୧୨ଟି ପଞ୍ଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ
ବସ୍ତା,୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ଫୁଲିବା ସହିତ ବିପଦ ସଙ୍କେତ ଟପିଛି। ମଥାନୀ ଠାରେ ନଦୀର ବିପଦ ସଙ୍କେତ ୫.୫୦ମିଟର ଥିବା…
ଆଖଣ୍ଡଳମଣି ମନ୍ଦିରରେ ବୁଡ଼ିଗଲା ବିଗ୍ରହ
ଆରଡି, ୨୭ା୮(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ବୁଧବାର ସକାଳୁ ପହୁଡ଼ ଖୋଲାଯିବା ପରେ ପାଳିଆ ସେବକ ଓ ଅନ୍ୟ ସେବାୟତ ମାନେ ବାବା ଆଖଣ୍ଡଳମଣିଙ୍କ ବିଗ୍ରହ ବୁଡିଯିବା ଦେଖିବାକୁ…
ଏସ୍ସିବିରୁ ଚିହ୍ନଟ ହେଲେ ଆଉ ୨୪ ପଜିଟିଭ
କଟକ ଅଫିସ,୨୬ା୮- ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ବୁଧବାର ଆଉ ୨୪ ଜଣ ପଜିଟିଭ ଚିହ୍ନଟ ହୋଇନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏସ୍ସିବିର ଡେଣ୍ଟାଲ ବିଭାଗରୁ ଜଣେ ଆସିଷ୍ଟାଣ୍ଟ…
ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ; ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଓଡ଼ିଶାରେ ବୁଧବାର ରେକର୍ଡ ସଂଖ୍ୟକ ୩,୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବୁଧବାର ସୁଦ୍ଧା ମୋଟ୍ ୬୨ ହଜାର ୮୧୩ ଜଣ ଲୋକ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ…
ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସ୍କୁଲ, କଲେଜ
ଭୁବନେଶ୍ୱର, ୨୬।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ…
ଅନୁପ ସାଏଙ୍କୁ କରୋନା
ଝାରସୁଗୁଡ଼ା ଅଫିସ,୨୬।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା। ଏନେଇ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜେଲ୍ ଅଧିକ୍ଷକ ଏନ୍.କେ. ତେହରିଆ ବୁଧବାର ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ, ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଏବଂ ତାଙ୍କ ଝିଅ…
୩୦% କମିଲା ସିଲାବସ୍
ଭୁବନେଶ୍ୱର,୨୬।୮(ବ୍ୟୁରୋ): କରୋନା ପାଇଁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍। ୩୦% ସିଲାବସ୍ ହ୍ରାସ ହୋଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି। ତେବେ ୩ଟି କମିଟିର ସୁପାରିଶ ଆଧାରରେ…
ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୩…
CORONAVIRUS UPDATE: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର ଗୋଟିଏ ଦିନରେ ୩,୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ଦ୍ରୁତ ଗତିରେ ବଢୁଛି ବୈତରଣୀ,ବନ୍ୟା ଆଶଙ୍କା
ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍.ଏ): ବୈତରଣୀ ନଦୀରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀ ମଙ୍ଗଳବାର ରାତି ୩ ଟାରୁ ବଢିବା ଆରମ୍ଭ କରିଛି। ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବନ୍ୟାଜଳ…
ପୂର୍ବତନ ଜିଲା ଜଜ୍ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ
କେନ୍ଦ୍ରାପଡ଼ା ଅଫିସ, ୨୬ା୮: ୧୯୮୦ରେ ଛବିରାଣୀ ହତ୍ୟାକାଣ୍ଡର ରାୟ ଦେଇଥିବା ପୂର୍ବତନ ଜିଲା ଜଜ୍ କୃଷ୍ଣ ଚନ୍ଦ୍ର କରଙ୍କର ମଙ୍ଗଳବାର ପରଲୋକ ହୋଇଛି। ୯୧ ବର୍ଷୀୟ କରଙ୍କର କେନ୍ଦ୍ରାପଡ଼ା ସହର ସାନମଙ୍ଗଳାସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ…
୫ ବର୍ଷରେ ଗାଁରେ ୨୬ ଲକ୍ଷ ୮୪ ହଜାର ପକ୍କାଘର
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ୨୦୧୪-୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କାଘର ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନା (ପିଏମ୍ଏଓ୍ବାଇ-ଜି)ରେ ୨୦୧୬-୧୭ରୁ…
Archives


