ବଳାତ୍କାର ଉଦ୍ୟମ ପରେ ନାବାଳିକାଙ୍କ ତଣ୍ଟି କାଟିଲେ

ଗୋପାଳପୁର,୨୮ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗୁରୁବାର ପୁଣି ଏକ ବର୍ବରକାଣ୍ଡ ଘଟିଛି। ଜଣେ ୭ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ବେଳେ ପାଟି କରିବାରୁ ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୨୭/୨୧) ରୁଜୁକରି ୨ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ନାବାଳିକାଙ୍କ ମା’ ବାପା କୌଣସି କାମରେ ଗୁରୁବାର ସକାଳୁ ବାହାରକୁ ଯାଇଥିବା ବେଳେ ନାବାଳିକା ଓ ତାଙ୍କ ସାନ ଭାଇ ଘରେ ଥିଲେ। ପୂର୍ବାହ୍ନରେ ଭାଇ ଭଉଣୀ କଲୋନୀ ଶେଷମୁଣ୍ଡକୁ ଶୌଚ ପାଇଁ ଯାଇଥିବାବେଳେ ଦୁର୍ବୃତ୍ତ ଦ୍ୱୟ ନାବାଳିକାଙ୍କୁ ଉଠାଇ ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ବଳାତ୍କାର ଉଦ୍ୟମ କରିଥିଲେ। ଚିତ୍କାର କରିବାରୁ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟିବା ସହ ମୁହଁକୁ ଆକ୍ରମଣ କରିଥିଲେ। ସାନଭାଇ ଦୌଡିଆସି କଲୋନୀ ବାସିନ୍ଦାଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚତ୍ବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର ମେଡିକାଲରେ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ସ୍ଥାନୀୟ ଲୋକେ ଦୁର୍ବୁତ୍ତ ଦ୍ୱୟଙ୍କୁ ଖୋଜି କାବୁ କରିବା ପରେ ନିସ୍ତୁକ ମାଡ ମାରିଥିଲେ। ଗୋଳନ୍ଥରା ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଅନ୍ୟ ଜଣଙ୍କୁ ଗିରିସୋଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବ୍ରହ୍ମପୁର ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୨ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ଗିରଫ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ମୟୂରଭଞ୍ଜ ଜିଲା ଉଦଳା ସବ୍‌-ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି।...

ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୨୫ା୭ : : ଚଳିତମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ...

ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା...

ଲୁଟିନେଲେ ୫ ଲକ୍ଷ ୫୦ ହଜାର ଟଙ୍କା

ଭଦ୍ରକ ଅଫିସ,୨୮।୧-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚୁଡ଼ାକୁଟି ବଜାରରେ ଥିବା ଏକ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଦୁଇ କର୍ମଚାରୀଙ୍କଠାରୁ ସୋମବାର ରାତିରେ...

ଅଧ୍ୟକ୍ଷ ପଦରେ ୯, କାଉନସିଲର ପାଇଁ ରହିଲେ ୫୫ ପ୍ରାର୍ଥୀ

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ୨ତାରିଖରୁ ମାଲକାନଗିରି ପୌର ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୭ ତାରିଖ ପ୍ରାର୍ଥତ୍ପତ୍ର...

ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା...

ବାହାରୁ ଆସିଲେ ଆବଶ୍ୟକ ନାହିଁ ନେଗେଟିଭ୍‌ ରିପୋର୍ଟ

ଭୁବନେଶ୍ୱର,୫।୮(ବ୍ୟୁରୋ): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ ନାହିଁ। ଓଡ଼ିଶାକୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ...

ଅବସର ପରେ ଖୋଲିଲେ ମାଗଣା କ୍ଲିନିକ୍‌

ସମ୍ବଲପୁର,୩ା୯(ବ୍ୟୁରୋ): ସରକାରୀ ଚାକିରି କରୁଥିବା ଅନେକ ବ୍ୟକ୍ତି ଅବସର ପରେ କିଭଳି ସମୟ ଅତିବାହିତ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। ହେଲେ ସମ୍ବଲପୁରର ଜଣେ...

Advertisement
Archives

Model This Week