ବଳାତ୍କାର ଉଦ୍ୟମ ପରେ ନାବାଳିକାଙ୍କ ତଣ୍ଟି କାଟିଲେ

ଗୋପାଳପୁର,୨୮ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗୁରୁବାର ପୁଣି ଏକ ବର୍ବରକାଣ୍ଡ ଘଟିଛି। ଜଣେ ୭ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ବେଳେ ପାଟି କରିବାରୁ ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୨୭/୨୧) ରୁଜୁକରି ୨ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ନାବାଳିକାଙ୍କ ମା’ ବାପା କୌଣସି କାମରେ ଗୁରୁବାର ସକାଳୁ ବାହାରକୁ ଯାଇଥିବା ବେଳେ ନାବାଳିକା ଓ ତାଙ୍କ ସାନ ଭାଇ ଘରେ ଥିଲେ। ପୂର୍ବାହ୍ନରେ ଭାଇ ଭଉଣୀ କଲୋନୀ ଶେଷମୁଣ୍ଡକୁ ଶୌଚ ପାଇଁ ଯାଇଥିବାବେଳେ ଦୁର୍ବୃତ୍ତ ଦ୍ୱୟ ନାବାଳିକାଙ୍କୁ ଉଠାଇ ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ବଳାତ୍କାର ଉଦ୍ୟମ କରିଥିଲେ। ଚିତ୍କାର କରିବାରୁ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟିବା ସହ ମୁହଁକୁ ଆକ୍ରମଣ କରିଥିଲେ। ସାନଭାଇ ଦୌଡିଆସି କଲୋନୀ ବାସିନ୍ଦାଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚତ୍ବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର ମେଡିକାଲରେ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ ସ୍ଥାନୀୟ ଲୋକେ ଦୁର୍ବୁତ୍ତ ଦ୍ୱୟଙ୍କୁ ଖୋଜି କାବୁ କରିବା ପରେ ନିସ୍ତୁକ ମାଡ ମାରିଥିଲେ। ଗୋଳନ୍ଥରା ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଅନ୍ୟ ଜଣଙ୍କୁ ଗିରିସୋଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବ୍ରହ୍ମପୁର ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୨ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?