୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍‌

କେନ୍ଦୁଝର,୨୮ା୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଏକ ଗଣବଳାତ୍କାର ମାମଲାର ଶୁଣାଣି କରି ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡାଦେଶ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ କରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ରାଉରକେଲା ଅଞ୍ଚଳରେ ଘଟିଥିବାବେଳେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ଏହା ଅତିରିକ୍ତ ସେସନ ଜଜ କୋର୍ଟ ରାଉରକେଲାରୁ କେନ୍ଦୁଝର ଜିଲା ଜଜ କୋର୍ଟକୁ ତା୫।୮।୨୦୧୯ରିଖରେ ବିଚାର ପାଇଁ ସ୍ଥାନାନ୍ତରିତ ହୋଇଥିଲା। ଦୋଷୀମାନେ ହେଲେ ବିଶ୍ରା ଥାନା ଅଞ୍ଚଳର ଅଜିତ ଲଳିତ ଗୁଡ଼ିଆ, ରାଜେଶ ଲାକ୍ରା ଓ ନିନହାଣିଆ ଲାକ୍ରା। ୧୩ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଜୁଲାଇ ୧୨ ତାରିଖ ସନ୍ଧ୍ୟା ୫ଟାରେ ଜନୈକା ୨୯ ବର୍ଷୀୟା ଯୁବତୀ ବିଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ବାଟରୁ ଉଠାଇ ନେଇ ଏକ ମହୁଲ ଗଛ ନିକଟରେ ଗଣବଳାତ୍କାର କରିଥିଲେ। କାହାକୁ ଜଣାଇଲେ ହତ୍ୟା କରିଦେବେ ବୋଲି ଧମକ ଚମକ ଦେଇଥିଲେ। ପରେ ଏହି ଘଟଣାକୁ ନେଇ ପୀଡିତା ୧୯ ତାରିଖରେ ଥାନାରେ ଏତଲା ଦେଇଥିଲେ। ବିଶ୍ରା ଥାନା ପୋଲିସ ଦଫା ୩୭୬ (ଡି) ଓ ୫୦୬ ଆଇପିସି ଧାରାରେ ଏକ ମାମଲା (ନଂ.୬୦/୨୦୧୭) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସରକାରୀ ଓକିଲ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, ରାଉରକେଲାରେ ସେତେବେଳେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଉଚ୍ଚନ୍ୟାୟାଳୟଙ୍କର ସ୍ବତନ୍ତ୍ର ଆଦେଶକ୍ରମେ ଏହି ମାମଲାଟି ରାଉରକେଲାରୁ କେନ୍ଦୁଝରକୁ ସ୍ଥାନାନ୍ତରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ କୁଚ୍‌ ବିହାର ଟ୍ରଫି କ୍ରିକେଟ୍‌

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ୧୧ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ହାଇଦ୍ରାବାଦ ମଧ୍ୟରେ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ...

୨୨୦ କୋଟି ଟଙ୍କାର କୋକେନ୍‌ ଜବତ ମାମଲା: ଜାହାଜକୁ ପିଆଇସିଟି ବର୍ଥରୁ ସାଉଥ କେ ସ୍ଥାନାନ୍ତର

ପାରାଦୀପ,୭।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ ‘ଏମ୍‌ଭି ଦେବୀ’ରୁ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଘଟଣା କ୍ରମଶଃ ଜଟିଳ ହେଉଛି।...

ବର ଶୋଭଯାତ୍ରା ପୂର୍ବରୁ ଅଘଟଣ: ପେଟ୍ରୋଲ ନିଆଁରେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ, ୭ା୧୨ (କଳ୍ପତରୁ ନାୟକ): ବାହାଘର ପାଇଁ ବନ୍ଧୁବାନ୍ଧବ ଆସି ଘରେ ପହଞ୍ଚତ୍ ସାରିଥିଲେ। ବରକୁ ନେଇ ବରଯାତ୍ରୀ କନ୍ୟାଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।  ଏଥିପାଇଁ...

ଅଟୋ ଚଳାଇଲେ ଦିବ୍ୟଶଙ୍କର

ଭବାନୀପାଟଣା,୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହେଲିକେପ୍ଟର, ଉଡାଜାହାଜ ଚଳାଇବା କଥା ସମସ୍ତେ ଜାଣନ୍ତି। ହେଲେ...

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri