ବେପରୁଆ ଅର୍ଥ ପରିଚାଳନା: ୨୭ ବିଭାଗ ଫେରାଇଛନ୍ତି ୧୩୦୪.୧୭ କୋଟି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟର ବିତ୍ତୀୟ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନାହିଁ। ପୂର୍ଣ୍ଣାଙ୍ଗ ଏବଂ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯାଉ ନାହିଁ। ବିଭାଗଗୁଡିକୁ ଯୋଗାଇ ଦିଆଯାଉଥିବା ଅର୍ଥ ମଧ୍ୟ ଖର୍ଚ୍ଚ ହେଉ ନାହିଁ। ଶେଷ ୩ ମାସରେ ୧୦୦ ପ୍ରତିଶତ ଖର୍ଚ୍ଚ କରାଯାଉଥିବା ବେଳେ ଅନ୍ୟ ସମୟରେ ଖର୍ଚ୍ଚ ଅତ୍ୟନ୍ତ ଧିମା ରହୁଛି। ବିଭାଗଗୁଡ଼ିକ ଖର୍ଚ୍ଚର ହିସାବ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଉ ନାହାନ୍ତି। ଏପରି ସ୍ଥଳେ ଅତିରିକ୍ତ ବଜେଟରେ ସେହି ବିଭାଗଗୁଡିକୁ କୋଟି କୋଟି ଟଙ୍କା ଦିଆଯାଉଛି। ସେହି ଅର୍ଥ ଦୀର୍ଘଦିନ ଧରି ଖର୍ଚ୍ଚ ନ ହୋଇ ପଡିରହୁଛି। ବିଭାଗ ନିକଟରେ ଟଙ୍କା ପଡିରହୁଥିବା ବେଳେ ବିଭିନ୍ନ ଯୋଜନା ଖର୍ଚ୍ଚ ତୁଲାଇବାକୁ ସରକାରଙ୍କୁ ଖୋଲା ବଜାରରୁ ଋଣ କରିବାକୁ ପଡୁଛି। ନୂଆ ବଜେଟ ପ୍ରସ୍ତୁତି ପୂର୍ବରୁ ବିଭାଗଗୁଡ଼ିକ ସେହି ଅର୍ଥ ଫେରାଉଛନ୍ତି। ରାଜ୍ୟ ସରକାରଙ୍କ ବଜେଟ ପ୍ରସ୍ତୁତି ଓ ପରିଚାଳନାକୁ ନେଇ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ସରକାରଙ୍କୁ ଅଯଥା ଆର୍ଥିବ ବୋଝ ବୋହିବାକୁ ପଡୁଥିବା ରିପୋର୍ଟରେ କହିଛନ୍ତି।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ବିଭାଗଗୁଡିକ ପକ୍ଷରୁ ବଜେଟରେ ଅଯାଚିତ ଭାବେ ବ୍ୟୟ ବରାଦ କରାଯାଉଥିବାରୁ ତାହା ଖର୍ଚ୍ଚ ନ ହୋଇ ଦୀର୍ଘବର୍ଷ ପଡିରହୁଛି। ଏପରି କି ବିଭାଗଗୁଡିକ କେଉଁ ବାବଦରେ କେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ମଧ୍ୟ ଜଣାଉ ନାହାନ୍ତି। ୧୯ଟି ବିଭାଗ ୨୦୧୯ ମାର୍ଚ୍ଚ ୩୧ ଯାଏ ଗତ ୧୦ ବର୍ଷ ଧରି ୧୨୩୪.୪୬ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର (ୟୁସି) ଦେଇନାହାନ୍ତି। ସମବାୟ ବିଭାଗ ୨୦୦୭ରୁ ୟୁସି ଦେଇ ନ ଥିବା ବେଳେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ୨୦୦୩ରୁ ୨୦୦୯, ସାଧାରଣ ପ୍ରଶାସନ ୨୦୦୩ରୁ ୨୦୦୯ , ପର୍ଯ୍ୟଟନ ୨୦୦୩ରୁ ୨୦୦୯, ଜଳ ସମ୍ପଦ ୨୦୦୩ରୁ ୨୦୦୯, ବିଜ୍ଞାନ ଓ କାରିଗରି ୨୦୦୩ରୁ ୨୦୦୭, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୨୦୦୫ରୁ ୨୦୦୯, ପଞ୍ଚାୟତିରାଜ ୨୦୦୩ରୁ ୨୦୦୯, ଆଇନ ୨୦୦୩ରୁ ୨୦୦୯, ଯୋଜନା ଓ ସଂଯୋଜନା ୨୦୦୩ରୁ ୨୦୦୯, ରାଜସ୍ବ ବିଭାଗ ୨୦୦୩ରୁ ୨୦୦୯, ସ୍କୁଲ ଓ ଗଣଶିକ୍ଷା ୨୦୦୩ରୁ ୨୦୦୯, ଉଚ୍ଚଶିକ୍ଷା ୨୦୦୩ରୁ ୨୦୦୯, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୨୦୦୩ରୁ ୨୦୦୭, ଅନୁସୂଚିତ ଜାତି ଓ ଜନଜାତି ବିକାଶ ୨୦୦୬ରୁ ୨୦୦୯, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ୨୦୦୩ରୁ ୨୦୦୯, ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୦୩ରୁ ୨୦୦୯ ଯାଏ ୟୁସି ଦେଇନାହାନ୍ତି। କେବଳ ସେତିକି ନୁହେଁ ୩୭ଟି ବିଭାଗ ମଧ୍ୟ ୟୁସି ଦେବାରେ ବହୁ ବିଳମ୍ବ କରୁଛନ୍ତି। ସମସ୍ତ ବିଭାଗ ୪୫,୩୪୦.୮୯ କୋଟି ଟଙ୍କାର ୨୯,୧୩୮ ୟୁସି ଦେଇନାହନ୍ତି। ସେହିପରି ବିଭନ୍ନ ସରକାରୀ କାର୍ଯ୍ୟାଳୟରେ କ୍ୟାଶ ବୁକ୍‌ ଏବଂ ବ୍ୟାଙ୍କ ପାସ୍‌ ବୁକ୍‌ ମଧ୍ୟରେ ତାଳମେଳ ନାହିଁ। ସରକାରଙ୍କ ୧୭ଟି ବିଭିନ୍ନ ବିଭାଗରେ ବ୍ୟାଙ୍କ ପାସ୍‌ ବୁକ୍‌ରେ ୨୩୭.୩୦ କୋଟି ଟଙ୍କା ଥିବା ବେଳେ କ୍ୟାଶ ବୁକ୍‌ରେ ୨୧୫.୯୮କୋଟି ରହିଛି। ୨୧.୩୨ କୋଟି ଟଙ୍କାର କୌଣସି ହିସାବ ମିଳୁ ନାହିଁ। ଖାଲି ସେତିକି ନୁହେଁ ୨୭ଟି ବିଭାଗ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହିସାବରେ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟ ପୂର୍ବରୁ ୧,୩୦୪.୧୭ କୋଟି ଫେରାଇ ଦେଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଆହୁରି ମଧ୍ୟ ଆବଶ୍ୟକ ନ ଥିବା ୧୮ଟି ବିଭାଗକୁ ୨୦୧୮-୧୯ ଅତିରିକ୍ତ ବଜେଟରେ ୧ କୋଟିରୁ ଊର୍ଦ୍ଧ୍ୱ ହିସାବରେ ୧,୫୯୮.୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟର ବଜେଟ ପରିଚାଳନା ଓ ପ୍ରସ୍ତୁତିକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri