନରେ ୫ ଶହ ଟନ୍‌ ୟୁରିଆ ଆସି ପହଞ୍ଚତ୍ବ ବୋଲି ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟରୁ ସୂଚନା ମିଳିଛି।
କୃଷି ବିଭାଗ ତଥ୍ୟ ମୁତାବକ, ଅନୁଗୋଳ ଜିଲାରେ ଚଳିତ ଖରିଫ ଋତୁରେ ମୋଟ୍‌ ୮୭ ହଜାର ୫୦ ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ୮୩ ହଜାର ୮୪୮ ହେକ୍ଟରରେ ଧାନ ଓ ଅବଶିଷ୍ଟ ଜମିରେ ଅଣଧାନ ଚାଷ କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚିଠି ସତ୍ତ୍ବେ ଆବଶ୍ୟକ ସାର ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଜିଲାର ମୋଟ୍‌ ୮ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ କିଛି କିଛି ସାର ମହଜୁଦ୍‌ ରହିଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ପ୍ରାୟତଃ ସମସ୍ୟା ଦୂର ହୋଇଛି। ତଥାପି ନିଅଣ୍ଟିଆ ସାର ପାଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଗୋଦାମ ଓ ଛେଣ୍ଡିପଦା ଗୋଦାମରେ ପ୍ରାୟ ଦେଢ଼ ଶହ ଟନ୍‌ ୟୁରିଆ ରହିଛି। ସରକାର ସେବା ସମବାୟ ସମିତି (ପ୍ୟାକ୍ସ) ଜରିଆରେ ଚାଷୀଙ୍କୁ ସାର ଯୋଗାଇ ଦେଉଥିବାରୁ ଅନୁଗୋଳ ଗୋଦାମ ଉପରେ ଅନୁଗୋଳ ବ୍ଲକର ୧୮ଟି ପ୍ୟାକ୍ସ, ତାଳଚେରର ୬ଟି ଓ ବଅଁରପାଳ ବ୍ଲକର ୧୩ଟି ପ୍ୟାକ୍ସ ନିର୍ଭରଶୀଳ। ସେହିପରି ଛେଣ୍ଡିପଦା ଗୋଦାମ ଛେଣ୍ଡିପଦା ବ୍ଲକର ୧୯ଟି ପ୍ୟାକ୍ସ ସହ କଣିହାଁର ୧୦ଟି ପ୍ୟାକ୍ସକୁ ସାର ଯୋଗାଉଛି। ଅଧିକାଂଶ ପ୍ୟାକ୍ସରେ ଆଦୌ ସାର ନ ଥିବାବେଳେ କିଛି ସ୍ଥାନରେ ମାତ୍ର ୨ରୁ ୩ ଟନ୍‌ ଲେଖାଏ ସାର ରହିଛି। ବର୍ତ୍ତମାନ ସ୍ଥିତିରେ ଜିଲା ପାଇଁ ଆଉ ଏକ ହଜାର ଟନ୍‌ ସାର ଆବଶ୍ୟକ ରହିଛି। ଅପରପକ୍ଷରେ ସରକାରୀସ୍ତରରେ ଏହି ନିଅଣ୍ଟିଆ ସ୍ଥିତିର ଫାଇଦା ଉଠାଇବାରେ ଲାଗିଛନ୍ତି କେତେଜଣ ବ୍ୟବସାୟୀ। ସରକାରୀ ସ୍ତରରେ ଯେଉଁ ସାର ୨୬୭ ଟଙ୍କାରେ ମିଳିବା କଥା ତାହା ଏବେ ଦୁଇଗୁଣ ଦରରେ ବିକ୍ର କରାଯାଉଛି। ଫଳରେ ସାର ଅଭାବର ଶିକାର ହୋଇଥିବା ଚାଷୀ ଏହାକୁ ଖୋଲା ବଜାରରୁ ଚଢ଼ା ଦରରେ କିଣି ଶୋଷଣର ଶିକାର ହେଉଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ଭୋଳାଶଙ୍କର ବେହେରା କହିଛନ୍ତି, ଅନୁଗୋଳରେ ସାର ର଼୍ୟାକ୍‌ ନ ଥିବାରୁ ସମସ୍ୟା ଉପୁଜୁଛି। ଏ ନେଇ ସମ୍ବଲପୁର ରେଳବାଇ ଡିଭିଜନାଲ୍‌ଙ୍କୁ ଚିଠି କରାଯାଇଛି। ର଼୍ୟାକ୍‌ ହୋଇଗଲା ପରେ ଅନୁଗୋଳ ଜିଲା ସମ୍ବଲପୁର ଓ କଟକ ର଼୍ୟାକ୍‌ ଉପରେ ନିର୍ଭର କରିବ ନାହିଁ। ଚଳିତ ବର୍ଷ କରୋନା ପାଇଁ ର଼୍ୟାକ୍‌ ନିର୍ମାଣରେ ବିଳମ୍ବ ହୋଇଛି। ଆସନ୍ତା ବର୍ଷକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ। କିଶୋରନଗର ଓ ଆଠମଲ୍ଲିକରେ ଥିବା ସାର ସମସ୍ୟା ଏବେ ଦୂର ହୋଇଛି। ଆଉ ୫ ଶହ ଟନ୍‌ ୟୁରିଆ ଦୁଇରୁ ତିନି ଦିନ ମଧ୍ୟରେ ସମ୍ବଲପୁର ର଼୍ୟାକ୍‌ରୁ ଆସି ଅନୁଗୋଳରେ ପହଞ୍ଚତ୍ବ। ଫଳରେ ସାର ସମସ୍ୟା ରହିବ ନାହିଁ ବୋଲି କୃଷି ଉପନିର୍ଦ୍ଦେଶକ ବେହେରା ପ୍ରକାଶ କରିଛନ୍ତି।

ର଼୍ୟାକ୍‌ ହେବ ବୋଲି ଶୁଣିଆସୁଛୁ
ଅନୁଗୋଳରେ ସାର ର଼୍ୟାକ୍‌ ହେବ ବୋଲି ବହୁ ବର୍ଷ ହେଲା ଶୁଣିଆସୁଛୁ। କିନ୍ତୁ କେବେ ଏହା ହେବ ଓ ଚାଷୀଙ୍କ ନିକଟରେ ଠିକଣା ସମୟରେ ସରକାର ସାର ପହଞ୍ଚାଇବେ ତାହା ପ୍ରଶ୍ନବାଚୀରେ ରହିଯାଉଛି। ସରକାର ତ୍ୱରିତ ପଦକ୍ଷେପ ନେବା ଦରକାର।
– ତଅଁଳୁ ସାହୁ, ଚାଷୀ

ତୁରନ୍ତ ସାର ଯୋଗାଯାଉ
ବର୍ଷା ଅଭାବ କାରଣରୁ ଚଳିତବର୍ଷ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ବାରମ୍ବାର ଲଘୁଚାପ ଚାଷ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ଏବେ ସାର ନ ମିଳିବା ଚାଷୀକୁଳଙ୍କୁ ଚିନ୍ତାରେ ପକାଉଛି। ତୁରନ୍ତ ଏହାର ସମାଧାନ କରାଯାଉ।
– ବିଜୟ ସାହୁ, ଚାଷୀ

ଚଢ଼ା ଦରରେ କିଣିବାକୁ ପଡ଼ୁଛି
ଚାଷୀଙ୍କୁ ସାର ଯୋଗାଣରେ ସରକାର ବିଫଳ ହେଉଥିବାରୁ ଦୁଇଗୁଣା ଦର ଦେଇ ଖୋଲା ବଜାରରୁ କିଣିବାକୁ ପଡ଼ୁଛି। ଠିକଣା ସମୟରେ କ୍ଷେତରେ ସାର ନ ପଡ଼ିଲେ ଧାନ ଗଛ ବଢ଼ିବ ନାହିଁ। ଏଥିପ୍ରତି ଜିଲା କୃଷି ବିଭାଗ ଧ୍ୟାନ ଦେବାକୁ ଦାବି ହେଉଛି।
– ମନୋଜ ପ୍ରଧାନ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଲାଣି ବିଜେଡିର...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri