ରାଜ୍ୟ

ଭୁବନେଶ୍ୱରରୁ ଆଜି ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କଣ୍ଟାକ୍ଟ ୨୯୮

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…

ଯୁକ୍ତ୨ କଳା: ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୨। ୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଖାତା ରିଚେକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।…

ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ‘ଭିକୁ ସେଠ୍‌’

ଚୌଦ୍ୱାର,୧୨।୯(ଡି.ଏନ୍‌.ଏ.): ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ। ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୫…

ଏସ୍‌ଆର୍‌ସିଙ୍କ ପୂଜା ଗାଇଡ୍‌ଲାଇନ୍‌କୁ ଚ୍ୟାଲେଞ୍ଜ

କଟକ ଅଫିସ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପୂଜା ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ସହରର ଅନ୍ୟ ୨୪ଟି…

୫ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ମାଲକାନଗିରି, ନବରଙ୍ଗପୁର,…

ନୂତନ ଶିକ୍ଷାନୀତି ଓ୍ବେବ୍‌ସାଇଟ୍‌ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୧୨। ୯ (ବ୍ୟୁରୋ):  ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ ‘My NEP’ ପ୍ରତିଯୋଗିତାର ଓ୍ବେବ୍‌ସାଇଟ୍‌ ‘www.mynep.in’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ଶୁକ୍ରବାର ରାଜଭବନ ପରିସରରେ ଏନେଇ…

୪ ଏସିପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୨। ୯ (ବ୍ୟୁରୋ):  ଭୁବନେଶ୍ୱର କମିଶନରେଟ ପୋଲିସର ଜୋନ୍‌-୧ ଏସିପି ମାନସ ଗଡ଼ନାୟକ ଓ ଜୋନ୍‌-୪ ଏସିପି ରବୀନ୍ଦ୍ରନାଥ ଶତପଥୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଅଛନ୍ତି। ତେଣୁ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଅନ୍ୟ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…

ଏଥର ହୋଇ ନ ପାରେ ହବିଷିଆଳି ଶିବିର

ପୁରୀ ଅଫିସ, ୧୨। ୯: ଧର୍ମମାସ କାର୍ତ୍ତିରେ ହବିଷ ବ୍ରତ କରିବା ପାଇଁ ପୁରୀକୁ ହବିଷିଆଳିମାନେ ଆସିଥାନ୍ତି। ଏଠାରେ ମାସେ ପର୍ଯ୍ୟନ୍ତ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଇଦାମୋଦର ପୂଜା କରିଥାନ୍ତି। ୨୦୧୬ରୁ ରାଜ୍ୟ ସରକାର ହବିଷିଆଳି ଯୋଜନାରେ ହବିଷିଆଳିଙ୍କୁ…

ରାଜ୍ୟ ସଭାରେ ଉପସ୍ଥିତ ଲାଗି ବିଜେଡିର ହୁଇପ୍‌

ଭୁବନେଶ୍ୱର ୧୨। ୯(ବ୍ୟୁରୋ): ପାର୍ଲାମେଣ୍ଟ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ବିଜେଡି ପକ୍ଷରୁ ଗୁରୁବାର ହ୍ବିପ ଜାରି କରାଯାଇଛି। ଏନେଇ ବିଜେଡି ୩ ଧାଡିଆ ହ୍ବିପ ଜାରି…

୩୫୦୦ କୋଟି ଋଣ କରିବ ଓଡ଼ିଶା

ଭୁବନେଶ୍ୱର,୧୨। ୯(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତିକରୁଛି। ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ଭରଣା କରିବା ଲାଗି ଅଣଭାଜପା ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ…

ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ ଅଫିସ,୧୨। ୯: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ତତ୍କାଳୀନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ବିରୋଧରେ ଶୁକ୍ରବାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସାନି ଜାମିନଯୁକ୍ତ ଗିରଫ ପରୱାନା(ବିଏଡବ୍ଲ୍ୟୁ) ଜାରି କରିଛି। ୨୦୧୨ରେ ପାଢ଼ୀ ସ୍କୁଲ…

‘କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’

କଟକ ଅଫିସ,୧୨। ୯: ଟୁଇଟର ପ୍ଲାଟ୍‌ଫର୍ମରେ ବଢୁଛି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। ଗୋଟିଏ ପରେ ଗୋଟିଏ ଟୁଇଟ୍‌ ଏହି ଘଟଣାକୁ ଅଧିକ ରୋମାଞ୍ଚକର ମୋଡ଼ ଦେଉଛି। ତେବେ ବର୍ଷାଙ୍କ ଏକ ଟୁଇଟ୍‌କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri