ଜଳସେଚନ ନାହିଁ, ଚାଷଜମି ପଡ଼ିଆ

ବନ୍ତ,୨୯।୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳବାସୀ କୃଷି ଉପରେ ନିର୍ଭରଶୀଳ। ବ୍ଲକର ପ୍ରାୟ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତିି। କିନ୍ତୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷସାରା ମାତ୍ର ଗୋଟିଏ ଫସଲ ହୋଇଥାଏ। ବ୍ଲକରେ ୧୫ ହଜାର ହେକ୍ଟର ଚାଷଜମି ରବି ଋତୁରେ ଚାଷ ହୋଇ ନ ପାରି ପଡ଼ିଆ ପଡୁଛି। ନିଜ ଚାଷଜମିରୁ ୨ଟି ଫସଲ ଉତ୍ପାଦନ ହୋଇପାରିଲେ ଲୋକଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆସିପାରନ୍ତା। ଜଳସେଚନ ଅଭାବରୁ ଜାନୁୟାରୀରୁ ଜୁନ୍‌ ୬ ମାସ ଚାଷୀ ପରିବାରର ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକରେ ମୋଟ ୧୮ ହଜାର ୮୬୫ ହେକ୍ଟର ଚାଷଜମି ରହିଛି। ସେଥିରୁ ରବିଋତୁରେ ମାତ୍ର ୩ ହଜାର ୭୦୦ ହେକ୍ଟର ଜମିରେ ଚାଷ ହୋଇଥାଏ। ଚଳିତବର୍ଷ ୩୭୯୨ ହେକ୍ଟର ଜମିରେ ରବି ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ ୧୫୬୦ ହେକ୍ଟର ଜମିରେ ପରିବା, ୧୪୮୭ ହେକ୍ଟରରେ ଡାଲି ଜାତୀୟ, ୧୮୫ ହେକ୍ଟର ତୈଳ ବୀଜ, ୨୦ ହେକ୍ଟରରେ ଆଖୁଚାଷ ଓ ୫୪୦ ହେକ୍ଟରରେ ଧାନଚାଷ କରାଯିବାକୁ ସ୍ଥିର ହୋଇଛି। ୨୦୧୯-୨୦ ବର୍ଷରେ ୩୭୫୨ ହେକ୍ଟର ଜମି ରବି ଚାଷ କରାଯାଇଥିବା ବେଳେ ଚଳିତବର୍ଷ ଅଧିକ ୪୦ ହେକ୍ଟର ଜମିରେ ରବି ଚାଷ ଲାଗି ଲକ୍ଷ୍ୟ ରଖାଯାଇଛି। ସାଳନ୍ଦୀ ଜଳସେଚନ ପ୍ରକଳ୍ପରୁ ୪୮୩ ହେକ୍ଟର, ଲିଫ୍ଟ ଇରିଗେଶନରୁ ୧୦୭୮ ହେକ୍ଟର, ସାଲୋ ଟ୍ୟୁବୱେଲରୁ ୧୫୨୫ ହେକ୍ଟର, ନଦୀ ଓ ପୋଖରୀରୁ ୨୨୦ ହେକ୍ଟର ଜମି ଜଳସେଚିତ ହେଉଛି। ଅବଶିଷ୍ଟ ଜମି ଜଳସେଚନ ଅଭାବରୁ ପଡ଼ିଆ ପଡୁଛି। ଏହି ସମସ୍ୟା ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବାକୁ ଚାଷୀମାନେ ଦାବି କରୁଛନ୍ତି। ନିମଗଢିଆର ଚାଷୀ ମାନସ ପାଳ କହନ୍ତି, ବର୍ଷ ସାରା ଗୋଟିଏ ଫସଲରେ ଚଳିବା କଷ୍ଟକର। ଅନ୍ୟପଟେ କାମ ଅଭାବରୁ ପିଲାମାନେ ରୋଜଗାର ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ବର୍ଷରେ ଦୁଇଥର ଚାଷ ହୋଇପାରିଲେ ଆର୍ଥତ୍କ ସ୍ଥିତିରେ ଉନ୍ନତି ହେବା ସହ ଯୁବକମାନେ ଦାଦନ ଖଟିବାକୁ ନ ଯାଇ ଚାଷ କାମରେ ନିୟୋଜିତ ହୋଇପାରନ୍ତେ ବୋଲି କହିଛନ୍ତି କୁଆଁର୍ଦ୍ଦାର ଚାଷୀ ଅଭିମନ୍ୟୁ ଆଇଚ। ରବି ଋତୁରେ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିଲେ ବର୍ଷରେ ୨ଟି ଫସଲ ଦ୍ୱାରା ଆୟ ଦ୍ୱିଗୁଣିତ ହୋଇପାରନ୍ତା। ଖରିଫରେ ରୋଗପୋକ ପାଇଁ ଯେଉଁ କ୍ଷତି ହୁଏ ତାହା ରବି ଋତୁରେ ଭରଣା ହୋଇପାରନ୍ତା ବୋଲି ସୁଅଁାପଦାର ଚାଷୀ ଚନ୍ଦ୍ରକାନ୍ତ ମଣ୍ଡଳ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କୁ ପଚାରିବାରୁ ପ୍ରତିବର୍ଷ କେନାଲ କାମ ଚାଲୁଥିବାରୁ ଏହି ସମୟରେ କେନାଲ ପାଣି ଆସିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri