ପରିବା ଦର ଆକାଶ ଛୁଆଁ : ଚାହିଦା ମେଣ୍ଟାଉଛି ପାହାଡ଼ି କାକୁଡ଼ି

କେନ୍ଦୁଝର, ୨୧ା୯ (ସ୍ବ.ପ୍ର.) -କେନ୍ଦୁଝରରେ ପନିପରିବା ଦର ଆକାଶ ଛୁଆଁ । ଏଭଳି ପରିସ୍ଥିତିରେ ବେପାରୀ ମାନେ ପରିବା ଦରକୁ ଆହୁରୀ ଅଧିକ ବଢାଇ ଦେଉଥିବାରୁ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବାଇଗଣ, ଭେଣ୍ଡି, ଜହ୍ନି, କାକୁଡି, ଲାଉ, କଦଳୀ, ବିଲାତି, ବୋଇତାଳୁ, ଅମୃତଭଣ୍ଡା, କାଙ୍କଡ ଆଦି ସବୁ ପରିବାର ଦର ପାଖାପାଖି ଦୁଇ ଗୁଣା ବଢିଯାଇଥିବାରୁ ଗ୍ରାହକ ଅସନ୍ତୋଷ ବଢୁଛି । ଏସବୁ କିଲୋ ୫୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ଶାଗ ବିଡା ୧୦ ଟଙ୍କାରେ ବିକ୍ରି ହେଉଛି । ଏବେଠୁଁ ଏଭଳି ଦର ହୋଇଥିବା ବେଳେ ଆଗକୁ କାର୍ତ୍ତିକ ମାସ ଥିବାରୁ ସେତେବେଳେ ଦରଦାମ୍‌ କଣ ହେବ ସେ ନେଇ ଗ୍ରାହକଙ୍କ ବଡ଼ ଚିନ୍ତା।
ଏହା ମଧ୍ୟରେ ପାହାଡିଆ ବୁଢା କାକୁଡ଼ିର ଚାହିଦା ବଢୁଛି । ଏହି ବଡ ବଡ ସାଇଜର କାକୁଡିକୁ ରାଇ କରି ବା ତେନ୍ତୁଳି ବା ଆମ୍ବୁଲ ମିଶାଇ ଖଟା କରି ଲୋକେ ଖାଇଥାନ୍ତି। ଏହି ସମୟରେ ବୁଢା କାକୁଡି ଗୋଟା ୧୦ଟଙ୍କାରେ ବିକ୍ରି ହେଉଛି। ପାହାଡିଆ ପନିପରିବା ବୋଲି ଲୋକଙ୍କ ଚାହିଦା ଅଧିକ। ବିନା ରସାୟନିକ ସାରରେ ଏସବୁ ଚାଷ କରାଯାଉଥିବାରୁ ସମସ୍ତେ କିଣି ନେଉଛନ୍ତି । ତେବେ ବେପାରୀମାନେ ପାହାଡିଆ ଲୋକଙ୍କ ଠାରୁ କମ ଦାମରେ ଅନେକ ପନିପରିବା ମୂଲାଇ କିଣି ନେଇ ବିନା ପରିଶ୍ରମରେ ପାଖାପାଖି ୨ ଗୁଣା ଅଧିକରେ ବିକି ବେଶ ଲାଭ କରୁଛନ୍ତି ା କିନ୍ତୁ ପାହାଡିଆ ଲୋକଙ୍କ ଆର୍ଥିକ ସ୍ଥିତି ରେ ସୁଧାର ହେଉନାହିଁ ।
କେନ୍ଦୁଝର ସହରରେ କୃଷକ ବଜାର ଥାଉ ଥାଉ ଡେଲି ମାର୍କେଟ, ମୁଖ୍ୟବଜାର ରାସ୍ତା କଡରେ, ଜେଲ ରୋଡ, ପୋଲିସ ହାଇସ୍କୁଲ ରାସ୍ତା କଡରେ ପନିପରିବା ବିକ୍ରି ହୋଇଥାଏ ା ତେବେ ଚାଷୀ ମାନଙ୍କ ଅପେକ୍ଷା ବେପାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଥିବାରୁ ଚାଷୀ ତଥା ବନବାସୀ ମାନେ ଅନେକ ସମୟରେ ଶୋଷିତ ହେଉଛନ୍ତି ା ଅନେକ ସମୟରେ ଫୁଟପାଥ, ରାସ୍ତା ଉପରେ ବସି ବିକୁଥିବାରୁ ରାସ୍ତା ଜାମ ହେଉଛି ଏବଂ ଟ୍ରାଫିକ ସମସ୍ୟା ଗୁରୁତର ହୋଇ ପଡୁଛି ା ଏଣୁ ଏନେଇ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା କରିବା ସହ ବେପାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତିନିୟମ ଲାଗୁ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୬।୪(ବ୍ୟରୋ): ମେ’ରେ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ହାୱାଡା...

କ୍ରୋମାଇଟ ପରିବହନକୁ ଶ୍ରମିକଙ୍କ ବିରୋଧ

କାଳିଆପାଣି,୨୦।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାରୁଆବିଲ ଖଣିରୁ କ୍ରୋମାଇଟ ପରିବହନକୁ ଶ୍ରମିକମାନେ ବିରୋଧ କରି ବନ୍ଦ କରିଦେଇଛନ୍ତି। ମିଶ୍ରିଲାଲ ଖଣିର...

ବ୍ୟବସ୍ଥା ଥାଇ ହୀନସ୍ତା

ଅନୁଗୋଳ ଅଫିସ, ୧୧ା୮ ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ...

ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ଚଳିତ ବର୍ଷ ନବମ ଶ୍ରେଣୀରୁ ପାସ୍‌ ହୋଇ ଦଶମକୁ ଯିବାକୁ ଥିବା ପିଲାମାନେ ନୂଆ ବହି ପାଇବେ। ଅର୍ଥାତ୍‌ ଚଳିତ ବର୍ଷ ଦଶମ...

ଆତ୍ମହତ୍ୟା ଏଡ଼ାଇବାକୁ ସାମଗ୍ରିକ ରଣନୀତି ଆବଶ୍ୟକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ବର୍ତ୍ତମାନ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସେଲିବ୍ରିଟି...

କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

କେନ୍ଦୁଝର,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅରାଜକତା ବୃଦ୍ଧି ପାଇ ଦେଖା ଦେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି...

ବିଦ୍ୟାଳୟ, ଅଙ୍ଗନଓ୍ବାଡି, ପାର୍କ ପାଇଁ ଅର୍ଥ ବ୍ୟବସ୍ଥା

ବିରିଡି, ୨୩।୧୨(ଡି.ଏନ.ଏ.): ବିରିଡି ପଞ୍ଚାୟତ ସମିତିର ଅନ୍ତିମ ସାଧାରଣ ବୈଠକ ବୁଧବାର ସମିତି ସଭା ଗୃହରେ ସମିତି ଅଧ୍ୟକ୍ଷ ପଦ୍ମନାଭ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ...

Advertisement
Archives

Model This Week