ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ‘ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ସ୍ଥିତି ନ ଉପୁଜୁ’

ପୁରୀ ଅଫିସ,୧୬ା୧୦: କରୋନା ବିପଦ ଟଳିନାହିଁ। ଆଗକୁ ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏଥିପ୍ରତି ହେୟଜ୍ଞାନ କଲେ ସ୍ଥିତି ପୁଣି ସଙ୍ଗିନ ହୋଇପାରେ। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଖୋଲିଲେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ। ଯଦି ସେବାୟତ ସଂକ୍ରମିତ ହୁଅନ୍ତି ତେବେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହୋଇପାରେ। ତେଣୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରାଯାଉ। ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ଭଳି ସ୍ଥିତି ନ ଉପୁଜୁ ବୋଲି ଗୁରୁବାର ସହରର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଏବଂ ଏନ୍‌ଜିଓ କର୍ମକର୍ତ୍ତାଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଆଲୋଚନାବେଳେ ଏହି ମତ ପ୍ରକାଶ ପାଇଛି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇଥିଲେ। ପରୀକ୍ଷାମୂଳକ ଭାବେ କାର୍ତ୍ତିକ ମାସର ପ୍ରଥମ ୭ଦିନ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯାଇ ସ୍ଥିତି ପରଖାଯାଉ। ଯଦି ଭିଡ଼ ଅନିୟନ୍ତ୍ରିତ ହୋଇଯାଏ ତେବେ ପୁନଶ୍ଚ ବନ୍ଦ କରାଯାଉ ବୋଲି କହିଥିଲେ। କିନ୍ତୁ ଏହା ସମ୍ଭବ ହେବ ନାହିଁ ବୋଲି ଆଉ କେତେଜଣ ମତ ରଖିଥିଲେ।
ସର୍ବସାଧାରଣଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ମୁଖ୍ୟ ପ୍ରଶାସକ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ସେବାୟତଙ୍କ ସହ ୪ଦିନ ଧରି ଆଲୋଚନା ପରେ ଗୁରୁବାର ପଞ୍ଚମ ଦିବସରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଏବଂ ଏନ୍‌ଜିଓ କର୍ମକର୍ତ୍ତାଙ୍କ ମତ ସଂଗ୍ରହ କରିଥିଲେ। ଏଥିରେ ୮ଟି ଏନ୍‌ଜିଓ, ୭ଜଣ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଭାଗ ନେଇଥିଲେ। ଜିଲାପାଳ ବଲୱନ୍ତ ସିଂ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସେବକ ପ୍ରତିନିଧି ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ନୂଆପଡା ଅଫିସ, ୪ା୩: ନୂଆପଡା ସଦର ବ୍ଲକ ଟାନୱାଟଠାରୁ କେରମେଲି ଦେଇ ପେଠିଆପାଲି ପର୍ଯ୍ୟନ୍ତ ପାହାଡିଆ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଗେଟି ପଥର ବାହାରି...

ରାଜଧାନୀରେ ମାଡ଼ିଚାଲିଛି କରୋନା : ଆଜି ପୁଣି ୧୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରବିବାର ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ...

ସୁସ୍ଥ ହେଲେ ଆଉ ୩୪୫୫ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରେ ସର୍ବାଧିକ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୭୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୯୨, ପୁରୀରୁ ୨୫୪,...

ସିସିଟିଭି ଖୋଲି ନେଇ ପଶିଲେ ବ୍ୟାଙ୍କରେ

ଲୋଇସିଂହା,୧।୮(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋସିଂହା ଥାନା ଆଗଲପୁର ବ୍ଲକ ରାମପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ବ୍ୟାଙ୍କ କର୍ମଚରୀ ସୋମବାର ବ୍ୟାଙ୍କକୁ ଆସି ବିଦ୍ୟୁତ୍‌ ସରବରାହ...

ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ସହ ସର୍ବଦଳୀୟ କମିଟିର ଆଲୋଚନା

କୋରାପୁଟ,୨୩ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଳକ ଅଧୀନ ଜିଲା ପରିଷଦ ଜୋନ -୧ରେ ଯାଉଥିବା କୋଟିଆ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ୨ଜଣ...

ସୀମା ଚେକ୍‌ ପଏଣ୍ଟରେ ସମନ୍ବିତ ପରିଚାଳନା, ଏସ୍‌ଓପି ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆ ମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ସମନ୍ବିତ ଢଙ୍ଗରେ ଫେରାଇ ଆଣିବା ପାଇଁ ରାଜ୍ୟ...

ମଦ ପାଇଁ ଆକ୍ରମଣ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶ୍ରୀହରି ସେଠୀଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍‌ ନଂ.୧୧୨/୨୦ ଅନୁଯାୟୀ...

ଠେଲାପେଲା ବେଳେ ବୃଦ୍ଧଙ୍କ ଜୀବନ ଗଲା: ୨ ଗିରଫ

ବୈଶିଙ୍ଗା,୧୫ା୬- ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ହାତୀଝୁରି ପଞ୍ଚାୟତ କମାରସାହିରେ ଶୁକ୍ରବାର ଅପରାହ୍ନରେ ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ଜୀବନ...

Advertisement
Archives

Model This Week