ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନ ଅନୁପାଳନ କରି ଜିଲା ବାହାରର ମୃତଦେହ ସ୍ବର୍ଗଦ୍ବାରରେ ଦାହ କରାଯାଇପାରିବ । ଯେ କେହି ଆତ୍ମୀୟଙ୍କ ସଂସ୍କାର ଏଠାରେ କରିପାରିବେ। ଜିଲାରେ ସଂକ୍ରମଣ ହାର କମିଥିବାରୁ ସ୍ବର୍ଗଦ୍ୱାରରୁ କଟକଣା ହଟାଯାଇଥିବା ଜିଲାପାଳ କହିଛନ୍ତି। କିନ୍ତୁ ୨୦ ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ । ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । ମାତ୍ର ଯଦି କାହାର କରୋନାରେ ମୃତ୍ୟୁ ହୋଇଥାଏ ତେବେ ସ୍ବର୍ଗଦ୍ବାରରେ ସେମାନଙ୍କ ଶେଷକୃତ୍ୟ କରାଯାଇପାରିବ ନାହିଁ । ସରକାରଙ୍କ ପକ୍ଷରୁ ସ୍ଥୀରିକୃତ ନିଜ ନିଜ ଜିଲା ପାଇଁ ଉର୍ଦ୍ଦିଷ୍ଟ ସ୍ବତନ୍ତ୍ର ଶ୍ମଶାନରେ ଦାହ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରଜରାଜନଗର ଉପନିର୍ବାଚନ:ସମସ୍ତ ୧୪ ନାମାଙ୍କନପତ୍ର କାଏମ

ଝାରସୁଗୁଡ଼ା ଅଫିସ, ୧୨ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି...

ଟ୍ରାଫିକ୍‌ ଜାମ ଯୋଗୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣା: ଏକ ଘଣ୍ଟା ନୁହେଁ ୨୨ ମିନିଟ ୩୮ ସେକେଣ୍ଡ ଲାଗିଥିବା କହିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାଫିକ ଜାମ୍‌ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ର ନୀଲ ନୀତୀଶ ନାୟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ପରୋକ୍ଷରେ ମିଛ...

ହେଲାନି ସମାଧାନ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୧୨ ମନୋମାଳିନ୍ୟ ଦୂରକରି ଦମ୍ପତିଙ୍କୁ ମିଶାଇବାକୁ ୨ଦିନ ଧରି ଯଥାସାଧ୍ୟ ପ୍ରୟାସ କଲା ପୋଲିସ। ହେଲେ ଦ୍ୱନ୍ଦ୍ୱ ଦୂର ହେଲାନି କି ବାହାରିଲାନି...

ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ ।...

ଗାଡି ଡିକି ଭାଙ୍ଗି ଲୁଟି ନେଲେ ସୁନା ଅଳଙ୍କାର

ବିଞ୍ଝାରପୁର,୪ା୧୨(ଡି,ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇନ୍ଦା ଛକରେ ସୁନା ଅଳଙ୍କାର ଦୋକାନ କରିଥିବା ଶ୍ୟାମସୁନ୍ଦର ସାହୁଙ୍କ ଗାଡି ଡିକ ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର...

ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୬।୧୨:ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ...

୧୮ରୁ ବିଧାନସଭା ବଜେଟ୍‌ ଅଧିବେଶନ, ୨୨ରେ ବଜେଟ୍‌

ଭୁବନେଶ୍ୱର, ୧।୨(ବ୍ୟୁରୋ): ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବୃଆରୀ ୨୨...

ସୁରକ୍ଷା ପ୍ରତି ଧ୍ୟାନ ନାହିଁ

ଭୁବନେଶ୍ୱର,୧୦। ୧୦(ବ୍ୟୁରୋ): ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ତଥା ଗ୍ୟାସ ଫିଲିଂ ଷ୍ଟେଶନଗୁଡ଼ିକର ସୁରକ୍ଷା ପ୍ରତି ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ଗୁରୁତ୍ୱ ଦେଉନାହିଁ।...

Advertisement
Archives

Model This Week