ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ

ଯାଜପୁର ରୋଡ୍‌,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ବାସ ଯୋଗାଇଥିବା ଏହି ସହର କେବଳ ପ୍ରଦୂଷଣ ମୁଣ୍ଡାଇଛି। କିନ୍ତୁ ଏହାର ଉନ୍ନୟନ ପ୍ରତି କାହାର ନିଘା ନାହିଁ। ସହରବାସୀଙ୍କ କର୍ମ ବ୍ୟସ୍ତତାକୁ ହାଲୁକା କରିବା ପାଇଁ ପାର୍କଟିଏ ମଧ୍ୟ ନାହିଁ। ଲୋକେ ରାସ୍ତାକଡ଼ରେ ପ୍ରାତଃ ଭ୍ରମଣ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଜିଲା ଗଠନର ୨୭ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏହି ପୌରପାଳିକା ଅଞ୍ଚଳ ଆଧୁନିକତାର ରୂପ ନେଇପାରୁନାହିଁ। ଏଥିରୁ ଜିଲା ପ୍ରଶାସନ ଏହି ପ୍ରମୁଖ ସହରର ବିକାଶକୁ କେତେ ଗୁରୁତ୍ୱ ଦେଉଛି ତାହା ବୁଝାପଡ଼ୁଛି।
୨୦୧୧ରେ ତତ୍କାଳୀନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଦ୍ୱାରା ବ୍ୟାସ ଜଗନ୍ନାଥ ଉଦ୍ୟାନ, ୨୦୧୩ରେ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ହାତରେ ବ୍ୟାସ ଜଗନ୍ନାଥ ଉଦ୍ୟାନର ନବୀକରଣ କାର୍ଯ୍ୟ ଓ ୨୦୧୬ରେ ସେତେବେଳର ବିଧାୟକ ଆକାଶ ଦାସନାୟକଙ୍କ ଦ୍ୱାରା ବ୍ୟାସ ସରୋବର ଉନ୍ନତୀକରଣର ଶୁଭାରମ୍ଭ ପାଇଁ ଫଳକ ସ୍ଥାପନ ହୋଇଥିଲା। କିନ୍ତୁ କାର୍ଯ୍ୟରେ ନୁହେଁ ନିୟମିତ ବ୍ୟବଧାନରେ ଫଳକଗୁଡିକର ଉନ୍ନତୀକରଣ ହୋଇଛି ବୋଲି ସହରବାସୀ ଏବେ ବିଭିନ୍ନ ସୋସିଆଲ ମିଡିଆରେ ମତପ୍ରକାଶ କରୁଛନ୍ତି।
ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୭ରେ ବ୍ୟାସ ସରୋବରର ଉନ୍ନତୀକରଣ ନିମନ୍ତେ ୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ମାତ୍ର ୧ କୋଟି ଟଙ୍କା ବ୍ୟୟ ହୋଇ ପୂର୍ତ୍ତ ବିଭାଗ ଦ୍ୱାରା କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଛି। ଆଉ ୪ କୋଟି ଟଙ୍କା ପଡି ରହିଥିବା ଜଣାପଡ଼ିଛି। ସେହିପରି ପୌରପାଳିକା ପାଣ୍ଠିରୁ ୨୦ ଲକ୍ଷ ଟଙ୍କାରେ ଏହି ଐତିହ୍ୟ ପୋଖରୀର କାର୍ଯ୍ୟ ହେଉଥିଲା। ମାତ୍ର ୪/୫ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ସେହି କାର୍ଯ୍ୟକୁ କୌଣସି କାରଣରୁ ବନ୍ଦ କରି ଦିଆଯାଇଛି। ପୌରପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ଗତ ୨ ବର୍ଷ ହେଲା ପ୍ରଶାସନିକ ଅଧିକାରୀ ଏହାର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ହେଲେ ଠପ୍‌ ହୋଇଯାଇଛି ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ। ବିଭିନ୍ନ ସମୟରେ ଜିଲାପାଳ, ବିଧାୟକ, ମନ୍ତ୍ରୀ ପ୍ରମୁଖ ବ୍ୟାସସରୋବର ପୀଠ ପରିଦର୍ଶନ କରି ବିଭିନ୍ନ ଯୋଜନା ପ୍ରତିଶ୍ରୁତି ଦେଇ ଯାଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ କାହିଁକି ମୂଲ୍ୟହୀନ ହୋଇଯାଉଛି ତାହା ସହରବାସୀ ବୁଝି ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି।
ଏଠାରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଅନୁଷ୍ଠିତ ହୋଇଥାଏ। ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଆସିଥାନ୍ତି। କିନ୍ତୁ ଭଲ ରାସ୍ତାଟିଏ ନାହିଁ। ଖାଲଖମାର ମାଟି ରାସ୍ତାରେ ଶ୍ରଦ୍ଧାଳୁ ଉଠିପଡି ଯାତାୟାତ କରୁଥିବା ଦେଖିବାକୁ ମିଳେ। ଏପରି କି ଉକ୍ତ ରାସ୍ତା ଦେଇ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ବ୍ୟାସ ସରୋବର ମେଳାର ଉଦ୍‌ଘାଟନ ଓ ଉଦ୍‌ଯାପନୀ ଉତ୍ସବକୁ ଯାଇଥାନ୍ତି। କିନ୍ତୁ ରାସ୍ତାର ଦୁରବସ୍ଥା ପ୍ରତି ସମସ୍ତେ ନୀରବଦ୍ରଷ୍ଟା। ଏପରି କି ଜିଲାର ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଆଶାନୁରୂପ ବିକାଶ ହେଉଥିବାବେଳେ ବ୍ୟାସ ସରୋବର କାହିଁକି ଅବହେଳିତ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସ ସରୋବରର ବିକାଶ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ବିନିଯୋଗ କରାଯିବ। ଏହାସହ ଷ୍ଟାଡିୟମ ପାଖରେ ୭ ଏକର ଜମିରେ ଶିଶୁ ଉଦ୍ୟାନ, ସ୍ବାସ୍ଥ୍ୟପାର୍କ, ବୟସ୍କଙ୍କ ପାଇଁ ପାର୍କ ନିର୍ମାଣ ଲାଗି ଯୋଜନା ସମ୍ପନ୍ନ ହୋଇ ସାରିଛି। ଟେଣ୍ଡର ପ୍ରକ୍ରିୟା କରାଯାଇ କାମ ଶୀଘ୍ର ଆରମ୍ଭ କରିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?