ଶିକାର କରିବାକୁ ଯାଇ ଫାଶରେ ପଡ଼ିଲା କଲରାପତରିଆ

ବୁଗୁଡ଼ା,୨୮ା୧: ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ମାଣିତରା ସେକ୍ସନ ବଡ଼ପଥର କୁଣ୍ଡାଖାଇ ମୁଣ୍ଡିଆରେ ଗୁରୁବାର ସକାଳେ ଫାଶରେ ପଡିଥିବା ଏକ ବାର୍‌ହାକୁ ଖାଇବାକୁ ଆସି ଫସି ଯାଇଥିଲା କଲରାପତରିଆ ବାଘ। ବନ କର୍ମଚାରୀ ସ୍ଥାନୀୟ ଯୁବକଙ୍କ ସହଯୋଗରେ ବାଘକୁ ଉଦ୍ଧାର କରାଯାଇଛି। ହେଲେ ବାଘକୁ ଜଙ୍ଗଲରେ ଛାଡିବାକୁ ନେବା ବେଳେ ଜଣେ ଯୁବକଙ୍କୁ କାମୁଡି ଦେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, କୌଣସି ଶିକାରୀ ବାର୍‌ହା ଶିକାର ପାଇଁ ବଡ଼ପଥର ପାହାଡ଼ରେ ବୁଧବାର ରାତିରେ ଫାଶ ବିଛାଇଥିଲେ। ସେଥିରୁ ଗୋଟିଏ ଫାଶରେ ଏକ ବାର୍‌ହା ପଡିଥିଲା। ଏକ କଲରାପତରିଆ ବାଘ ଖାଇବାକୁ ଆସିବା ବେଳେ ଅନ୍ୟ ଏକ ଫାଶରେ ପଡିଯାଇଥିଲା। ଫାଶରେ ପଡି ବାଘଟି ଗର୍ଜନ କରିବାରୁ ସ୍ଥାନୀୟ ଲୋକେ ଶୁଣି ବନବିଭାଗକୁ ଜଣାଇଥିଲେ। ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପହଞ୍ଚତ୍ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଜାଲ ବିଛାଇ ବାଘଟିକୁ କାବୁ କରିଥିଲେ। ବାଘ ଦେଖିବାକୁ ଆଖପାଖ ଗାଁର ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। କାବୁ କରି ବାଘକୁ ନେବା ବେଳେ ଦିଲୀପ ଦାଶ ନାମକ ଜଣେ ଯୁବକଙ୍କ ଡାହାଣ ଜଙ୍ଘକୁ କାମୁଡି ଦେଇଥିଲା। ତାଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଭଞ୍ଜନଗର ମୋବାଇଲ ଟିମ୍‌ ଏବଂ ଡିଏଫ୍‌ଓ ସୂର୍ଯ୍ୟ ନାରାୟଣ ବେହୁରା, ଏସିଏଫ୍‌ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ ପହଞ୍ଚତ୍ ଉଦ୍ଧାର ବାଘକୁ ବୁଗୁଡ଼ା ବନାଞ୍ଚଳ କିରିଆମ୍ବା ସଂରକ୍ଷିତ ଜଙ୍ଗଲରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଛଡାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଗର କଂଗ୍ରେସ ତରଫରୁ ଜିଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗୀର ଅଫିସ, ୧୭।୬: ଅଘୋଷିତ ବିଜୁଳି କାଟ, ପିଇବା ପାଣି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସମାଧାନ ଦାବିରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ସୋମବାର...

୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ...

କୋଭିଡ୍‌-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ...

ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ...

ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷ ଟଙ୍କାରୁ ଅଧିକ ତଣ୍ଡ

ବ୍ରହ୍ମପୁର ଅଫିସ,୨୨।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ମିଳୁନି ପକ୍କାଘର: ଭଙ୍ଗାଘରେ ନିରୁପମାଙ୍କ ପରିବାର

ବାଲିକୁଦା,୧୦ା୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅଧୀନ ସଂଗ୍ରାମପୁର ପଞ୍ଚାୟତ ଗୋଗୋଳ ଗ୍ରାମର ବିଧବା ବୃଦ୍ଧା ନିରୁପମା ମଲ୍ଲିକଙ୍କ ଫାଇଁ ପକ୍କାଘର ସାତସପନ ପାଲଟିଛି। ଫଳରେ ସେ ଭାଗ୍ୟକୁ...

ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍‌.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି।...

ବିଦ୍ୟୁତ ସଂସ୍ପର୍ଶରେ ଆସି ଟଳିଲା ଆଉ ଏକ ଦନ୍ତା

ସମ୍ବଲପୁର, ୪।୩ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଇଚ୍ଛାପାଲ ଗ୍ରାମ ନିକଟରେ ବୁଧବାର ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ...

Advertisement
Archives

Model This Week