ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାରଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ୍‌ ନିୟମ ପାଳନ କରାଯାଇ ଏହି ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନାମଲେଖା ପ୍ରକ୍ରିୟା ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଛାତ୍ରୀଛାତ୍ର ନାମ ଲେଖାଇବା ପରେ ଅନ୍‌ଲାଇନ୍‌ରେ ସାମ୍ସ ଓ୍ବେବ୍‌ସାଇଟ୍‌ ଲଗ ଇନ କରି ସ୍ଲାଇଡ ଅପ୍‌ ପାଇଁ ଆବେଦନ କରିବେ। ଅନ୍ୟପକ୍ଷରେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କ ସହ ଜଣେ ଅଭିଭାବକ ଯାଇପାରିବେ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ପ୍ରକ୍ରିୟା ଚାଲୁ ରହିବ। କଲେଜ କ୍ୟାମ୍ପସଗୁଡ଼ିକର ପ୍ରବେଶ ପଥରେ ପାଣି, ସାନିଟାଇଜର, ହ୍ୟାଣ୍ଡଓ୍ବାଶ୍‌ ଏବଂ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ରହିଛି। ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେଉଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍‌ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୯୯୮, ବାଣିଜ୍ୟରେ ୪୪ ହଜାର ୩୨୩, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକ ବିଭାଗର ୧୧ ହଜାର ୨୪ ସିଟ୍‌ରେ ନାମଲେଖା କରାଯିବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ଏହି ନାମଲେଖା ପ୍ରକ୍ରିୟା ଷେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୩୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା...

‘ବିଦ୍ରୋହୀ’ର ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ୱର,୫।୪(ବ୍ୟୁରୋ):ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ...

ଭାଇ ବିପକ୍ଷରେ ଭାଇ

ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ.୫ରେ ଦୁଇ ଭାଇ ପରସ୍ପର ବିପକ୍ଷରେ କାଉନ୍‌ସିଲର ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସପନ କୁମାର ତ୍ରିପାଠୀ (ବୁଲୁ),...

ଗିରଫଦାରି ଚିତ୍ର ଅସ୍ପଷ୍ଟ

ଢେଙ୍କାନାଳ ଅଫିସ୍‌/ ରାସୋଳ(ଡି.ଏନ୍‌.ଏ.), ୧୫ା୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାକୁ ଶୁକ୍ରବାର ୩ଦିନ ବିତିଥିବାବେଳେ ଗିରଫଦାରି ସମ୍ପର୍କରେ ପୋଲିସ ସ୍ପଷ୍ଟ...

ସିଙ୍ଗଲ୍‌ ଓ୍ବିଣ୍ଡୋ ବୈଠକରେ ୮ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ଶିଳ୍ପ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ପୁଞ୍ଜି ନିବେଶ କରିବାକୁ ଥିବା ୮ଟି ନୂତନ ପ୍ରସ୍ତାବିତ...

ପରିବା ଦର ଆକାଶ ଛୁଆଁ : ଚାହିଦା ମେଣ୍ଟାଉଛି ପାହାଡ଼ି କାକୁଡ଼ି

କେନ୍ଦୁଝର, ୨୧ା୯ (ସ୍ବ.ପ୍ର.) -କେନ୍ଦୁଝରରେ ପନିପରିବା ଦର ଆକାଶ ଛୁଆଁ । ଏଭଳି ପରିସ୍ଥିତିରେ ବେପାରୀ ମାନେ ପରିବା ଦରକୁ ଆହୁରୀ ଅଧିକ ବଢାଇ ଦେଉଥିବାରୁ...

ପୁରୀ ଗଣବଳାତ୍କାର ମାମଲା: ଡିଆଇଜିଙ୍କ ସୂଚନା, ୨୦ଦିନ ମଧ୍ୟରେ ମାମଲାର ଚାର୍ଜଶିଟ୍‌ ଦାଖଲ କରାଯିବ

ପୁରୀ ଅଫିସ୍‌,୩।୧୨: ପୁରୀରେ ନାବାଳିକା ଗଣବଳାତ୍କାର ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଛି। ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରିଛି। ୨୦ଦିନ ଭିତରେ...

୨ ଦିନିଆ ଓଡ଼ିଶା ଗସ୍ତରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ କଂଗ୍ରେସର ସ୍ଥିତି ପରଖିବାକୁ...

Advertisement
Archives

Model This Week