ଲଘୁଚାପ: ୭ ଜିଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୯(ବ୍ୟୁରୋ)-ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ରବିିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଯୋଗୁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା ଲାଗିରହିବ। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କଟକ, କେନ୍ଦୁଝର, ଅନୁଗୋଳ, ଦେବଗଡ, ସମ୍ବଲପୁର, କଳାହାଣ୍ଡି, ସୋନପୁର ଏବଂ ବଲାଙ୍ଗୀର ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାର ତଳିଆ ଅଞ୍ଚଳ ବର୍ଷା ପାଣିରେ ବୁଡିଯିବା ସହିତ କଚ୍ଚାଘର ଭାଙ୍ଗିବା ସମ୍ଭାବନା ରହିଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ବୋଲି ସତର୍କ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ୨୧ ତାରିଖରେ ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡା ଏବଂ ଦେବଗଡ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲରେ ଥଣ୍ଡା ରୋଗୀଙ୍କ ଲମ୍ବାଧାଡ଼ି

ଏରସମା, ୧୯।୩ (ସ୍ବ.ପ୍ର.): ଥଣ୍ଡା, କାଶ, ଜ୍ୱର କରୋନା ସଂକ୍ରମଣର ଲକ୍ଷଣ। ଏ ନେଇ ପ୍ରଚାରିତ ହେବା ପରେ ଏରସମା ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଥଣ୍ଡା,...

ଚିନ୍ତା ବଢ଼ାଇଲାଣି ସ୍ବଳ୍ପ ବୃଷ୍ଟି

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଉପୁଜିଲାଣି। ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ...

ଏସୀୟ ରାଷ୍ଟ୍ରରେ ହେବ ଓଡ଼ିଶା ପର୍ଯ୍ୟଟନର ପ୍ରଚାର

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ...

ସ୍କୁଲରେ ରହିଲା ନାହିଁ ସମାଜିକ ଦୂରତା – ମାଗଣା ବହି ପାଇଁ ପ୍ରବଳ ଭିଡ଼

ସମ୍ବଲପୁର,୨୭ା୪ (ବ୍ୟୁରୋ)-ରବିବାର ସମ୍ବଲପୁର ମହାନଗର ନିଗମ ଅଧୀନ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ...

ସରକାର ମାଗୁଛନ୍ତି କାଳିଆ ଟଙ୍କା

କୋରୁକୋଣ୍ଡା,୨୩।୭(ଡି.ଏନ୍‌.ଏ): ଚାଷୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତେବେ ସରକାର ପୁଣି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଉକ୍ତ ଟଙ୍କା...

ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ: ଜିଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ

ନୂଆପଡା ଅଫିସ,୩ା୭: ନୂଆପଡା ଜିଲାରେ ରବି ଧାନକିଣାରେ ଅଚଳାବସ୍ଥା ଲାଗିରହିଛି । ଚାଷୀମାନେ ବାରମ୍ବାର ବ୍ଲକରୁ ଜିଲା ଅଫିସ ଦୌଡି ନୟାନ୍ତ ହେବା ପରେ ଜିଲାପାଳଙ୍କ...

ବାଲେଶ୍ୱରରେ ଆତ୍ମହତ୍ୟାର ଲାଇଭ ଭିଡିଓ

ଖଇରା,୧୧।୭(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା(୩୮)ନିଜର ଲାଇଭ ଭିଡିଓ ମାଧ୍ୟମରେ ଆତ୍ମହତ୍ୟା କରିବା ଘଟଣା ନେଇ ଏକ...

ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ...

Advertisement


Archives

Model This Week