ଚାଷୀଙ୍କୁ ଦୋହରା ଧକ୍କା

ଯାଜପୁର ଅଫିସ, ୧୦।୧: ୨୦୧୯ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ହୋଇଥିବା ଉଠିଛି। ଏହି ଜିଲାଗୁଡ଼ିକର ୨୦ରୁ ଊର୍ଦ୍ଧ୍ୱ ବ୍ଲକରେ କ୍ଷୟକ୍ଷତି ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଭାବେ ୬ଟି ବ୍ଲକ୍‌କୁ ଗଣନା କରାଯାଇଛି। ଫଳରେ ବାକି ବ୍ଲକଗୁଡ଼ିକର କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଗୋଟିଏ ପଟେ ପ୍ରବଳ ବର୍ଷା ଫସଲ ଧୋଇନେଇଥିବାବେଳେ ଅନ୍ୟପଟେ ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ଆକଳନ ଚାଷୀଙ୍କୁ ଆର୍ଥିକ ଯନ୍ତ୍ରଣା ମଧ୍ୟକୁ ଠେଲିଦେଇଛି। ଏଭଳି ଦୋହରା ଧକ୍କାରେ ବହୁ ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି।

ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଗତ ସେପ୍ଟେମ୍ବର ୪ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାର ୬ ବ୍ଲକର ୮୫ ପଞ୍ଚାୟତର ୨୮୨ ଗ୍ରାମରେ ଉପରୋକ୍ତ ୩ ଦିନର ପ୍ରବଳ ବର୍ଷାରେ ଚାଷଜମି ପ୍ରଭାବିତ ହୋଇଥିଲା। ମୋଟ ୮୪୬୭.୫ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ଏହି ବିଜ୍ଞପ୍ତି ଆଧାରରେ ସମବାୟ ବିଭାଗ ଅଧସ୍ତନ ସଚିବ ଡି.କେ. ମହାନ୍ତି ଗତ ଡିସେମ୍ବର ୧୧ରେ ନିବନ୍ଧକ ସମବାୟ ସମିତି ସମୂହ (ଆରସିଏସ୍‌) ଏବଂ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ(ଓଏସ୍‌ସିବି)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆରସିଏସ୍‌ କାର୍ଯ୍ୟାଳୟରୁ ଗତ ୧ ତାରିଖରେ ଡିଆରସିଏସ୍‌ ବ୍ରହ୍ମପୁର, କଟକ ୨ ଓ ଖୋର୍ଦ୍ଧା ଡିଭିଜନ ଏବଂ ସିସିବି ସମ୍ପାଦକମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ତାଲିକା ଅନୁସାରେ ଗଜପତି ଜିଲା ରାୟଗଡ଼ ବ୍ଲକର ୨ ପଞ୍ଚାୟତର ୭ ଗ୍ରାମର ୧୧୨ ହେକ୍ଟର, ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ଓ ଆସ୍କା ବ୍ଲକର ୧୯ ପଞ୍ଚାୟତ ଅନ୍ତର୍ଗତ ୩୯ ଗ୍ରାମର ୧୦୧୦.୫ ହେକ୍ଟର, ଯାଜପୁର ଜିଲାର ବରୀ ଓ ବିଞ୍ଝାରପୁର ବ୍ଲକର ୫୮ ପଞ୍ଚାୟତ ଅନ୍ତର୍ଗତ ୨୨୧ ଗ୍ରାମର ୭୧୯୫ ହେକ୍ଟର ଏବଂ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ୬ ପଞ୍ଚାୟତ ଅନ୍ତର୍ଗତ ୧୫ ଗ୍ରାମର ୧୫୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଓଡ଼ିଶା ରେନ୍‌ଫଲ୍‌ ମନିଟରିଂ ସିଷ୍ଟମର ରିପୋର୍ଟରୁ ଜଣାପଡ଼ୁଛି ଯେ, ଗତ ଅକ୍ଟୋବର ୨୫ରେ ଯାଜପୁର ବ୍ଲକରେ ୧୩୫ ମିମି, ବିଞ୍ଝାରପୁରରେ ୨୩୯.୪ ମିମି, ଦଶରଥପୁରରେ ୧୭୧.୪ ମିମି, ରସୁଲପୁରରେ ୧୩୪.୬ ମିମି ଏବଂ ବରୀ ବ୍ଲକରେ ୧୫୪.୫ ମିମି ବର୍ଷା ହୋଇଥିଲା। ଯାଜପୁର ଜିଲାରେ ୨୫ ତାରିଖରେ ହାରାହାରି ୧୨୭.୭୯ ମିମି ବର୍ଷା ହୋଇଛି। ସରକାରୀ ତଥ୍ୟ ଅନୁସାରେ ୧୨୪.୫ ମିମିରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିଲେ ଅତ୍ୟଧିକ ବର୍ଷା ଭାବେ ବିବେଚନା କରାଯାଇଥାଏ। ତେଣୁ ସରକାରଙ୍କ ବର୍ଷା କ୍ଷୟକ୍ଷତି ରିପୋର୍ଟରେ କାହିଁକି ଉପରୋକ୍ତ ବ୍ଲକଗୁଡିକର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ ଉଠିଛି।

ସେହିପରି ଗଜପତି ଜିଲାର ରିପୋର୍ଟକୁ ଦେଖିଲେ ଗତ ଅକ୍ଟୋବର ୨୪ରେ ରାୟଗଡ଼ ବ୍ଲକରେ ୧୪୧.୬୦ ମିମି ଏବଂ ଗୁମ୍ମା ବ୍ଳକରେ ୧୪୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲାର ଅକ୍ଟୋବର ୨୪ ତାରିଖ ରିପୋର୍ଟରେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୯୨.୪ ମିମି, କୁକୁଡାଖଣ୍ଡିରେ ୧୭୫ ମିମି, ଚିକିଟିରେ ୨୦୩ ମିମି, ପାତ୍ରପୁରରେ ୧୮୫.୫ ମିମି, ସାନଖେମୁଣ୍ଡିରେ ୧୪୭ ମିମି, ଆସ୍କାରେ ୧୨୭ ମିମି ଓ ସେରଗଡ଼ ବ୍ଲକରେ ୧୪୨ ମିମି ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ଜିଲାର ବାଲିଅନ୍ତା ବ୍ଲକରେ ୨୫ ତାରିଖରେ ୧୯୩ ମିମି, ଜଟଣୀ ବ୍ଲକରେ ୧୪୯.୨ ମିମି ଓ ଚିଲିକା ବ୍ଲକରେ ୧୬୪ ମିମି ବର୍ଷା ରେକର୍ଡ ହୋଇଛି।

ଅତ୍ୟଧିକ ବର୍ଷା ହୋଇଥିବା ସତ୍ତ୍ବେ ଏହି ୪ ଜିଲାର ଅନ୍ୟ ବ୍ଲକର ଚାଷୀମାନଙ୍କୁ ସରକାରୀ ସହାୟତା ଦେବାରୁ କାହିଁକି ବଞ୍ଚିତ କରାଯାଇଛି ତାହା ତଦନ୍ତସାପେକ୍ଷ। କୃଷି, ରାଜସ୍ବ ଓ ଷ୍ଟାଟିଷ୍ଟିକ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଥିଲା। ଏହି ବିଭାଗଗୁଡ଼ିକର ଅଧିକାରୀମାନେ ଖାମଖିଆଲ ଭାବେ କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦେଇଥିବାରୁ ବାସ୍ତବ କ୍ଷତିଗ୍ରସ୍ତ ଚାଷୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି କ୍ଷୋଭ ପ୍ରକାଶ ପାଇଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ରମେଶ ବେହେରା କୁହନ୍ତି, ସେହି ଅକ୍ଟୋବର ମାସର ବର୍ଷା ଚାଷଜମିକୁ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ କରି ଦେଇଥିଲା। ଦୀର୍ଘଦିନ ଧରି ପାଣି ନିଷ୍କାସନ ନ ହେବାରୁ ଧାନଗଛ ପଚି ଯାଇଥିଲା। ଫଳରେ ଖର୍ଚ୍ଚ ତୁଳନାରେ ବହୁତ କମ୍‌ ଧାନ ଅମଳ ହୋଇଥିଲା। ଏଭଳି ସ୍ଥିତିରେ ସରକାର ଯଦି ରସୁଲପୁର ବ୍ଲକକୁ ସହାୟତା ପ୍ରଦାନ କରିବାରେ ସାମିଲ ନ କରନ୍ତି, ତେବେ ବହୁତ ଦୁଃଖର ବିଷୟ ବୋଲି ରମେଶ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା କୃଷି ଉପନିର୍ଦ୍ଦେଶକ ବିମଳକାନ୍ତି ରପ୍ତାନଙ୍କୁ ପଚାରିବାରେ ସେ କହିଛନ୍ତି, ଜମିରେ ପାଣି ଜମି ରହି ଫସଲ କ୍ଷତିଗ୍ରସ୍ତ କରିଥିବା ରିପୋର୍ଟ ଅନୁସାରେ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁ କ୍ଷତିଗ୍ରସ୍ତ ଚାଷୀମାନେ ତାଲିକାଭୁକ୍ତ ହୋଇପାରିନାହାନ୍ତି, ସେମାନଙ୍କ ନାମ ତାଲିକାରେ ସାମିଲ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ତହସିଲଦାରମାନଙ୍କୁ କ୍ଷତିଗ୍ରସ୍ତ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତାଲିକା ପ୍ରସ୍ତୁତ ହୋଇ ନ ପାରିଲେ ସମ୍ପୃକ୍ତ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri