କ୍ଷତିରେ ଯାତ୍ରୀ ପରିବହନ: ଚିନ୍ତାରେ ମାଲିକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନା ପ୍ରଭାବରୁ ବର୍ତ୍ତିପାରୁନି ଯାତ୍ରୀ ପରିବହନ ସେବା। ବସ୍‌ ଠାରୁ ଆରମ୍ଭ କରି ଟ୍ୟାକ୍ସି ଏବଂ ଅଟୋ ଭଳି ଯାତ୍ରୀବାହୀ ଯାନ କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଛି। ବସ୍‌ ସେବା ଅତିମାତ୍ରାରେ ପ୍ରଭାବିତ ହୋଇଛି। କରୋନା ଭୟ ରହିଥିବାରୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଯାତ୍ରୀମାନେ ଆପଣାଇବାକୁ କୁଣ୍ଠାବୋଧ କରୁଛନ୍ତି। ଏଥିଯୋଗୁ ପ୍ରାୟ ୧୩ ହଜାର ବସ୍‌ ରାସ୍ତାକୁ ଓହ୍ଲାଇ ପାରୁ ନାହିଁ। ଯଦିଓ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ନାହିଁ ତେବେ ଯାତ୍ରୀ ଅଭାବ ବସ୍‌ ମାଲିକଙ୍କ ସମସ୍ୟା ବଢ଼ାଇ ଦେଇଛି। ଯେଉଁ କେତେକ ବସ୍‌ ଚାଲିଛି ସେଥିରେ ସାମାଜିକ ଦୂରତା ରକ୍ଷା କରି ଯାତ୍ରୀ ନେବାକୁ ପଡୁଛି। ଫଳରେ ବସ୍‌ ଖର୍ଚ୍ଚ ଉଠିବା କଷ୍ଟସାଧ୍ୟ ହୋଇପଡିଛି। ଅନ୍ୟ ପକ୍ଷରେ ଆସନ୍ତା ଅକ୍ଟୋବର ପହିଲାରୁ ଘରୋଇ ବସ୍‌ଗୁଡିକୁ ଦିଆଯାଉଥିବା ରିହାତିକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ। ବସ୍‌ମାଲିକଙ୍କୁ ସମ୍ପୂର୍ଣ୍ଣ ଟିକସ ଦେବାକୁ ପଡିବ।
କରୋନା ସମୟରେ ବସ୍‌ ମାଲିକଙ୍କ ଉପରୁ ଆର୍ଥିକ ବୋଝ କମାଇବାକୁ ରାଜ୍ୟ ସରକାର ଏପ୍ରିଲରୁ ଜୁନ୍‌ ଯାଏ ବସ୍‌ ଉପରୁ ରୋଡ୍‌ ଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ କରିଥିଲେ। ସେହିପରି ଚାଲୁଥିବା ବସ୍‌ଗୁଡିକରୁ ଜୁଲାଇରେ ୨୫ ପ୍ରତିଶତ, ଅଗଷ୍ଟରେ ୫୦ ଓ ସେପ୍ଟେମ୍ବରରେ ୭୫ ପ୍ରତିଶତ ଟିକସ ଆଦାୟ କରାଯାଉଛି। ଅକ୍ଟୋବରରୁ ବସ୍‌ଗୁଡିକୁ ସମ୍ପୂର୍ଣ୍ଣ ଟିକସ ଦେବାକୁ ପଡିବ। ରାଜ୍ୟରେ ପ୍ରାୟ ୧୪ ହଜାର ବେସରକାରୀ ବସ୍‌ ରହିଛି। ସେଥିରୁ ମାତ୍ର ୪୦୦ ବସ୍‌ ଚଳାଚଳ କରୁଛି। ସେହି ବସ୍‌ଗୁଡିକ ଉପରେ ପ୍ରାୟ ୪୫ ହଜାର କର୍ମଚାରୀ ନିର୍ଭର କରୁଛନ୍ତି। ସେମାନଙ୍କର ପରିବାରକୁ ମିଶାଇଲେ ବସ୍‌ ପରିବହନ ଉପରେ ପ୍ରାୟ ୨.୫ ଲକ୍ଷ ଲୋକ ନିର୍ଭରଶୀଳ। ତେବେ ଗତ ମାର୍ଚ୍ଚରୁ ଏହି କ୍ଷେତ୍ରରେ ଜୀବିକା ଧୂଳିସାତ ହୋଇଯାଇଛି। କରୋନା ଭୟରେ ଲୋକମାନେ ବସ୍‌ରେ ଯିବାକୁ ମଙ୍ଗୁନାହାନ୍ତି । ଯାତ୍ରୀଙ୍କ ସଂଖ୍ୟା କମି ଯାଉଛି। ବସ୍‌ ଗଡିଲା ମାତ୍ରେ ମାଲିକଙ୍କୁ ସମସ୍ତ ଖର୍ଚ୍ଚ ମିଶାଇ ଦୈନିକ ଅତି କମ୍‌ରେ ୧୫ ହଜାର ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡୁଛି। ଯାତ୍ରୀ ନ ହେଲେ ମାଲିକଙ୍କ ଉପରେ ଆର୍ଥିକ ବୋଝ ବଢି ଚାଲିଛି। କେବଳ ସେତିକି ନୁହେଁ, ବସ୍‌ ପାଇଁ ବାର୍ଷିକ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାର ବୀମା ଭରିବାକୁ ପଡୁଛି।
ଗୋଟିଏ ବସ୍‌ ମାସକୁ ୧୫ ହଜାର ଟଙ୍କା ଟିକସ ଭରଣା କରିବାକୁ ପଡିବ। ଚଳିତ ବର୍ଷ ପାର୍ବଣ ଉପରେ କଟକଣା ଲଗାଯାଇଥିବାରୁ ଯାତ୍ରୀ ପରିବହନ ସେବା ଆହୁରି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହିତ କଟକ ଓ ଭୁବନେଶ୍ୱରରେ କୋଭିଡ୍‌ ପଜିଟିଭ ହାର ବୃଦ୍ଧି ପାଉଥିବାରୁ ରାଜ୍ୟର ଅନ୍ୟ ଅଞ୍ଚଳରୁ ଲୋକମାନେ ଏସବୁ ସହରକୁ ଆସିବାକୁ ଆଗ୍ରହ ଦେଖାଉ ନାହାନ୍ତି । ରାଜ୍ୟରେ ଯାତ୍ରୀ ସେବାକୁ ପୁଣି ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏଥିସହିତ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଅକ୍ଟୋବରରୁ ୩ ମାସ ଯାଏ ଟିକସ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
କେବଳ ବସ୍‌ ନୁହେଁ, ରାଜ୍ୟରେ ପ୍ରାୟ ୩ ଲକ୍ଷ ଅଟୋ ରିକ୍ସା, ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ପ୍ରଭାବିତ ହୋଇଛି। ଅଟୋ ଚାଳକ ଶମ୍ଭୁନାଥ ମହାନ୍ତି କହିଛନ୍ତି, ଧାର ଉଧାର କରି ଅଟୋ କିଣି ପରିବାର ଚଳାଉଥିଲୁ। ଦିନକୁ ସବୁ ଖର୍ଚ୍ଚ ଯାଇ ୩୦୦ରୁ ୪୦୦ ଟଙ୍କା ହେଉଥିଲା। କରୋନା ଯୋଗୁ ୩ ମାସ କାଳ ବସି ରହିଲୁ। ଲକ୍‌ଡାଉନ ପରେ ଦିନକୁ ୨୦୦ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡିଛି। ଯାତ୍ରୀ ସଂଖ୍ୟା ନ ବଢିଲେ ଅଟୋ ଚଳାଇ ପରିବାର ପୋଷିବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ଟ୍ରାଭେଲ୍ସ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରୁଥିବା ଶ୍ୟାମ ସୁନ୍ଦର ନାୟକ କହିଛନ୍ତି, ଗତ ୫ ମାସ ହେବ ବ୍ୟବସାୟ ନାହିଁ କହିଲେ ଚଳେ। ନିଜର ଦୁଇଖଣ୍ଡ ଗାଡି ଥିବା ବେଳେ ବାହାର ଲୋକମାନେ ଟ୍ରଭେଲ୍ସରେ ଗାଡି ଲଗାଉଥିଲେ। କରୋନା ପରେ ବ୍ୟବସାୟ କମିବା ସହିତ ଅନ୍ୟ ଲୋକମାନେ ମଧ୍ୟ ଗାଡି ଲଗାଉ ନାହାନ୍ତି। ପିକ୍‌ନିକ ଋତୁରେ ଭଲ ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ କରୋନା କଟକଣା ଯୋଗୁ ତାହା ମଧ୍ୟ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri