କଟକ ମହାନଗର ନିଗମର ଦାୟିତ୍ୱହୀନତା: ରାସ୍ତାରେ ପଡୁଛି ବ୍ୟବହୃତ ପିପିଇ କିଟ୍‌

କଟକ ଅଫିସ,୨୩।୮: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ କିଟ୍‌) ବ୍ୟବହାର ହେଉଛି ସତ; କିନ୍ତୁ ଏହାପରେ ତାକୁ ରାସ୍ତା ଉପରେ ଫୋପାଡ଼ିଦେବା ଭଳି ଦାୟିତ୍ୱହୀନତା ଏବେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଦେଖିବାକୁ ମିଳୁଛି। ପିପିଇ କିଟ୍‌ ବ୍ୟବହାର ପରେ ତାକୁ ପୋଡ଼ିବା କିମ୍ବା ପୋତିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା ଏବେ ରାସ୍ତାରେ ପଡ଼ି ସଂକ୍ରମଣ ଭୟ ସୃଷ୍ଟି କରୁଛି।

ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପରିମଳ ବ୍ୟବସ୍ଥାକୁ ସିଏମ୍‌ସି ଗୁରୁତ୍ୱ ଦେଉଥିବା କହୁଛି। ଡୋର୍‌ ଟୁ ଡୋର୍‌ ସାନିଟାଇଜ ମଧ୍ୟ କରାଯାଉଛି। ଦିନରେ ସିଏମ୍‌ସିର କାମ ଭଲ ରହୁଛି; କିନ୍ତୁ ରାତି ହେଲେ ସହରରୁ ବାହାରୁଥିବା ଅଳିଆ ଭିତରେ ପିପିଇ କିଟ୍‌ଗୁଡ଼ିକ ପକାଇ ଦିଆଯାଉଛି। ଶନିବାର ସତୀଚଉରାସ୍ଥିତ ଡମ୍ପିଂୟାର୍ଡରେ ସିଏମ୍‌ସିର ଗାଡ଼ି ଯେଉଁ ଅଳିଆ ଗଦା କରିଥିଲା, ସେଥିରେ ବ୍ୟବହୃତ ପିପିଇ କିଟ୍‌ ପଡ଼ିରହିଥିଲା। ଉଲ୍ଲେଖଯୋଗ୍ୟ, ପିପିଇ କିଟ୍‌କୁ ଥରେ ବ୍ୟବହାର ପରେ ଏହାକୁ ସ୍ବତନ୍ତ୍ର ପ୍ୟାକେଜିଂ କରି ବାୟୋ ମେଡିକାଲ ୱେଷ୍ଟ ପ୍ଲାଣ୍ଟରେ ଏହାକୁ ନଷ୍ଟ କରାଯାଇଥାଏ। କିନ୍ତୁ ଏହାକୁ ଖୋଲାଖୋଲି ରାସ୍ତାରେ ଫୋପାଡ଼ି ଦିଆଯାଉଛି। ଫଳରେ ଅଳିଆ ଉଠାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ କିମ୍ବା ପ୍ଲାଷ୍ଟିକ ଗୋଟାଉଥିବା କବାଡ଼ିବାଲା ଏହାଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି।

ଏ ନେଇ ସିଏମ୍‌ସିର ପରିମଳ ଅଧିକାରୀ ତଥା ଡେପୁଟି କମିଶନର ସଞ୍ଜୀବିତା ରାୟ କହିଛନ୍ତି, ସମସ୍ତ କୋଭିଡ୍‌ ହସ୍ପିଟାଲ କିମ୍ବା କୋଭିଡ୍‌ କେୟାର ସେଣ୍ଟରରୁ ବାହାରୁଥିବା ପିପିଇ କିଟ୍‌କୁ ନଷ୍ଟ କରିବା ପାଇଁ ବିଭିନ୍ନ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ସେମାନେ କିଟ୍‌କୁ ପୋଡ଼ି ଦେଉଛନ୍ତି, ନଚେତ୍‌ ପୋତି ଦେଉଛନ୍ତି। ବାହାର ଅଳିଆଗଦାରେ ଏହା ପଡୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ପ୍ରଶାସନ ପକ୍ଷରୁ ୩ ଗ୍ରାମରକ୍ଷୀଙ୍କୁ ଶେଷ ସମ୍ମାନ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨ (ବି.ପ୍ର./ଡି.ଏନ୍‌.ଏ.): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁର ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ବ୍ଲକ୍‌କୁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ପୋଲିସ ବସ୍‌ ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି...

ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା: କୌଶିକଙ୍କ ଲକରରୁ ୩୭.୯ଲକ୍ଷ ଜବତ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ସ୍କୋୟାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ (ପିଏନ୍‌ବି) ଶାଖାରେ ୩୨ କୋଟି ଠକେଇ ଘଟଣାର ତଦନ୍ତ ଚଳାଇଛି ସିବିଆଇ। ମଙ୍ଗଳବାର ଏହି ଘଟଣାର...

ତାଲା ଭାଙ୍ଗି ଦୋକାନରୁ ନେଇଗଲେ ଏଲ୍‌ଇଡି ଟିଭି: ସାଇଣ୍ଟିଫିକ୍‌ ଟିମର ତଦନ୍ତ

ଗୋପାଳପୁର,୪ା୬-ବେଶ କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରାମାନେ। ବୁଧବାର ରାତିରେ ଗୋପାଳପୁର ଥାନା କରାପଲ୍ଲୀ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନର ତାଲା ଭାଙ୍ଗି ଲୁଟେରାମାନେ...

ଘରେ ପଶି ୭ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସମ୍ପତ୍ତି ଲୁଟ୍‌ : ଚୋରି ସମୟରେ ଅଭିଯୋଗ ଶୁଣି ଆସିଲାନି ପୋଲିସ

ରଣପୁର,୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କାର୍ଯ୍ୟାଳୟ ରାସ୍ତାର ଜଣେ ବିଚାରପତିଙ୍କ ସରକାରୀ ବାସଭବନ ସମ୍ମୁଖସ୍ଥ ରାଜ କିଶୋର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରୁ...

ଜୁନାଗଡ ଅବକାରୀ ବିଭାଗର ଚଢ଼ାଉ: ୪୧ ଲିଟର ଚୋରାମଦ ଜବତ, ୩ କୋର୍ଟ ଚାଲାଣ

ଜୁନାଗଡ,୧୫।୮(ଡି.ଏନ.ଏ.)  ଜିଲା ଅବକାରୀ ଅଧୀକ୍ଷକ ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଜୁନାଗଡ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ କର୍ମଚାରୀଙ୍କ ମିଳିତି ଉଦ୍ୟମରେ ବୁଧବାର ଜୁନାଗଡ ବ୍ଲକର...

ଶ୍ରୀଜଗନ୍ନାଥଙ୍କ ବାହୁଟ ସେବାଲାଗି ବଉଳ ବୃକ୍ଷ ଚିହ୍ନଟ

ସାକ୍ଷୀଗୋପାଳ,୨୯ା୫(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ଆବଶ୍ୟକ ବାହୁଟ ସେବା ଲାଗି ଶୁକ୍ରବାର ବଉଳବୃକ୍ଷ...

ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି

ମାର୍ଶାଘାଇ,୩୦।୯(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ସଭାଗୃହଠାରେ ସୋମବାର ଜିଲା ପ୍ରଶାସନର ମିଳିତ ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୯୧ ଅଭିଯୋଗର ଶୁଣାଣି...

ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ...

Advertisement
Archives

Model This Week