ମା’ ବିରଜାଙ୍କ ରଥଯାତ୍ରା: ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା

ଯାଜପୁର ଟାଉନ, ୧୬।୧୦ (ଡି.ଏନ୍‌.ଏ.): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତି ଆଧାରରେ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଓ ରଥଯାତ୍ରା ରଥଯାତ୍ରା ଅନୁଷ୍ଠିତ ହେବ। ରଥଟଣା ଓ ପୂଜା ସହ ଜଡିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯିବ। ଅକ୍ଟୋବର ୧୬, ୧୯ ଓ ୨୨ ତାରିଖରେ ତିନି ପର୍ଯ୍ୟାୟରେ ବିରଜା କଲ୍ୟାଣ ମଣ୍ଡପଠାରେ ଏହି ପରୀକ୍ଷା କରାଯିବ। ଯେଉଁମାନେ ରଥଯାତ୍ରାରେ ଦାୟିତ୍ୱ ନିର୍ବାହ କରିବେ ସେମାନେ ନିଜସ୍ବ ଗୃହରେ ସଙ୍ଗରୋଧରେ ରହିବା ସହ କାହା ସାଙ୍ଗରେ ନ ମିଶିବାକୁ ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ମା’ବିରଜାଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ୧୪୪ଧାରା ବଳବତ୍ତର ରହିବ। ତେବେ ମନ୍ଦିରର ପଶ୍ଚିମପାର୍ଶ୍ୱ ଯାଜପୁର-ସିଂହପୁର ରାସ୍ତାରେ ଏହି ଦିନଗୁଡ଼ିକରେ ଅପରାହ୍ନ ସାଢେ ୩ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗିବ। ମେଡିସିନ ଦୋକାନ ଓ ପାଥୋଲାବ ଅନ୍ୟ ସମୟରେ ଖୋଲା ରହିବାକୁ ନିର୍ଦ୍ଦେଶ ଥିବା ବେଳେ ଅପରାହ୍ନ ସାଢେ ୩ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହାବାଦ ଅଠରନଳାଠାରୁ ଜାଉଁଳିବନ୍ଧ ରାସ୍ତା, ବିରଜା ମନ୍ଦିରଠାରୁ ବିରଜା ହାଇସ୍କୁଲ ଛକ ରାସ୍ତାରେ ରଥଟଣା ପାଇଁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ। ଲାଖବିନ୍ଧା ପର୍ବ ଓ ମା’ ବିରଜାଙ୍କ ବିଭାନ ଶୋଭାଯାତ୍ରା ପାଇଁ ୨୪ ତାରିଖ ରାତ୍ର ୧୧ ଟାରୁ ୨୫ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲାଖବିନ୍ଧା ପଡିଆ, ବିରଜା ମନ୍ଦିରଠାରୁ ଲାଖବିନ୍ଧା ପଡିଆ ଏବଂ ବିରଜା ମନ୍ଦିର ଭାୟା-ନହରପଦା ଦେଇ ଫେରିବା ରାସ୍ତାରେ ୧୪୪ ଧାରା ଜାରି କରାଯିବା ସହ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ ଘୋଷଣା କରାଯାଇଛି। ଏହା ଉଲ୍ଲଂଘନ କ୍ଷେତ୍ରରେ ଧାରା ୧୮୮ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

ଆଜି ଉପକୂଳରେ ମାଡ଼ହେବ ‘ମିଗ୍‌ଜୋମ୍‌’: ଓଡ଼ିଶାର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୫ା୧୨ (ଅନିଲଦାସ):ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri