ଭୋଟବେଳେ କୋଭିଡ୍‌ ନିୟମ ପାଳନ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): କରୋନା ସମୟରେ ନିରାପଦ ଭାବେ ନିର୍ବାଚନ ପରିଚାଳନା କରିବା ଲାଗି ଭାରତ ନିର୍ବାଚନ ଆୟୋଗ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନରେ ନିୟୋଜିତ କର୍ମଚାରୀ ଏବଂ ଭୋଟରଙ୍କ ସୁରକ୍ଷା ନେଇ ଏଥିରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ମାସ୍କ ପରିଧାନ, ଭୋଟ କାର୍ଯ୍ୟରେ ବ୍ୟବହୃତ ପ୍ରକୋଷ୍ଠକୁ ସାନିଟାଇଜ, ପର୍ଯ୍ୟାପ୍ତ ସାବୁନ ମହଜୁଦ ରଖିବା, ନିୟମିତ ବିଶୋଧନ, ସାମାଜିକ ଦୂରତ୍ୱ ନିୟମ ମାନିବାକୁ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କୋଭିଡ୍‌ ମୁକ୍ତ ନିର୍ବାଚନ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ଭିଡିଓ କନଫରେନ୍ସରେ ବାଲେଶ୍ୱର ଓ ଜଗତ୍‌ସିଂହପୁର ଜିଲାପାଳଙ୍କ ସହ ସମୀକ୍ଷା କରିଛନ୍ତି। ମତଦାନ ପାଇଁ ବୁଥ୍‌ ସଂଖ୍ୟା ବୃଦ୍ଧି କାରଣରୁ ପୋଲିଂ ଅଧିକାରୀ ସଂଖ୍ୟା ବୃଦ୍ଧି କରାଯାଇଛି। ବାଲେଶ୍ୱରରେ ୨୭୬୮ ଏବଂ ତିର୍ତ୍ତୋଲରେ ୨୯୮୪ ପୋଲିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଅତିରିକ୍ତ ଭାବେ ୨ଜଣ ବ୍ୟକ୍ତି ଏବଂ ଜଣେ ଆଶାକର୍ମୀ ବୁଥ୍‌ ବାହାରେ ରହି ଥର୍ମାଲ ସ୍କ୍ରିନିଂ କରିବେ। ସାନିଟାଇଜ ବ୍ୟବସ୍ଥା ତଦାରଖ ସହ ଗ୍ଲୋବ୍ସ ବାଣ୍ଟିବେ। ଆଉ ଜଣେ ଭୋଟରଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ। ମତଦାନ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ର ବିଶୋଧନ କରିବା ସହିତ ଅନ୍ୟ ନିୟମ ପାଳନ ଲାଗି ଜିଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ୨ ଅଭିଯୁକ୍ତ

ଗଞ୍ଜାମ,୧୦।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆମାନେ ଅତିରିକ୍ତ ତହସିଲଦାର ଏବଂ ୩ ଆର୍‌ଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପଡ଼ିଛି ମହଙ୍ଗା।...

ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ

ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...

ଟେକ୍ନୋଲୋଜି, ସ୍ବୟଂକ୍ରିୟ ବ୍ୟବସ୍ଥାରେ ଧାନ ସଂଗ୍ରହ ତ୍ବରାନ୍ବିତ କରାଯାଇଛି:ମନ୍ତ୍ରୀ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ୨୦୧୯-୨୦ ଖରିଫ, ରବିଧାନ ସଂଗ୍ରହରେ ଟେକ୍ନୋଲୋଜି ବ୍ୟବହାର ଏବଂ ସ୍ବୟଂକ୍ରିୟ ବ୍ୟବସ୍ଥାର ଉପଯୋଗ କରି ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି। ଧାନ ବିକ୍ରି...

ସ୍ଲୁଇସ୍‌ ଗେଟ୍‌ର ଫାଟକ ମରାମତି କଲେ ଚାଷୀ

ପଦ୍ମପୁର, ୪ା୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତର ମେଳକସାହି ଠାରେ ଅବସ୍ଥିତ ସ୍ଲୁଇସ ଗେଟର ଫାଟକକୁ ସୋମବାର ଚାଷୀ ମାନେ ମିଳିତ ଉଦ୍ୟମରେ...

ଗ୍ୟାସ୍‌ ପାଇପ୍‌ ବିଛା କାମରେ ବ୍ୟାସନଗର ସହର ଖିନ୍‌ଭିନ୍‌

ଯାଜପୁର ରୋଡ,୧୮ା୮(ଡି.ଏନ.ଏ.): ବ୍ୟାସନଗରରେ ସହରରେ ଭାରତ ଗ୍ୟାସ ପକ୍ଷରୁ ପାଇପ ପିଛା କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ପ୍ରଶାସନିକ ଚେତାବନୀ ଦିଆଯାଇଛି। କଳିଙ୍ଗନଗର...

ଏହି ସବୁ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ସୋମବାର ମଧ୍ୟ କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ...

ଭିମ୍‌ସାର ଡାକ୍ତର କରୋନାରେ ଆକ୍ରାନ୍ତ

ସମ୍ବଲପୁର, ୧୩।୭ (ବ୍ୟୁରୋ) -ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ଜଣେ ପିଜି ଡାକ୍ତର କରୋନା...

ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି...

Advertisement
Archives

Model This Week