ସାପଲତା ପାଲଟିଛି ଦର୍ଶନୀୟ ସ୍ଥାନ

କେନ୍ଦୁଝର, ୨୯।୧(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ନେକଡା ଘର (ଜାମୁନାଳିଆ) ନିକଟରେ ଜାତୀୟ ରାଜପଥ ୨୦ କଡ଼ରେ ରହିଛି ପ୍ରକୃତିଦତ୍ତ ସାପଲତା ପଥର ଚଟାଣ ା ଏହ ପଥର ଚଟାଣ ପ୍ରାୟ ୨୫ ଏକର ପରିମିତ ଅଞ୍ଚଳ ବ୍ୟାପିଥିବା କୁହାଯାଉଛି। ତେବେ ଏହି ଚଟାଣ ଚାରିପଟେ ରହିଛି ଶାଳ ଜଙ୍ଗଲ। ଏଠାରେ ରହିଛି ସାପଲତେଶ୍ୱର ମହାଦେବ ଦେବସ୍ଥଳୀ ା ଏଠାରେ ଥିବା ପ୍ରାୟ ୨୦ ଫୁଟ ଉଚ୍ଚ ସାପ ଫଣା ଆକୃତିର ପଥର ଏବଂ ଚଟାଣ ଉପରେ ଥିବା ଗୁମ୍ଫା ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କୁହାଯାଏ ଏହି ପଥର ତଳେ ଏକ ବିଶାଳ କାୟ ସାପ ରହିଛି। ଉକ୍ତ ଅଞ୍ଚଳର ସୁରକ୍ଷା ପାଇଁ ଏଠାରେ ରହି ପଥର ପାଲଟି ଯାଇଥିବା ପୁରୁଣା ଲୋକଙ୍କ ବିଶ୍ୱାସ ରହିଛି ା ତେବେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଏହା ଚାରିପାଖରେ ଥିବା ଜଙ୍ଗଲର ବଳୟ ପରିବେଶକୁ ଅଧିକ ସୌନ୍ଦର୍ଯ୍ୟମୟ କରିଥାଏ। ଏହି ଜଙ୍ଗଲର ସୁରକ୍ଷା ପାଇଁ ଗ୍ରାମବାସୀ ବହୁ ବର୍ଷ ଧରି ଲାଗିରହିଛନ୍ତି ା ଏଣୁ ଏହି ସ୍ଥାନର ସୁରକ୍ଷା ପାଇଁ ସ୍ଥାନୀୟ କଳା ଓ ସଂସ୍କୃତି ରୁଚି ରଖିଥିବା ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ା ଏହା ଚାରିପାଖରେ ବହୁ ଛୋଟ ଛୋଟ ଗୁମ୍ଫା ରହିଛି। ଏହି ସ୍ଥାନଟି ବୁଲିବା ସହ ଭୋଜିଭାତ କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ଦାବି କରାଯାଇଛି। ଏହି ସ୍ଥାନରେ ଔଷଧୀୟ ବୃକ୍ଷ ରୋପଣ କରିବା ସହ ଉନ୍ନତୀକରଣ କରାଗଲେ ଏକ ଭଲ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇ ପାରିବ ଏବଂ ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ରୋଜଗାର ପାଇବା ସହ ପରିବେଶର ସୁରକ୍ଷା ହୋଇପାରିବ ବୋଲି କବିରାଜ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ସେହିପରି ଏହାକୁ ଇକୋ-ଟୁରିଜିମର ମାନ୍ୟତା ଦେବାକୁ କମିଟିର ସଭାପତି ନିରଞ୍ଜନ ମହାକୁଡ, ସମ୍ପାଦକ ପ୍ରସନ୍ନ କୁମାର ଦାସ, ଭାଗବତ ମହାକୁଡ, ପ୍ରହଲ୍ଲାଦ ଜେନା ପ୍ରମୁଖ ଦାବି କରିବା ସହ ଏହାର ବିକାଶ କରିବାକୁ ଡିଏଫ୍‌ଓ କେନ୍ଦୁଝର ଓ ଜିଲା ସଂସ୍କୃତି ତଥା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ନିବେଦନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri