ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

ପୁରୀ ଅଫିସ,୧୯ା୧୦: ମହାପ୍ରଭୁ ହେଉଛନ୍ତି ଜଗତର ଠାକୁର। ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ମହାପ୍ରଭୁଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ରଖିଥିବା ବହୁ ଜଗନ୍ନାଥପ୍ରେମୀ ବିଭିନ୍ନ ଦେଶରେ ରହିଛନ୍ତି। ଅନେକ ରାଷ୍ଟ୍ରରେ ପ୍ରବାସୀ ଓଡ଼ିଆ ଜଗନ୍ନାଥ ମନ୍ଦିର ଗଢି ପୂଜାର୍ଚ୍ଚନା କରୁଛନ୍ତି। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବେ ବ୍ରିଟେନ୍‌ (ୟୁକେ)ରେ ମଧ୍ୟ ପୂଜା ପାଇବେ। ୟୁକେର ସିଟି ଅଫ୍‌ ବାଥ୍‌ରେ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ସେଠାରେ ରହୁଥିବା କେତେଜଣ ଓଡ଼ିଆ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ବିଗ୍ରହ, ଫୁଲ, ତୁଳସୀ ଓ ମହାପ୍ରସାଦ ନେଇଛନ୍ତି।
ସିଟି ଅଫ୍‌ ବାଥ୍‌ରେ ରହୁଥିବା ଓଡ଼ିଆମାନେ ଏକାଠି ହୋଇ ଏହି ମନ୍ଦିର ନିର୍ମାଣ ପରିକଳ୍ପନା କରିଛନ୍ତି। ତେବେ କିଭଳି ବିଧି ବ୍ୟବସ୍ଥା ମଧ୍ୟରେ ଏହା ନିର୍ମାଣ କରାଯିବ ସେଥିଲାଗି ପରାମର୍ଶ ନେବାକୁ ମନ୍ଦିର କମିଟି କର୍ମକର୍ତ୍ତା ପୁରୀ ଆସିଛନ୍ତି। ସେମାନେ ଶନିବାର ଜଗଦ୍‌୍‌ଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କଠାରୁ ପରାମର୍ଶ ନେଇଛନ୍ତି। ଗଜପତି ମହାରାଜାଙ୍କଠାରୁ ଅନୁମତି ନେବେ ବୋଲି କହିଛନ୍ତି। ଏହି ଅବସରରେ ବରିଷ୍ଠ ସେବାୟତ ଈପ୍‌ସିତ ପ୍ରତିହାରୀ କର୍ମକର୍ତ୍ତାମାନଙ୍କୁ ମହାପ୍ରଭୁଙ୍କ ବିଗ୍ରହ, ଫୁଲ, ତୁଳସୀ ଓ ମହାପ୍ରସାଦ ପ୍ରଦାନ କରିଛନ୍ତି। କମିଟି ସଦସ୍ୟ ଅଜିତ କୁମାର ନନ୍ଦ କହିଛନ୍ତି, ବ୍ରିଟେନ୍‌ରେ ଶ୍ରୀଜଗନ୍ନାଥ ସଂସ୍କୃତି ପହଞ୍ଚାଇବା ଲାଗି ଉଦ୍ୟମ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ଏଥିରେ ନିଶ୍ଚିତ ସଫଳ ହେବୁ। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ସେଠାରେ ଠାକୁରଙ୍କ ନୀତିକାନ୍ତି ଓ ସେବାପୂଜା କରାଯିବ। ପୁରୀ ରଥଯାତ୍ରା ଭଳି ସେଠାରେ କିଛିବର୍ଷ ହେଲା ରଥଯାତ୍ରା କରାଯାଇଆସୁଛି। ତେବେ ଅଦିନିଆ ରଥଯାତ୍ରା ନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନନ୍ଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣ ଗଣତନ୍ତ୍ରର ଜୀବନୀଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ବ୍ୟୁରୋ):ଗଣତନ୍ତ୍ରରେ ଜନସାଧାରଣ ହିଁ ପ୍ରକୃତ ମାଲିକ। ଏହା ରାଜ୍ୟର ପ୍ରତ୍ୟେକ ନାଗରିକ ଅନୁଭବ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ...

ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା...

ସ୍କୁଲରେ ଶିକ୍ଷକଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା,ଥାନାରେ ପ୍ରଥମ ସ୍ତ୍ରୀଙ୍କ ଏତଲା

ଦାରିଙ୍ଗବାଡ଼ି(ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ, ୧୬ା୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଜଣେ ଶିକ୍ଷକ ସେହି ସ୍କୁଲରେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା...

ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି

ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ...

ମହାରାଷ୍ଟ୍ର ଶ୍ରମିକଙ୍କୁ ସହଯୋଗ

ହାଟଡିହୀ,୫।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ସ୍କୁଲ ନିକଟରେ ଥିବା ମହାରାଷ୍ଟ୍ର ରାଜ୍ୟ ସୋଲାପୁରର ୧୫ଜଣ ଶ୍ରମିକଙ୍କୁ ଫ୍ରେଣ୍ଡ ଫର ଫାଉଣ୍ଡେସନର ସଦସ୍ୟମାନେ ସହଯୋଗର ହାତ...

‘ଫେଲୁଦା’କୁ ଅନୁମୋଦନ: କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟରେ କରୋନା ରିପୋର୍ଟ

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଏଣିକି କମ୍‌ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍‌ ସିଆର୍‌ଆଇଏସ୍‌ପିଆର୍‌ (କ୍ଲଷ୍ଟରଡ...

ଫୁଟ୍‌ପାଥ ଉପରେ ରହିବନି ଫୁଡ୍‌ ଷ୍ଟଲ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ ପାଇଁ ବିଏମ୍‌ସିର ବିଜ୍ଞପ୍ତି ପ୍ରକାଶ ପାଇଛି । ରାସ୍ତା, ଫୁଟ୍‌ପାଥ, ଡ୍ରେନ୍‌ ଉପରେ ଖାଦ୍ୟ ଷ୍ଟଲ ରହିପାରିବନି। ପର୍ଯ୍ୟାପ୍ତ ପାର୍କିଂ...

ବିଶ୍ବ ନାରିକେଳ ଦିବସ ପାଳିତ: ଫନୀ କ୍ଷତିଗ୍ରସ୍ତ ନଡ଼ିଆଚାଷୀଙ୍କୁ କେନ୍ଦ୍ର ଦେବ ସହାୟତା

ଭୁବନେଶ୍ୱର, ୩।୯(ବ୍ୟୁରୋ): ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ଏଥିପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ...

Advertisement
Archives

Model This Week