ରାଜ୍ୟ

କାର୍‌ରେ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ

ବଲାଙ୍ଗୀର ଅଫିସ, ୧୮ା୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜରୁରିକାଳୀନ ଚିକିତ୍ସା ସେବା ବିଗିଡିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ହସ୍ପିିଟାଲକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ସେବାକୁ…

ବର୍ଷା ସହ କୁଆପଥର ମାଡ଼

ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବର୍ଷା ଜନସାଧାରଣଙ୍କୁ ଆଶ୍ୱସ୍ତି…

ବଳାତ୍କାର ଉଦ୍ୟମ ବିଫଳ ପରେ ଛାତ୍ରୀଙ୍କ ବେକ କାଟିଥିବା ଯୁବକ ଗିରଫ

ବିନିକା,୧୮ା୪: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ସାନଭାଲୁପାଲି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏଥିରେ ଯୁବକ ଜଣକ ବିଫଳ ହୋଇ ଛାତ୍ରୀଙ୍କୁ ଏକ ଧାରୁଆ ଦାରେ ବେକ, ହାତ ଆଙ୍ଗୁଳି କାଟି ଫେରାର ହୋଇଯାଇଥିଲେ। ଫଳରେ ଯୁବତୀ…

ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ

କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇ ଦେବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି…

କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ

ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ ଯାଇଛି। ମୃତ୍ୟୁବେଳକୁ ବଟରାଜଙ୍କୁ ୭୩ବର୍ଷ ବୟସ ହୋଇଥିଲା। ଏହି ଦମ୍ପତି କରୋନାରେ ଆକ୍ରାନ୍ତ ହେବା…

ବଜ୍ରକାପ୍ତା ଚାଲାଣବେଳେ ଧରାପଡ଼ିଲା, ୩୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା

ଭୁବନେଶ୍ୱର (ବ୍ୟୁରୋ), ବଡ଼ମ୍ବା (ଡି.ଏନ୍‌.ଏ.), ୧୮ା୪: ରାଜ୍ୟରେ ବେଧଡ଼କ ଚାଲିଛି ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ। ଶୁକ୍ରବାର ଆଉଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିଛି। ର଼୍ୟାକେଟରେ ସମ୍ପୃକ୍ତ ଜଣେ ଚାଲାଣକାରୀଙ୍କୁ ଗିରଫ…

ମାସ୍କ ନ ପିନ୍ଧି ଡ୍ୟୁଟି କରୁଥିଲେ ଖାକିଧାରୀ: ପଚାରିବାରୁ ନାଲିଆଖି, ମାଡ଼ ମାରି ଥାନାକୁ ଟେକିନେଲେ

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ନିୟମ ଉଲ୍ଲଂଘନ କରୁଥିବା ପୋଲିସ ବାବୁଙ୍କ ଫଟୋ ଉଠାଇବା ଦୁଇ ଛାତ୍ରଙ୍କ ପାଇଁ ମହଙ୍ଗା ପଡିଛି। ଖାକି ପାହାର ଖାଇବା ସହ ଥାନା ହାଜତରେ ସମୟ ବିତିଛି। ମଞ୍ଚେଶ୍ୱର ଥାନା ପୋଲିସର ଏପରି ବର୍ବରତା ଖାକି ପୋଷାକରେ କଳଙ୍କର…

ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକାୟୁକ୍ତ ୧୨/୨୦୨୧ ନମ୍ବର ମାମଲା ଉପରେ ଗତ ୧୨ ତାରିଖରେ ଶୁଣାଣି କରି ଲୋକାୟୁକ୍ତ…

ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ରବିବାର ରାଜ୍ୟରେ କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୪୪କୁ ବୃଦ୍ଧି ହୋଇଛି। ମୃତକ ଦ୍ୱୟ ବରଗଡ଼…

ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ

ରାଉରକେଲା ଅଫିସ୍‌, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କରାଯାଇଛି। ସଟ୍‌ଡାଉନ ଯୋଗୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାଉରକେଲା ଏସ୍‌ପି…

ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ସାଜନ୍‌

ଢେଙ୍କାନାଳ ଅଫିସ, ୧୯।୪: ସ୍ତ୍ରୀଙ୍କୁ ଜନ୍ମଦିନରେ ଉପହାର ସ୍ବରୂପ ମିଳିଛି ୫ ଏକର ଜାଗା। ତେବେ ପୃଥିବୀରେ ନୁହେଁ, ବରଂ ଜହ୍ନରେ କିଣାଯାଇଛି ଏହି ଜମି। ଏଭଳି ଏକ ନିଆରା ଉପହାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳ ସହର କାରିଗରସାହି…

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ତଥା କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ଆର୍‌ଟି-ପିସିଆର ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?