‘ଇଲ୍‌’ ମାଛର ନୂଆ ପ୍ରଜାତି ସନ୍ଧାନ

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାମୁଦ୍ରିକ ବିଜ୍ଞାନରେ ପୁଣି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ। ଏକ ପାଞ୍ଚଜଣିଆ ରିସର୍ଚ୍ଚ ଟିମ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରୁ ଏକ ନୂଆ ପ୍ରଜାତିର ସାମୁଦ୍ରିକ ଇଲ୍‌ ମାଛ ଆବିଷ୍କୃତ କରିଛନ୍ତି। ଏହାର ବୈଜ୍ଞାନିକ ନାମ ‘ସିର୍‌ହିମୁରାଏନା ଇଣ୍ଡିକା’(Cirrhimuraena Indica) ରଖାଯାଇଛି। ଏହି ଗବେଷଣାରେ ୫ଜଣ ବୈଜ୍ଞାନିକ ସାମିଲ ଥିବାବେଳେ ଏମାନଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ଓଡ଼ିଆ। ଗଞ୍ଜାମ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ସ୍ବରୂପ ରଞ୍ଜନ ମହାନ୍ତି, କୋଲକାତା ଜେଡ୍‌ଏସ୍‌ଆଇ ସାମୁଦ୍ରିକ ମତ୍ସ୍ୟ ବିଭାଗର ଶୁଭେନ୍ଦୁ ଶେଖର ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗର ଜୟ କିଶୋର ସେଠ, ପଶ୍ଚିମବଙ୍ଗ ବଜ୍‌କୁଲ୍‌ ମିଲନୀ ମହାବିଦ୍ୟାଳୟର ଦୀପଞ୍ଜନ ଦେଙ୍କ ମିଳିତ ଗବେଷଣାରୁ ଏହି ସଫଳତା ମିଳିଛି।

ବଙ୍ଗୋପସାଗରରୁ ଧରା ହୋଇଥିବା ୬ଟି ଇଲ୍‌ ସ୍ପେସିମେନକୁ ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଘାଟ ହାରବର (ମାଛଧରା କେନ୍ଦ୍ର)ରୁ ସଂଗ୍ରହ କରାଯାଇ ଗୋପାଳପୁର ଜେଡ୍‌ଏସ୍‌ଆଇରେ ଉଦ୍‌ଘାଟିତ ହେବାକୁ ଥିବା ନବ ନିର୍ମିତ ଡିଏନ୍‌ଏ ଲାବ୍‌ରେ ଗବେଷଣା କରାଯାଇଥିଲା। ଗବେଷଣାରୁ ଏହି ନୂଆ ଇଣ୍ଡିକା ଇଲ୍‌ ପ୍ରଜାତିଟି ସେମାନଙ୍କ ଜେନସ ମଧ୍ୟରେ ଥିବା ସମସ୍ତ ପ୍ରଜାତିଠାରୁ ଉଭୟ ବାହ୍ୟ ଓ ଜେନେଟିକ କ୍ୟାରେକ୍ଟରରେ ଅଲଗା ବୋଲି ଜଣାପଡ଼ିଥିଲା। ଏହି ପ୍ରଜାତି ମାଛର ପିଠି ପାର୍ଶ୍ୱର ରଙ୍ଗ ହାଲୁକା ବାଦାମୀ ଓ ପେଟର ରଙ୍ଗ ଈଷତ୍‌ ବାଦାମୀ ହୋଇଥାଏ। ଫର୍ମାଲିନ ଓ ଆଲକୋହଲରେ ସଂରକ୍ଷଣ ପରେ ଶରୀର ରଙ୍ଗ ବଜାୟ ରହିଥିଲେ ମଧ୍ୟ ଡେଣାଗୁଡ଼ିକ ଧଳା ରଙ୍ଗ ଧାରଣ କରିଥାଏ। ଏ ସମ୍ପର୍କରେ ବୈଜ୍ଞାନିକ ଅନିଲ କୁହନ୍ତି, କରୋନା ପାଇଁ ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ହିଁ ଆମେ ଏହି ନୂଆ ପ୍ରଜାତି ଲାଗି ମୁଖ୍ୟ ଗବେଷଣା କରିଥିଲୁ। ଆମ ଦେଶର ନାଁ ଅନୁସାରେ ଏହି ପ୍ରଜାତିକୁ ନାମିତ କରାଇ ପାରିଥିବାରୁ ଆମେ ମଧ୍ୟ ଗର୍ବ ଅନୁଭବ କରୁଛୁ।

ସୂଚନାଯୋଗ୍ୟ, ଡ. ଅନିଲ ସାମୁଦ୍ରିକ ଇଲ୍‌ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ସିର୍‌ହିମୁରାଏନା ଇଣ୍ଡିକା’ ଅନିଲଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ୧୪ତମ ନୂଆ ସାମୁଦ୍ରିକ ଇଲ୍‌ ବୋଲି ଜଣାପଡ଼ିଛି। ମାଛ ଗବେଷଣା ପାଇଁ ପ୍ରସିଦ୍ଧ ‘ଜର୍ନାଲ ଅଫ୍‌ ଫିଶ୍‌ ବାୟୋଲୋଜି’ରେ ଉକ୍ତ ଗବେଷଣା ପ୍ରକାଶିତ ହେବା ପାଇଁ ଗତ ୮ତାରିଖରେ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri