ନବୀନଙ୍କ ସମ୍ପତ୍ତି ୬୪.୯୮କୋଟି: ଗତ ଆର୍ଥିକ ବର୍ଷ ତୁଳନାରେ ବଢିଛି…

ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ନବୀନଙ୍କ ସମ୍ପତ୍ତି ଗତ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ରେ ୭୧ ଲକ୍ଷ ଟଙ୍କା ବଢିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି ମୂଲ୍ୟ ୬୪.୯୮ କୋଟି ରହିଛି। ସେଥିରେ ଅସ୍ଥାବର ସମ୍ପତ୍ତି ୧,୩୪,୦୪,୫୦୨ ଏବଂ ସ୍ଥାବର ସମ୍ପତ୍ତି ମୂଲ୍ୟ ୬୩,୬୪,୧୫,୨୬୧ ଟଙ୍କା ରହିଛି। ୨୦୧୯-୨୦ରେ ୬୪,୨୬,୮୧,୯୨୪.୯୩ରୁ ୬୪,୯୮,୧୯,୮୬୩ ଟଙ୍କାକୁ ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ ଦେଇଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କର ୧୯୮୦ ମଡେଲର ଆମ୍ବାସାଡର କାର ରହିଛି ଯାହାର ମୂଲ୍ୟ ୮,୯୦୫ ଏବଂ ଅଳଙ୍କାର ମୂଲ୍ୟ ୨,୮୯,୫୮୭ ଟଙ୍କା। ନୂଆଦିଲ୍ଲୀରେ ଥିବା ଏସ୍‌ବିଆଇ ଶାଖାରେ ୧.୦୩ କୋଟି ଟଙ୍କା ଡିପୋଜିଟ୍‌ ରହିଛି। ଏଥିସହିତ ସେ ଭୁବନେଶ୍ୱର ଏସ୍‌ବିଆଇ ଶାଖାରେ ୧୦.୫୬ ଲକ୍ଷ ଟଙ୍କା ଡିପୋଜିଟ୍‌ ରଖିଛନ୍ତି। ଏହାଛଡ଼ା ଫରିଦାବାଦର ଟିକ୍ରିହେରା ଗ୍ରାମରେ ୨୨.୭ ଏକର ଫାର୍ମ ହାଉସ ରହିଛି। ୨୦୧୭ ମାର୍ଚ୍ଚରେ ହୋଇଥିବା ଆକଳନ ଅନୁଯାୟୀ ଏହାର ମୂଲ୍ୟ ୧୦,୭୫,୫୧,୦୫୧ ଟଙ୍କା । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଏପିଜେ ଅବଦୁଲ କଲାମ ରୋଡ୍‌ରେ ଥିବା ତାଙ୍କ ପୈତୃକ ସମ୍ପତ୍ତିର ୫୦ ପ୍ରତିଶତ ଅଂଶୀଦାର ଅଟନ୍ତି। ଏହାର ମୂଲ୍ୟ ୪୩,୩୬,୧୮,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ନବୀନ ନିବାସର ଦୁଇତୃତୀୟାଂଶ ଯାହାର ମୂଲ୍ୟ ୨୦୧୭ ଅଗଷ୍ଟ ୧୮ ତାରିଖରେ କରାଯାଇଥିବା ଆକଳନ ଅନୁଯାୟୀ ୯.୫୨ କୋଟି ଟଙ୍କା ହେବ। ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ୨୦୧୫ରେ ଆଣିଥିବା ୧୫ଲକ୍ଷ ଟଙ୍କାର ଉଧାରକୁ ଶୁଝି ଦେଇଛନ୍ତି। ତେବେ ଫରିଦାବାଦ ଫାର୍ମହାଉସ ବିକ୍ରି କରିବା ପାଇଁ ସେ ୨୦୧୯ ସେପ୍ଟେମ୍ବର ୧୮ରେ ଅଗ୍ରିମ ୧.୨୫ କୋଟି ଆଣିଥିବା ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାର ଶନିବାର ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ମନ୍ତ୍ରୀଙ୍କ ଓ୍ବେବ୍‌ସାଇଟରେ ସମ୍ପତ୍ତି ତାଲିକା ଅପଲୋଡ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକରେ ୪୨ ଲକ୍ଷ ଟଙ୍କା ବଢିଛି। ଜେନାଙ୍କ ସମୁଦାୟ ସମ୍ପତ୍ତି ୧୦.୩୫ କୋଟି ହୋଇଥିବାବେଳେ ୨୦୧୯-୨୦ରେ ୩୦ ଲକ୍ଷ ଟଙ୍କା ଋଣ କରିଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କର ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ ରହିଛି। ଏଥିସହିତ ତାଙ୍କର ୮୦ଟି ବ୍ୟବସାୟିକ ଗାଡ଼ି ରହିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୩.୨୫ ଲକ୍ଷ ଟଙ୍କା। ତାଙ୍କ ସ୍ତ୍ରୀଙ୍କ ନାମରେ ୧.୦୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ସ୍ବାଇଁଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧.୬୦ କୋଟି ଟଙ୍କା ରହିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମରେ ସମ୍ପତ୍ତିର ସଂହ ଭାଗ ରହିଛି। ସ୍ବାଇଁଙ୍କ ନାମରେ ୨୦.୩୨ ଲକ୍ଷ ଟଙ୍କାର ଋଣ ରହିଛି।

ସେହିପରି ୨୦୨୦ ମାର୍ଚ୍ଚ ସୁଦ୍ଧା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ୪.୨୪ କୋଟି ଟଙ୍କାର ସମ୍ପତ୍ତି ରହିଛି। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପତ୍ତି ଗତ ମାର୍ଚ୍ଚ ୩୧ ସୁଦ୍ଧା ୭.୩୧ କୋଟି ଟଙ୍କା ଥିବା ବେଳେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କର ସମ୍ପତ୍ତିର ମୂଲ୍ୟ ୩୨ ଲକ୍ଷ। ସେଥିରେ ଭୁବନେଶ୍ୱର ଚନ୍ଦକାଠାରେ ୪୮୩୦ ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି। ଏଥିସହିତ ତାଙ୍କର ୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ କାର୍‌ ରହିଥିବାବେଳେ ୧୪୦ ଗ୍ରାମ୍‌ ସୁନା ଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri