ରାଜ୍ୟ

ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି

ବନ୍ତ,୨୮।୪(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି।…

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକ ଜିଲାର ୩୨ ପଞ୍ଚାୟତ: ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ

ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ। ପ୍ରତି ପଞ୍ଚାୟତରେ ୧୦ରୁ ଊର୍ଦ୍ଧ୍ୱ କୋଲକାତା ଫେରନ୍ତା ଅଛନ୍ତି। ସର୍ଭେଲାନ୍ସ ଜୋନ୍‌ରେ ଥିବା ୩୨ଟି…

ବାଲେଶ୍ୱର ବିଷ୍ଣୁପୁର ଗ୍ରାମର ୧୨ ପ୍ରବେଶ ପଥ ସିଲ୍‌

ବାହାନାଗା,୨୮।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଗ୍ରାମର ୧୨ଟି ପ୍ରବେଶ ପଥକୁ ମଙ୍ଗଳବାର ସିଲ୍‌ କରାଯାଇଛି। ବାହାନଗା ବ୍ଳକରେ ୧୬ନଂ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଷ୍ଣୁପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ଗଁାର ୧୨ଟି…

ପୁଣି ଚେନ୍ନାଇରୁ ବୋଟ୍‌ରେ ଗଞ୍ଜାମ ଫେରିଲେ ୩୩ ମତ୍ସ୍ୟଜୀବୀ: ୪ ଜଣ ଜ୍ୱରରେ ପୀଡିତ, ସମସ୍ତଙ୍କୁ ରଖାଗଲା କ୍ୱାରାଣ୍ଟାଇନରେ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ କଟକଣା ଯୋଗୁ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୩ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ ଯୋଗେ ଚେନ୍ନାଇରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ…

CORONAVIRUS UPDATE: ନୂଆ ୭ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ ରାଜ୍ୟ ସରକାର: ମୋଟ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୪ ଓ ଭଦ୍ରକ ଜିଲାର ୩ ଜଣ ଅଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା…

ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ୨୨୩ ଢାବା ଖୋଲିବାକୁ ଅନୁମତି

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ସକାଶେ ଲକ୍‌ଡାଉନ ଜାରି ଥିବା ସତ୍ତ୍ୱେ ଜରୁରିକାଳୀନ ସେବାରେ ଏବଂ ମାଲ ପରିବହନରେ ନିୟୋଜିତ ଟ୍ରକ୍‌ଗୁଡିକ ଚଳାଚଳ କରୁଛନ୍ତି। ଏହାସହ ଆମ୍ବୁଲାନ୍ସ ଏବଂ ପାସ୍‌ ସଂଗ୍ରହ କରି ଜରୁରୀ କାର୍ଯ୍ୟରେ ସାମିଲ ଥିବା କେତେକ…

ପୋଲିସ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ଡିଜିପି

କଟକ ଅଫିସ୍‌, ୨୮।୪: କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ସରକାରଙ୍କ ଏହି…

ମ୍ୟାନ୍‌ମାର ଆଡ଼େ ମୁହାଁଇବ ଝଡ଼, ଓଡ଼ିଶାକୁ ବିପଦ ନାହିଁ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ ସଷ୍ଟି ହେବାର ସମ୍ଭାବନା ରହିଛି। ଏହା ୪୮ ଘଣ୍ଟା ପରେ ଅବପାତ ରୂପ ନେବ। ପରେ ଏହି ଝଡ ଉତ୍ତର-ଉତ୍ତର -ପଶ୍ଚିମ ଦିଗ…

ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କଲିକତା ଫେରନ୍ତା ବୋଲି କୁହାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ବାସୁଦେବପୁର…

ବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଚିନ୍ତା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହାଇଛି। ରାଜ୍ୟକୁ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିବେ। ଏମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା…

ଗାଁ ଫେରିବାକୁ ବଢ଼ିଲା ଉତ୍କଣ୍ଠା: ୪୮ ଘଣ୍ଟାରେ ପଞ୍ଜୀକରଣ କଲେ ୪.୮୬ ଲକ୍ଷ

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶା ବାହାରେ ଲକ୍ଷ ଲକ୍ଷ ଓଡ଼ିଆ ଫସି ରହି ହଇରାଣ ହେଉଛନ୍ତି। ତେବେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଘୋଷଣା କରିବା ସହ ଏଥିପାଇଁ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଗାଁ ଫେରିବାକୁ…

ମାତିଲେ ନକଲି ପୋଲିସ: ବର୍ଦ୍ଦି ପିନ୍ଧି ଲୁଟିଲେ ସ୍କୁଟି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ନକଲି ପୋଲିସ। ଆପଣେଇଛନ୍ତି ନୂଆ ଫର୍ମୁଲା। ଆଇପିଏସ୍‌ ଅଫିସର ଏବଂ ଇନ୍ସପେକ୍ଟର ପରିଚୟ ଦେଇ ଗିରଫ ହୋଇଥିବା ଘଟଣାଭଳି ଅନୁରୂପ ଘଟଣା ଶହୀଦନଗର ଥାନା ଅଞ୍ଚଳରେ ଘଟିଛିି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଜବତ ଆଳରେ ସ୍କୁଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri