କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଚିନ୍ତାଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡିଏସ୍ଥିତ ନ୍ୟୁ ରେକର୍ଡିଂ ଷ୍ଟୁଡ଼ିଓ ବୁଥ୍‌ରେ ଗୀତ ରେକର୍ଡିଂରେ ବ୍ୟସ୍ତ ରହିଛନ୍ତି। ନିଜର ସୁମଧୁର କଣ୍ଠ ପାଇଁ କିଛି ଦିନ ଭିତରେ ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିବା ନମିତାଙ୍କର ଗୋଟିଏ ଗୀତ ରବିବାର ରେକର୍ଡିଂ କରାଯାଇଛି। ଓଲିଉଡ୍‌ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଗୀତଟି ପ୍ରସ୍ତୁତ କରାଯାଇଛି।

‘ନିନୁନା ନିଉତି ଜୀବନ..’ ଏହା ହେଉଛି ଆଦିବାସୀ କୁଇ ଭାଷାରେ ରଚିତ ଏକ ଗୀତର ଗୋଟିଏ ଧାଡ଼ି। ଏହାର ଅର୍ଥ ‘ତୁ ମୋର ଜୀବଜୀବନ’ ବୋଲି ଗୀତର ଗୀତିକାର ବିଜୟ ମଲ୍ଲ କହିଛନ୍ତି। ନମିତାଙ୍କ ପାଇଁ ଏହି ଗୀତଟି ଉଭୟ ଓଡ଼ିଆ ଏବଂ କୁଇ ଭାଷାର ମିଶ୍ରଣରେ ଲେଖାଯାଇଛି। ଗୀତର ପ୍ରଯୋଜନା ଭାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବହନ କରିଛନ୍ତି।
ବଣଜଙ୍ଗଲ ଘେରା ଚିନ୍ତାଗୁଡ଼ା ଗ୍ରାମର ନମିତା ବିନା ପ୍ରଶିକ୍ଷଣରେ ଓଡ଼ିଆ, ହିନ୍ଦୀ ଓ କୁଇ ଭାଷାର ଗୀତ ଗାଇପାରନ୍ତି। ବଲିଉଡର ‘ମିଲେ ହୋ ତୁମ ହମ୍‌ସେ ବଡ଼ି ନସିବୋ ସେ’, ‘ଜୀନା ଜୀନା ଜୀନା ରେ’ ଗୀତ ଗାଇ ସେ ସୋସିଆଲ ମିଡିଆରେ ବେଶ ପ୍ରଶଂସିତ ହୋଇଥିଲେ। କିଛି ଦିନ ଭିତରେ ତାଙ୍କ ଭିଡିଓ ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚିଥିଲା। ଏ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଖବର ପାଇବା ପରେ ତାଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ମତ ରଖିବା ସହ ଏକ ଟୁଇଟ୍‌ ମଧ୍ୟ କରିଥିଲେ। ପରେ ଏ ନେଇ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସହ ଆଲୋଚନା କରିଥିଲେ। ନମିତାଙ୍କ ପାଇଁ ଏକ ଗୀତ ପ୍ରସ୍ତୁତ କରିବା ନିମନ୍ତେ ଯୋଜନା ଆଗେଇଥିଲା। ପ୍ରାରମ୍ଭରେ ଏକ ଭଜନ କରାଯିବ ବୋଲି ସ୍ଥିର ହୋଇଥିଲା। ଗୀତ ରଚନା ଦାୟିତ୍ୱ ବିଜୟ ମଲ୍ଲଙ୍କୁ ଦିଆଯାଇଥିଲା। ଏଥିରେ ଓଡ଼ିଆ ଓ କୁଇ ଭାଷାକୁ ମିଶାଇ ଗୀତଟି ଲେଖାଯାଇଥିଲା। ଏହା ଏକ ଜଗନ୍ନାଥ ଭଜନ। ରବିବାର ରେକର୍ଡିଂ ଦିବସ ନିର୍ଦ୍ଧାରଣ କରାଯିବା ପରେ ନମିତାଙ୍କୁ ଡକାଯାଇଥିଲା। ତାଙ୍କ ଯାତାୟତ ଖର୍ଚ୍ଚ ବର୍ଷା ବହନ କରିଛନ୍ତି ବୋଲି ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି। ସକାଳ ୧୦ଟାରେ ନମିତା ରେକର୍ଡିଂ ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ। ଅପରାହ୍ନ ପ୍ରାୟ ୧.୩୦ ପର୍ଯ୍ୟନ୍ତ ରେକର୍ଡିଂ କରାଯାଇଥିଲା। ନମିତାଙ୍କ କଣ୍ଠରେ ମଧୁର ଓ ସରଳତାର ଏକ ଅପୂର୍ବ ଅନୁଭବ ରହିଛି ବୋଲି ପ୍ରେମ ଆନନ୍ଦ କହିଛନ୍ତି। ତାଙ୍କୁ ଆହୁରି ଶିଖିବାର ଅଛି। ତଥାପି ଗୀତଟି ବହୁତ ଭଲ ଭାବେ ଗାଇଥିଲେ ବୋଲି ସେ କହିଛନ୍ତି। ଏହାଛଡ଼ା ବର୍ଷାଙ୍କ ପରବର୍ତ୍ତୀ ସିନେମାରେ ନମିତାଙ୍କୁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ସୁଯୋଗ ଦିଆଯିବ ବୋଲି ପ୍ରେମାନନ୍ଦ ସୂଚନା ଦେଇଛନ୍ତି। ଏହି ଅବସରରେ ନମିତାଙ୍କୁ ଅଧିକ ଉତ୍ସାହିତ କରିବା ନିମନ୍ତେ ବର୍ଷା ଏକ ପ୍ରଶଂସାମୂଳକ ଚିଠି ଦେଇଥିଲେ।
ନିଲାବାଡ଼ି ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ନମିତା ଲକ୍‌ଡାଉନ ସମୟରେ ଗୀତ ପ୍ରତି ଅଧିକ ଧ୍ୟାନ ଦେଇଥିଲେ ବୋଲି କହିଛନ୍ତି। ସ୍କୁଲ ବନ୍ଦ ହୋଇଯିବାରୁ ଘରେ ରହି ଅଧିକ ସମୟ ଗୀତ ଗାଉଥିଲେ। ଗାଁକୁ ଆସିଥିବା କେତେଜଣ ବ୍ୟକ୍ତି ତାଙ୍କ ଗୀତ ଶୁଣି ଖୁସି ହୋଇ ଏହାକୁ ରେକର୍ଡିଂ କରି ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?