ମାଓବାଦୀଙ୍କ ଆଡ୍ଡାରେ ଚଢାଉ: ବିପୁଳ ପରିମାଣର ବିସ୍ପୋରକ ଜବତ

କୋରାପୁଟ,୧୯।୧୦(ସ୍ବ.ପ୍ର)-କୋରାପୁଟ ଜିଲା ମାଛକୁଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଏକ ଆଡ୍ଡା ଉପରେ ରବିବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ମାଓବାଦୀ କ୍ୟାଡରଙ୍କ ଫଟୋ, ଅତ୍ୟାଧୁନିକ ବିସ୍ପୋରକ ଜବତ କରାଯାଇଛି। ଏ ନେଇ ସୋମବାର କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଢାଉ ସମୟରେ ଘଟଣାସ୍ଥଳରେ ଥିବା ୧୫ରୁ ୨୦ ଜଣ ମାଓବାଦୀ ଖସି ପଳାଇଥିବା ଜଣାଯାଇଛି।
ସୂଚନା ମୁତାବକ, କୋରାପୁଟ ଓ ମାଲକାନାଗିରି ଜିଲା ସୀମାନ୍ତ ମାଛକୁଣ୍ଡ ଅଞ୍ଚଳରେ ମାଓବାଦୀମାନେ କୌଣସି ଅଘଟଣ ଘଟାଇବା ଲାଗି ଯୋଜନା କରୁଥିବା ଜିଲା ପୋଲିସ ସୂଚନା ପାଇଥିଲା। ରବିବାର ଅପରାହ୍ନରେ ଜିଲା ଡିଭିଏଫ ପୋଲିସ ଓ ଅନ୍‌କାଡେଲିସ୍ଥିତ ବିଏସ୍‌ଏଫର ମିଳିତ ଉଦ୍ୟମରେ ମାଛକୁଣ୍ଡ ଅଞ୍ଚଳର ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଏକ ବଡ ପ୍ଲାଷ୍ଟିକ ଜାରରୁ ସ୍ଲରୀ ଓ ଏମୁଲସନ ଅତ୍ୟାଧୁନିକ ବିସ୍ପୋରକ ପଦାର୍ଥ ୧୮ଟି, ୫୦୦ଟି ଜିଲୋଟିନ ଷ୍ଠିକ, ୩ଟି କ୍ୟାମେରା ଫ୍ଲାସ, ୧୫ ମିଟର ତାର, ୧୨ଶହ ଗ୍ରାମ ସିପ୍ଲଟରସ ତଥା ତରଳ ବିସ୍ପୋରକ ପଦାର୍ଥ, ମାଓବାଦୀ କ୍ୟାଡରଙ୍କ ବହୁ ଫୋଟ ଜବତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌ସିଏଲ୍‌କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ)କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର-୨୦୨୦ ସମ୍ମାନ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର...

ବୁଥ୍‌ ମୁହାଁ ପୋଲିଂ ଅଫିସର: ମତଦାନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରହିବ ମଦ ଦୋକାନ

ଝାରସୁଗୁଡ଼ା ଅଫିସ,୧୯।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ଅଫିସର ବୁଥ୍‌ ଅଭିମୁଖେ ବାହାରି ଯାଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି...

କୃଷକଙ୍କ ଆୟ ବଢ଼ାଇବ ୟୁଏଆଇଏଲ୍‌ର ‘ଓ୍ବାଡି’ ପ୍ରକଳ୍ପ

ରାୟଗଡ଼ା ଅଫିସ,୧୯ା୮: କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ରାୟଗଡ଼ା ଜିଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ (ୟୁଏଆଇଏଲ୍‌)ପକ୍ଷରୁ ସିଏସ୍‌ଆର୍‌ କାର୍ଯ୍ୟକ୍ରମ...

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ମୋଟ୍‌ ୧୩ ସୁସ୍ଥ

ଭୁବନେଶ୍ୱର,୧୩ା୪(ବ୍ୟୁରୋ) : ରାଜ୍ୟବାସୀଙ୍କ ପାଇଁ ଏକ ପୁଣି ଏକ ଖୁସି ଖବର ଆସିଛି। କଳାହାଣ୍ଡିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି। ଏନେଇ...

ଅଠର ବର୍ଷର ଅପେକ୍ଷା

ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ...

ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ...

ପିଆଜ ଦର ଏବେ ଆକାଶଛୁଆଁ : ଯୋଗାଣ ମନ୍ତ୍ରୀ କହିଲେ ଦୀପାବଳି ପର୍ଯ୍ୟନ୍ତ ଦାମ୍‌ ଉଚ୍ଚା ରହିବ

ଭୁବନେଶ୍ୱର,୨୨।୯(ବ୍ୟୁରୋ) : ପିଆଜ ଦର ଏବେ ଆକାଶଛୁଆଁ ହୋଇଛି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି। ଯାହା...

ମେ’ ୩୧ ସୁଦ୍ଧା ଶେଷ ହେବ ସ୍କୁଲରେ ନାମଲେଖା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ମଙ୍ଗଳବାରଠାରୁ ନାମଲେଖା ଆରମ୍ଭ ହେବ। ମେ’ ୩୧ ସୁଦ୍ଧା ସମସ୍ତ ସ୍କୁଲରେ...

Advertisement
Archives

Model This Week