ଚିତ୍ର ଏକ, ଲକ୍ଷ୍ୟ ଅନେକ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ବନ୍ୟଜନ୍ତୁଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି ଆଉଜଣେ ଓଡ଼ିଆ। ନିଜ ଦକ୍ଷତା ଓ ଅଭିନବ ଚିନ୍ତାଧାରା ମାଧ୍ୟମରେ ଓଡ଼ିଶାକୁ ଜାତୀୟ ମାନଚିତ୍ରରେ ଏକ ନୂଆ ପରିଚୟ ଦେଇଛନ୍ତି ଯୁବ ଭିଜୁଆଲ୍‌ ଆର୍ଟିଷ୍ଟ ସୁଦର୍ଶନ ଶ। ତାଙ୍କ ଦ୍ୱାରା ପ୍ରସ୍ତୁତ ‘ଓଡିଶା ବନ୍ୟଜନ୍ତୁ ମାନଚିତ୍ର’ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଚିଲିକାର ବିରଳ ଇର୍‌ୱାଡି ଡଲ୍‌ଫିନ୍‌, ପକ୍ଷୀ, ଲୁପ୍ତପ୍ରାୟ ଅବସ୍ଥାରେ ଥିବା ଫିସିଂ କ୍ୟାଟ୍‌, ଏସୀୟ ହାତୀ, ପାଙ୍ଗୋଲିନ୍‌, ବେଙ୍ଗଲ ଟାଇଗର, ହରିଣ, ଭିତରକନିକାର ବିରଳ କୁମ୍ଭୀର, ମୟୂର ଆଦି ଦେଖିବାକୁ ମିଳୁଛି। ନିଜ ସୃଜନଶୀଳତା ମାଧ୍ୟମରେ ଓଡିଶାର ଆଦିବାସୀ, ବୃକ୍ଷଲତା ଏବଂ ବନ୍ୟଜନ୍ତୁଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସୁଦର୍ଶନ। ଓଡ଼ିଶାର ପାରମ୍ପରିକ କଳାକୁ ମଧ୍ୟ ଏହା ମାଧ୍ୟମରେ ସେ ଲୋକଲୋଚନକୁ ଆଣିବାର ପ୍ରୟାସ କରିଛନ୍ତି। ବିଶ୍ୱପ୍ରସିଦ୍ଧ ରଘୁରାଜପୁରର ପଟ୍ଟଚିତ୍ର କଳାକୁ ନେଇ ମ୍ୟାପ୍‌ ଆକାରରେ ସଜାଇଛନ୍ତି ସୁଦର୍ଶନ।
ପୁରୁଣା ଭୁବନେଶ୍ୱର ଜନ୍ମିତ ସୁଦର୍ଶନ ଦିଲ୍ଲୀସ୍ଥିତ ଏନ୍‌ଆଇଏଫ୍‌ଟିରୁ କମ୍ୟୁନିକେଶନ ଡିଜାଇନରେ ଶିକ୍ଷାଗ୍ରହଣ କରିବା ସହ ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶି ସ୍ଥାନୀୟ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା କରିଛନ୍ତି। ଏହାସହ ସମ୍ପୃକ୍ତ ସ୍ଥାନର ପାରମ୍ପରିକ କଳା, ପରମ୍ପରା ଓ ଜନଜାତି କଳା ସଂସ୍କୃତିିକୁ ଅନୁକରଣ କରି ନିଜସ୍ବ ଶୈଳୀରେ ତାହାର ପ୍ରଚାର ପ୍ରସାର କରୁଛନ୍ତି। ‘ପିକ୍ଚର ଅଫ୍‌ ଡିଭାଇନିଟି’ ପ୍ରୋଜେକ୍ଟ ମାଧ୍ୟମରେ ପ୍ରକୃତିର ଉପାସକ ଭାବେ ପୂଜା ପାଉଥିବା ଜନଜାତି ଦେବୀ ଦେବତାଙ୍କ ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏହି ଚିତ୍ରକଳା ମାଧ୍ୟମରେ ସେ ଆଦିବାସୀ ପରମ୍ପରାର ପୁନରୁଦ୍ଧାର କରିବାକୁ ପ୍ରଚେଷ୍ଟା କରିଛନ୍ତି। ସେହିଭଳି ରାନ୍ଥାମ୍ବୋରର ଆଦିବାସୀଙ୍କଠାରୁ ଶିଖିଥିବା ‘କାଦୁଅ ଚିତ୍ରକଳା’କୁ ଏକ ନୂଆ ପରିଚୟ ଦେଇଛନ୍ତି ଏହି ଯୁବ ଶିଳ୍ପୀ। କାଦୁଅକୁ ବିଭିନ୍ନ ରଙ୍ଗ ସହ ବୋଳି ଭିନ୍ନ ଭିନ୍ନ ବନ୍ୟଜନ୍ତୁଙ୍କ ପୋଟ୍ରେଟ୍‌ ତିଆରି କରି ବନ୍ୟଜନ୍ତୁ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି। ବର୍ତ୍ତମାନ ଓଡ଼ିଶାର ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଶି କାମ କରୁଥିବା ସୁଦର୍ଶନ ଶିମିଳିପାଳ ଜାତୀୟ ଉଦ୍ୟାନର ଜୀବଜନ୍ତୁ ଏବଂ ଭିତରକନିକାର ହେନ୍ତାଳ ବନକୁ ନେଇ ଆକର୍ଷଣୀୟ ପ୍ରୋଜକ୍ଟ ପ୍ରସ୍ତୁତ କରୁଛନ୍ତି। ସଉରା ଜନଜାତିଙ୍କ ପାରମ୍ପରିକ ସଉରା ଚିତ୍ରକଳା ଉପରେ ମଧ୍ୟ ସେ ଅନେକ କାମ କରିଛନ୍ତି। ସୁଦର୍ଶନଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଚିତ୍ରକଳା ସବୁ ଏବେ ଭାଇରାଲ ହେବାରେ ଲାଗିଛି।
ଏନେଇ ସୁଦର୍ଶନ କହିଛନ୍ତି, ପ୍ରଚାର ପ୍ରସାର ଅଭାବରୁ ଜାତୀୟସ୍ତରରେ ଓଡ଼ିଶାର ବନ୍ୟଜନ୍ତୁ, ଚିତ୍ରକଳା କିମ୍ବା ହସ୍ତକଳା ସମ୍ପର୍କରେ ଉଲ୍ଲେଖ କରାଯାଉନାହିଁ। ଏମୋ ଜନ୍ମ ମାଟି ଓ ମୋ ମାଟିର ମହକକୁ ନିଜ କଳା ମାଧ୍ୟମରେ ଜାତୀୟ ମଞ୍ଚରେ ପହଞ୍ଚାଇବାର ପ୍ରୟାସ କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?