ମା’ ବିରଜାଙ୍କ ରଥଯାତ୍ରା: ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା

ଯାଜପୁର ଟାଉନ, ୧୬।୧୦ (ଡି.ଏନ୍‌.ଏ.): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତି ଆଧାରରେ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଓ ରଥଯାତ୍ରା ରଥଯାତ୍ରା ଅନୁଷ୍ଠିତ ହେବ। ରଥଟଣା ଓ ପୂଜା ସହ ଜଡିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯିବ। ଅକ୍ଟୋବର ୧୬, ୧୯ ଓ ୨୨ ତାରିଖରେ ତିନି ପର୍ଯ୍ୟାୟରେ ବିରଜା କଲ୍ୟାଣ ମଣ୍ଡପଠାରେ ଏହି ପରୀକ୍ଷା କରାଯିବ। ଯେଉଁମାନେ ରଥଯାତ୍ରାରେ ଦାୟିତ୍ୱ ନିର୍ବାହ କରିବେ ସେମାନେ ନିଜସ୍ବ ଗୃହରେ ସଙ୍ଗରୋଧରେ ରହିବା ସହ କାହା ସାଙ୍ଗରେ ନ ମିଶିବାକୁ ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ମା’ବିରଜାଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ୧୪୪ଧାରା ବଳବତ୍ତର ରହିବ। ତେବେ ମନ୍ଦିରର ପଶ୍ଚିମପାର୍ଶ୍ୱ ଯାଜପୁର-ସିଂହପୁର ରାସ୍ତାରେ ଏହି ଦିନଗୁଡ଼ିକରେ ଅପରାହ୍ନ ସାଢେ ୩ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗିବ। ମେଡିସିନ ଦୋକାନ ଓ ପାଥୋଲାବ ଅନ୍ୟ ସମୟରେ ଖୋଲା ରହିବାକୁ ନିର୍ଦ୍ଦେଶ ଥିବା ବେଳେ ଅପରାହ୍ନ ସାଢେ ୩ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହାବାଦ ଅଠରନଳାଠାରୁ ଜାଉଁଳିବନ୍ଧ ରାସ୍ତା, ବିରଜା ମନ୍ଦିରଠାରୁ ବିରଜା ହାଇସ୍କୁଲ ଛକ ରାସ୍ତାରେ ରଥଟଣା ପାଇଁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ। ଲାଖବିନ୍ଧା ପର୍ବ ଓ ମା’ ବିରଜାଙ୍କ ବିଭାନ ଶୋଭାଯାତ୍ରା ପାଇଁ ୨୪ ତାରିଖ ରାତ୍ର ୧୧ ଟାରୁ ୨୫ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲାଖବିନ୍ଧା ପଡିଆ, ବିରଜା ମନ୍ଦିରଠାରୁ ଲାଖବିନ୍ଧା ପଡିଆ ଏବଂ ବିରଜା ମନ୍ଦିର ଭାୟା-ନହରପଦା ଦେଇ ଫେରିବା ରାସ୍ତାରେ ୧୪୪ ଧାରା ଜାରି କରାଯିବା ସହ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ ଘୋଷଣା କରାଯାଇଛି। ଏହା ଉଲ୍ଲଂଘନ କ୍ଷେତ୍ରରେ ଧାରା ୧୮୮ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?