ଆଳୁ, ପିଆଜ ଦର ଅଣାୟତ୍ତ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): କରୋନା ମହାମାରୀ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ଦର ବୋଝ ଉପରେ ନଳିତାବିଡ଼ା ହୋଇଛି। ଗତ ଦୁଇମାସ ହେଲା ଆଳୁ ଓ ପିଆଜ ଦର ଲଗାତାର ବଢିଛାଲିଛି। ଏବେ ଆଳୁ କିଲୋ ୩୫ରୁ ୪୦ଟଙ୍କା ଥିବାବେଳେ ପିଆଜ କିଲୋ ୬୦ଟଙ୍କାରେ ବିକ୍ରି ହେଉଛି। ଉତ୍ପାଦନ କମ୍‌ ଏବଂ ଆବଶ୍ୟକ ପରିମାଣର ବାହାର ରାଜ୍ୟରୁ ଆମଦାନୀ ହୋଇପାରୁ ନ ଥିବାରୁ ଏଭଳି ବୃଦ୍ଧି ଘଟିଛି। ଆସନ୍ତା ଡିସେମ୍ବର ପୂର୍ବରୁ ଏହି ଦର କମି ନ ପାରେ ବୋଲି କୁହାଯାଉଛି। ଡିସେମ୍ବରରେ ରବି ଚାଷ ଅମଳ ହେବାପରେ ଯାଇ ଆଳୁ, ପିଆଜ ଦରରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।
ଆଳୁ ଓ ପିଆଜ ଉତ୍ପାଦନରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ । ତେଣୁ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ପିଆଜ ଲାଗି ମହାରାଷ୍ଟ୍ର, କର୍ନାଟକ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିଥାଏ। ସେଥିପାଇଁ ଯୋଗାଣ ପେଣ୍ଠରେ ଆଳୁ ଓ ପିଆଜର ହ୍ରାସ ଓ ବୃଦ୍ଧିର ପ୍ରଭାବ ସିଧାସଳଖ ଘରୋଇ ବଜାରରେ ଅନୁଭୂତ ହେଉଛି। ଚଳିତବର୍ଷ ପଶ୍ଚିମବଙ୍ଗରେ ଗତବର୍ଷ ଅପେକ୍ଷା ୧୦% କମ୍‌ ଆଳୁ ଉତ୍ପାଦନ ହୋଇଛି। ପଶ୍ଚିମବଙ୍ଗରେ ଆଳୁ ଆବଶ୍ୟକତା ବାର୍ଷିକ ୬୦ଲକ୍ଷ ଥିବାବେଳେ ଚଳିତବର୍ଷ ୯୦ରୁ ୯୫ ଲକ୍ଷ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ତେଣୁ ସେଠାରୁ ରପ୍ତାନି ହେଉଥିବା ଆଳୁର ପରିମାଣ ଅପେକ୍ଷାକୃତ କମ୍‌ ରହିଛି। ବିଶେଷକରି ଅଧିକାଂଶ ଆଳୁ ଏଥର ବିହାର ଏବଂ ଆସାମର ବନ୍ୟା ପ୍ଳାବିତ ଅଞ୍ଚଳକୁ ପଠାଯାଉଛି। ଫଳରେ ଯୋଗାଣ ପେଣ୍ଠରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିବା ସହ ଆଳୁର ମୂଲ୍ୟବୃଦ୍ଧି ଘଟୁଛି। ସେହିଭଳି ଆନ୍ଧ୍ରପ୍ରଦେଶ ଓ କର୍ନାଟକରେ ପାଣିପାଗ ଅନିୟମିତତା ଏବଂ ପ୍ରବଳ ବର୍ଷା ଯୋଗୁ ଅଗଷ୍ଟ ମାସରେ ଉତ୍ପାଦିତ ହେବାକୁ ଥିବା ପ୍ରଥମ ଖରିଫ୍‌ ପିଆଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ମହାରାଷ୍ଟ୍ରରୁ ଆମଦାନୀ ହେଉଥିବା ପିଆଜର ଚାହିଦା ବୃଦ୍ଧି ହେବାରୁ ଯୋଗାଣ ପେଣ୍ଠରେ ଏହାର ମୂଲ୍ୟ ବୃଦ୍ଧି ଘଟିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ଅନୁଯାୟୀ ଚଳିତବର୍ଷ ଅଗଷ୍ଟ ମାସରେ ଅତ୍ୟଧିକ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟରେ ୧୬ଟି ଜିଲାରେ ଖରିଫ୍‌ ଚାଷ ପ୍ରବାଭିତ ହୋଇଛି। ୨,୨୮,୯୬୧ ହେକ୍ଟର ଚାଷଜମିର ୩୩% ରୁ ଅଧିକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ଧାନ ଓ ପନିପରିବା ଏବଂ ଅନ୍ୟାନ୍ୟ ଫସଲ ରହିଥିଲା। ଘରୋଇ ବଜାରରେ ପନିପରିବା ଦରବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ କରୋନା ମହାମାରୀ ଏବଂ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଥିବା କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଳୁ, ପିଆଜ ଦରବୃଦ୍ଧି ସମ୍ପର୍କରେ କହିଛନ୍ତି, କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ଆଳୁ ଓ ପିଆଜର ଦରବୃଦ୍ଧି ସମଗ୍ର ଦେଶରେ ପରିଲକ୍ଷିତ ହେଉଛି। ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି। ଫିଲ୍ଡ କର୍ମଚାରୀଙ୍କ ଦ୍ୱାରା ଆଳୁ, ପିଆଜର ଆମଦାନୀ, ବିକ୍ରୟ ମୂଲ୍ୟ ଏବଂ ଉପଲବ୍ଧତା ଆଦି ପ୍ରତ୍ୟେକ ଦିନ ଅନୁଧ୍ୟାନ କରାଯାଉଛି। ଏହାସହ ବଜାର ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ ବ୍ୟବସାୟୀମାନଙ୍କ ବୈଠକ ଡକାଇ ଏହାର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ଏନେଇ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ଓଡ଼ିଶାକୁ ଆଳୁ ଯେତିକି ଆସିବା କଥା ଏବେ ଆସୁଛି। ପଶ୍ଚିମବଙ୍ଗରେ ଷ୍ଟୋରେଜ୍‌ ପ୍ରାଇସ୍‌ ଅଧିକ ଥିବାରୁ ଏଥର ଆଳୁ ଦର ବଢିଥିବା ସେ କହିଛନ୍ତି। ବ୍ୟବସାୟୀ ସଂଘ ସଦସ୍ୟ ମନୋଜ କୁମାର ଜେନା କହିଛନ୍ତି, ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗରୁ ଦୈନିକ ୪୦୦ରୁ ୪୫୦ ଟ୍ରକ୍‌ ଆଳୁ ଆସୁଛି। ସେଠାରୁ କୁଇଣ୍ଟାଲକୁ ୨୬୦୦ରୁ ୨୬୫୦ ଟଙ୍କାରେ କିଣା ହେଉଥିବା ବେଳେ ଏଠାରେ ୨୭୫୦ରୁ ୨୮୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଡିସେମ୍ବର, ଜାନୁୟାରୀ ପୂର୍ବରୁ ଆଳୁ ଦାମ୍‌ କମିବାର ସମ୍ଭାବନା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?