ରାଜ୍ୟ

ଛେରାପହଁରା କଲେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ

ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ ଜଳଲାଗି ପରେ ନିର୍ଦ୍ଧାରିତ ସମୟରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରାପହଁରା କରିଛନ୍ତି। ଏହା…

CORONAVIRUS UPDATE: ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ…

୨୧ ଜିଲାରୁ ୧୩୦ କରୋନା ପଜିଟିଭ ଚିହ୍ନଟ: ସର୍ବାଧିକ କଟକରୁ

ଭୁବନେଶ୍ୱର, ୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ କରୋନା ଆକ୍ରାନ୍ତ ୨୧ଟି ଜିିଲାର। ତେବେ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ଜଣ ଲେଖାଏ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ…

CORONAVIRUS UPDATE: ରାଜ୍ୟରେ ପୁଣି ୧୩୦ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଲା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ପୁଣି ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି। ତେବେ ନୂଆ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଟି…

ସ୍ନାନ ବେଦୀରେ ଦାରୁଦିଅଁ

ପୁରୀ ଅଫିସ୍‌,୫।୬: ଶେଷ ହୋଇଛି ପ୍ରତୀକ୍ଷା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ନିର୍ଘଣ୍ଟ ସମୟରେ ଠାକୁରଙ୍କ ରାତି ୩ଟା ୧୦ରେ ପହଣ୍ଡି ହୋଇଥିଲା। ସ୍ନାନବେଦୀରେ ବିଜେ କରିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି। ମଙ୍ଗଳାର୍ପଣ ରାତି ୧ଟା…

ଆଜି ସ୍ନାନଯାତ୍ରା

ପୁରୀ ଅଫିସ, ୫ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା କରିରହିଛି…

ଆସୁଛି ଲଘୁଚାପ

ଭୁବନେଶ୍ୱର,୫ା୬(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଦୁଇ ତିନି ଦିନଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୯ ତାରିଖ ସନ୍ଧ୍ୟାରୁ ଉପକୂଳ…

‘ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ’

ଭୁବନେଶ୍ୱର,୫ା୬(ବ୍ୟୁରୋ):ଜୀବନ ଓ ଜୀବିକା ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥରେ ରହିଲେ ଜୀବିକା ଆଗକୁ ବଢ଼ିବ। ଜୀବିକା ଗୁରୁତ୍ୱପୂର୍ଣ୍ଣ ବୋଲି ଲକ୍‌ଡାଉନ କୋହଳ କରାଯାଇଛି। ଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନ ହେବ ସେଥିପ୍ରତି ସାବଧାନ ରହିବା ଜରୁରୀ। ଆତ୍ମସଂଯମ ହିଁ…

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): କରୋନା ଯୁଦ୍ଧରେ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ଲମ୍ବା ଲଢ଼େଇ। ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ କରୋନା ଚାଲିଯାଇଛି। ଜୁନ୍‌ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।…

କେନ୍ଦ୍ରୀୟ ଡେପୁଟେଶନ୍‌ରେ ଗଲେ ହିମାଂଶୁ ଲାଲ: ଜୟନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୪ା୬(ବ୍ୟୁରୋ): ୨୦୦୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ଡିଆଇଜି (ଉତ୍ତରାଞ୍ଚଳ ରେଞ୍ଜ୍‌ ସମ୍ବଲପୁର) ହିମାଂଶୁ ଲାଲଙ୍କୁ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସେକ୍ରେଟାରିଏଟ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଭୁବନେଶ୍ୱର…

ଆସୁଛି ଲଘୁଚାପ: ୧୧, ୧୨ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୪ା୬(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଦୁଇ ତିନି ଦିନଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖ ସନ୍ଧ୍ୟାରୁ ଉପକୂଳ…

ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ୍‌ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri