ରାଜ୍ୟ

ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ଘର ପାଖରେ ବ୍ୟାଙ୍କସେବା

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ମହାମାରୀ ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ଏବଂ ବୟସ୍କ ଭିନ୍ନକ୍ଷମମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନେ ନିଜର ଜରୁରୀ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଉଚିତ ବ୍ୟାଙ୍କସେବା ଯୋଗାଇ ଦିଆଯାଉ ନ…

ଶଟ୍‌ଡାଉନ୍‌ ଲାଗି ପିପିଲିକୁ ଗଡ଼ିବନି ମୋ ବସ୍‌

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ହେଲା, ଶେଷରେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ମାନ୍ୟବର ସୁପ୍ରିମ୍‌କୋଟ୍‌ ନିର୍ଦ୍ଦେଶ ଦେଲେ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ପିପିଲିକୁ ମୋ ବସ୍‌ର ନୂଆ ରୁଟ୍‌ ଗଡ଼ିବ ନାହିଁ। ପୁରୀ ଜିଲା ଶଟ୍‌ଡାଉନ୍‌…

୧୬,୨୩୫ କୋଟିର ଚୂଡ଼ାନ୍ତ ରିପୋର୍ଟ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ଫନ୍‌’ ଯୋଗୁ ଉପକୂଳବର୍ତ୍ତୀ ଜିଲାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର ୧୬,୨୩୫ କୋଟି ଟଙ୍କାର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ବାତ୍ୟା ନିରୋଧ…

ଗୁଣ୍ଡିଚାଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୩।୬: ବିଶ୍ୱପ୍ରସିଦ୍ଧ ପୁରୀ ଗୁଣ୍ଡିଚାଯାତ୍ରା ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଯାଇଛି। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ମାଉସୀ ମା’ଙ୍କ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ। ଏ ନେଇ ପ୍ରତଃରୁ ନୀତିକାନ୍ତି ଆରମ୍ଭ ହୋଇଛି।…

ବ୍ୟବସାୟର ଢଙ୍ଗ ବଦଳିଛି, ମିଳୁନି ଆତ୍ମସନ୍ତୋଷ

ଭଦ୍ରକ ଅଫିସ, ୨୩ । ୬-ଠେଲାଗାଡି ବ୍ୟବସାୟୀଙ୍କ ଦାନାପାଣି ଛଡାଇ ନେଇଛି ମହାମାରୀ କରୋନା। ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅନୁମତି ମିଳି ନ ଥିବାରୁ ସେମାନେ ଏବେ ରୋଜଗାର ହରାଇଛନ୍ତି। ଠେଲାଗାଡ଼ିରେ ଟିଫିନ ବିକ୍ରି କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଦିଗହରା…

ଶହୀଦ ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଚିତ୍ରଡ଼ା,୨୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ଲଢ଼େଇରେ ଶହୀଦ ହୋଇଥିତ୍ବା ୨୦ ଭାରତୀୟ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।…

ସ୍ବଚ୍ଛ ହୋଇପାରିନି ଗୋଛାୟତସାହି

ବଅଁରପାଳ,୨୩ା୬(ଡି.ଏନ.ଏ.) ସ୍ବଚ୍ଛ ଭାରତ ଅଭିଯାନରେ ଅନୁଗୋଳ ଜିଲାର ଅନେକ ଗଁ। ବାହ୍ୟ ମଳମୁକ୍ତ ହୋଇପାରିଛି। ହେଲେ ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତର ୧୫ ନମ୍ବର ୱାର୍ଡ ଗୋଛାୟତସାହି ଏଯାଏ ସ୍ବଚ୍ଛ ହୋଇପାରି ନ ଥିବା ସାହିବାସୀ ଅଭିଯୋଗ କରିଛନ୍ତି। କେବଳ ପାଇଖାନା…

ଭର୍ଚୁଆଲ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ: ଲୋକଙ୍କ ପାଖରେ ପହଞ୍ଚାଅ କେନ୍ଦ୍ର ଯୋଜନା

ଅନୁଗୋଳ ଅଫିସ, ୨୩।୬- ମୋଦି ସରକାର ଅନୁଗୋଳ ଜିଲାକୁ ପ୍ରାଥମିକତା ଦେଇ ଆସୁଛନ୍ତି। କମର୍ସିଆଲ କୋଲ୍‌ ମାଇନିଂ ନିୟମରେ ପରିବର୍ତ୍ତନ ଅନୁଗୋଳ ଭଳି ଖଣି ସମୃଦ୍ଧ ଜିଲାକୁ ଲାଭ ଦେବ। ତେଣୁ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ…

‘ପରିବର୍ତ୍ତନ ସହ ତାଳଦେଇ ପ୍ରଗତିଶୀଳ ହେବା’

ବଲାଙ୍ଗୀର ଅଫିସ, ୨୩ା୬ ସୋମବାର ଥିଲା ବଲାଙ୍ଗୀର ପାଇଁ ଏକ ଐତିହାସିକ ଦିନ। ବହୁ ପ୍ରତୀକ୍ଷିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଡ. ଦୀପକ କୁମାର ବେହେରା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ବେହେରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ…

ପୁରୀକୁ ବସ୍‌, ଯାତ୍ରୀବାହୀ ଟ୍ରେନ୍‌ ସେବା ବାତିଲ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀରେ ମଙ୍ଗଳବାର ଶ୍ରୀଜୀଉଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତି ୯ଟାରୁ ୨୪ ତାରିଖ ମଧ୍ୟାହ୍ନ ୨ଟା ଯାଏ ପୁରୀ ସହରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ପୁରୀକୁ ସମସ୍ତ ବସ୍‌ ଓ ଯାତ୍ରୀବାହୀ ଟ୍ରେନ ସେବାକୁ…

ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜଧାନର ଇସ୍କନ ମନ୍ଦିର…

ଦୂରଦର୍ଶନରେ ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରଥଯାତ୍ରାର ଲାଇଭ୍‌ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri