କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ଚିନ୍ତାଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡିଏସ୍ଥିତ ନ୍ୟୁ ରେକର୍ଡିଂ ଷ୍ଟୁଡ଼ିଓ ବୁଥ୍‌ରେ ଗୀତ ରେକର୍ଡିଂରେ ବ୍ୟସ୍ତ ରହିଛନ୍ତି। ନିଜର ସୁମଧୁର କଣ୍ଠ ପାଇଁ କିଛି ଦିନ ଭିତରେ ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିବା ନମିତାଙ୍କର ଗୋଟିଏ ଗୀତ ରବିବାର ରେକର୍ଡିଂ କରାଯାଇଛି। ଓଲିଉଡ୍‌ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଗୀତଟି ପ୍ରସ୍ତୁତ କରାଯାଇଛି।

‘ନିନୁନା ନିଉତି ଜୀବନ..’ ଏହା ହେଉଛି ଆଦିବାସୀ କୁଇ ଭାଷାରେ ରଚିତ ଏକ ଗୀତର ଗୋଟିଏ ଧାଡ଼ି। ଏହାର ଅର୍ଥ ‘ତୁ ମୋର ଜୀବଜୀବନ’ ବୋଲି ଗୀତର ଗୀତିକାର ବିଜୟ ମଲ୍ଲ କହିଛନ୍ତି। ନମିତାଙ୍କ ପାଇଁ ଏହି ଗୀତଟି ଉଭୟ ଓଡ଼ିଆ ଏବଂ କୁଇ ଭାଷାର ମିଶ୍ରଣରେ ଲେଖାଯାଇଛି। ଗୀତର ପ୍ରଯୋଜନା ଭାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବହନ କରିଛନ୍ତି।
ବଣଜଙ୍ଗଲ ଘେରା ଚିନ୍ତାଗୁଡ଼ା ଗ୍ରାମର ନମିତା ବିନା ପ୍ରଶିକ୍ଷଣରେ ଓଡ଼ିଆ, ହିନ୍ଦୀ ଓ କୁଇ ଭାଷାର ଗୀତ ଗାଇପାରନ୍ତି। ବଲିଉଡର ‘ମିଲେ ହୋ ତୁମ ହମ୍‌ସେ ବଡ଼ି ନସିବୋ ସେ’, ‘ଜୀନା ଜୀନା ଜୀନା ରେ’ ଗୀତ ଗାଇ ସେ ସୋସିଆଲ ମିଡିଆରେ ବେଶ ପ୍ରଶଂସିତ ହୋଇଥିଲେ। କିଛି ଦିନ ଭିତରେ ତାଙ୍କ ଭିଡିଓ ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚିଥିଲା। ଏ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଖବର ପାଇବା ପରେ ତାଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ମତ ରଖିବା ସହ ଏକ ଟୁଇଟ୍‌ ମଧ୍ୟ କରିଥିଲେ। ପରେ ଏ ନେଇ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସହ ଆଲୋଚନା କରିଥିଲେ। ନମିତାଙ୍କ ପାଇଁ ଏକ ଗୀତ ପ୍ରସ୍ତୁତ କରିବା ନିମନ୍ତେ ଯୋଜନା ଆଗେଇଥିଲା। ପ୍ରାରମ୍ଭରେ ଏକ ଭଜନ କରାଯିବ ବୋଲି ସ୍ଥିର ହୋଇଥିଲା। ଗୀତ ରଚନା ଦାୟିତ୍ୱ ବିଜୟ ମଲ୍ଲଙ୍କୁ ଦିଆଯାଇଥିଲା। ଏଥିରେ ଓଡ଼ିଆ ଓ କୁଇ ଭାଷାକୁ ମିଶାଇ ଗୀତଟି ଲେଖାଯାଇଥିଲା। ଏହା ଏକ ଜଗନ୍ନାଥ ଭଜନ। ରବିବାର ରେକର୍ଡିଂ ଦିବସ ନିର୍ଦ୍ଧାରଣ କରାଯିବା ପରେ ନମିତାଙ୍କୁ ଡକାଯାଇଥିଲା। ତାଙ୍କ ଯାତାୟତ ଖର୍ଚ୍ଚ ବର୍ଷା ବହନ କରିଛନ୍ତି ବୋଲି ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି। ସକାଳ ୧୦ଟାରେ ନମିତା ରେକର୍ଡିଂ ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ। ଅପରାହ୍ନ ପ୍ରାୟ ୧.୩୦ ପର୍ଯ୍ୟନ୍ତ ରେକର୍ଡିଂ କରାଯାଇଥିଲା। ନମିତାଙ୍କ କଣ୍ଠରେ ମଧୁର ଓ ସରଳତାର ଏକ ଅପୂର୍ବ ଅନୁଭବ ରହିଛି ବୋଲି ପ୍ରେମ ଆନନ୍ଦ କହିଛନ୍ତି। ତାଙ୍କୁ ଆହୁରି ଶିଖିବାର ଅଛି। ତଥାପି ଗୀତଟି ବହୁତ ଭଲ ଭାବେ ଗାଇଥିଲେ ବୋଲି ସେ କହିଛନ୍ତି। ଏହାଛଡ଼ା ବର୍ଷାଙ୍କ ପରବର୍ତ୍ତୀ ସିନେମାରେ ନମିତାଙ୍କୁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ସୁଯୋଗ ଦିଆଯିବ ବୋଲି ପ୍ରେମାନନ୍ଦ ସୂଚନା ଦେଇଛନ୍ତି। ଏହି ଅବସରରେ ନମିତାଙ୍କୁ ଅଧିକ ଉତ୍ସାହିତ କରିବା ନିମନ୍ତେ ବର୍ଷା ଏକ ପ୍ରଶଂସାମୂଳକ ଚିଠି ଦେଇଥିଲେ।
ନିଲାବାଡ଼ି ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ନମିତା ଲକ୍‌ଡାଉନ ସମୟରେ ଗୀତ ପ୍ରତି ଅଧିକ ଧ୍ୟାନ ଦେଇଥିଲେ ବୋଲି କହିଛନ୍ତି। ସ୍କୁଲ ବନ୍ଦ ହୋଇଯିବାରୁ ଘରେ ରହି ଅଧିକ ସମୟ ଗୀତ ଗାଉଥିଲେ। ଗାଁକୁ ଆସିଥିବା କେତେଜଣ ବ୍ୟକ୍ତି ତାଙ୍କ ଗୀତ ଶୁଣି ଖୁସି ହୋଇ ଏହାକୁ ରେକର୍ଡିଂ କରି ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri